ଲାଇଫ୍ ଷ୍ଟାଇଲ୍

ଚାଉଳ ଗୁଣ୍ଡରେ ପୋକ ଲାଗୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ ? ଜାଣନ୍ତୁ କେମିତି କରିବେ ଦୂର

ରୋଷେଇ ଘରେ ମହିଳାମାନେ ଅନେକ ପ୍ରକାର ଜିନିଷ ସାଇତି କରି ରଖନ୍ତି। ମସଲା, ଅଟା ଇତ୍ୟାଦି। କିନ୍ତୁ ଏହିସବୁ ଜିନିଷ ମଧ୍ୟରେ ଅଟା ବହୁତ ଜଲଦି ଖରାପ ହୋଇଯାଏ। ଅଟାର ବ୍ୟବହାର ଅଧିକ ହେବା ଯୋଗୁଁ ଡବା ମଧ୍ୟ ଅଧିକ ଥର ଖୋଲାହୁଏ। ଅଟାରେ ରୁଟି, ପରଟା, ମିଠା ଇତ୍ୟାଦି ତିଆରି ପାଇଁ ଅଧିକ ଖୋଲାହୁଏ। ଆଉ ଏଥିପାଇଁ ଜଲଦି ଏହିସବୁ ଜିନିଷରେ ପୋକ ଲାଗିବାର ସମ୍ଭାବନା ଅଧିକ ରହିଥାଏ। ଅଧିକାଂଶ ମହିଳା ଏପରି ହୋଇଥାନ୍ତି, ଯେଉଁମାନେ ଗହମ ଅଟା ବଦଳରେ ମଲ୍ଟିଗ୍ରେନ ଅଟା ରଖନ୍ତି। ଆଉ ଏହା ମଧ୍ୟରୁ ଚାଉଳ ଗୁଣ୍ଡ ଅନ୍ୟତମ।

ବାରମ୍ବାର ବଜାରକୁ ନ ଯିବା ଚକ୍କରରେ ମହିଳା ଚାଉଳ ଅଟାକୁ ଅଧିକ ମାତ୍ରାରେ କିଣି ଷ୍ଟୋର କରି ରଖିଦିଅନ୍ତି। କିନ୍ତୁ ପାଣିପାଗ ପରିବର୍ତ୍ତନ ହେବା ଯୋଗୁଁ ଚାଉଳ ଅଟାରେ ପୋକ ଲାଗିବା ସମସ୍ୟା ଦେଖାଦେଇଥାଏ।
ଅନେକ ଥର ଅଟାରେ ବହୁତ ଶୀଘ୍ର ପୋକ ଲାଗିଯାଆନ୍ତି। ଆଉ ବେଳେ ବେଳେ ପୋକର ମାତ୍ରା ଏତେ ଅଧିକ ହୋଇଯାଏ ଯେ, କାଢିବା ମୁସ୍କିଲ ହୋଇପଡେ। ତେବେ ଏମିତି କିଛି ଟିପ୍ସ ରହିଛି, ଯାହାକୁ ଆପଣାଇବାଦ୍ୱାରା ଚାଉଳ ଖରାପ ହୁଏନାହିଁ କିମ୍ବା ପୋକ ଲାଗନ୍ତି ନାହିଁ।

ଚାଉଳ ଅଟାରେ ପୋକ ଲାଗିଥିଲେ, ଏହାକୁ ନେଇ ଏକ ଗରମ ସ୍ଥାନରେ ରଖିଦିଅନ୍ତୁ। ଗରମ ବାଜିବା ଦ୍ୱାରା ଚାଉଳ ଗୁଣ୍ଡରୁ ପୋକ ବାହାରିଯାଏ। ନଚେତ ଆପଣ ଖରାରେ ଏହାକୁ ରଖିଦେଇପାରିବେ। ଏହାକୁ ଖରାରେ ରଖିବା ପରେ ଏକ ଜାଲି ସାହାଯ୍ୟରେ ଚଲାଇ ଦେଇ ଡବାକୁ ଭଲ ଭାବେ ସଫା କରି ପୁଣି ଥରେ ଗୁଣ୍ଡକୁ ରଖିପାରିବେ।

ଏହାଛଡା ଆପଣ ଚାଉଳ ଗୁଣ୍ଡ ଡବାରେ କିଛି ଡାଳଚିନି ପକାଇ ରଖିପାରିବେ। ଏହାଦ୍ୱାରା ଡାଳଚିନି ବାସ୍ନାରେ କୌଣସି ପୋକ ଚାଉଳ ଗୁଣ୍ଡରେ ଲାଗିବେ ନାହିଁ। ତେଣୁ ଆପଣ ଡବା ଭିତରେ କିଛି ଡାଳଚିନି ଖଣ୍ଡ ପକାଇପାରିବେ।
ଚାଉଳ ଗୁଣ୍ଡ ରଖିବା ପାଇଁ ସଫା ଏବଂ ଟାଇଟ୍‌ ଜାରର ବ୍ୟବହାର କରନ୍ତୁ।

ଏହାଛଡା ଲବଙ୍ଗ ମଧ୍ୟ ଡବାରେ ପକାଇପାରିବେ। ଆପଣ ଚାଉଳ ଡବାରେ ନିମ୍ବ ପତ୍ର ପକାଇ ଚାଉଳକୁ ଫ୍ରେଶ ରଖିପାରିବେ।

ତେବେ ଚାଉଳ ଗୁଣ୍ଡ ରଖୁଥିବା ଡବା ଓଦା କିମ୍ବା ବ୍ୟବହାର କରୁଥିବା ଚାମଚ ଓଦା ଯେପରି ନ ହୋଇଥାଏ। ଓଦା ହେଲେ ଜଲଦି ପୋକ ଲାଗିବାର ସମ୍ଭାବନା ରହିଥାଏ।

Also Read: ଭୁଲିଯିବେ ଧନିଆ ଏବଂ ପୁଦିନା ଚଟଣୀ, ଆଜି ଘରେ ବନାନ୍ତୁ କଞ୍ଚା କଦଳୀ ଚୋପା ଚଟଣୀ

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

17 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago