ସ୍ପେଶାଲ

କାଳୀପୂଜା ପରଦିନ ସୂର୍ଯ୍ୟୋପରାଗ, କଣ କରିବେ ଆଉ ନକରିବେ ଜାଣନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ଅକଟୋବର ୨୪ ତାରିଖ କାର୍ତ୍ତିକ ଅମାବାସ୍ୟା ଦିନ ପଡୁଛି କାଳୀପୂଜା ଓ ଦୀପାବଳି ଉତ୍ସବ । ବର୍ଷା ସତ୍ତ୍ୱେ ଗତ ଦଶହରା ଖୁବ୍‌ ଜମିଥିଲା । ଏବେ କାଳୀ ପୂଜା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ସାହର ସହିତ ଆୟୋଜନ ଚାଲିଛି । ତେବେ ସେହି ସମୟରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳି ପାରେ । ଅର୍ଥାତ୍‌ ଦୁର୍ଗା ପୂଜା ଭଳି କାଳୀ ପୂଜା ମଧ୍ୟ ବର୍ଷାରେ ଭିଜି ପାରେ ।

ତେବେ ଏହି କାଳୀ ପୂଜାରେ ଆଉ ଗୋଟିଏ ସମସ୍ୟା ରହିଛି ଯାହାକୁ ଆମ ସମସ୍ତଙ୍କୁ ସାମନା କରିବାକୁ ପଡ଼ିବ । ତାହା ହେଉଛି ସୂର୍ଯ୍ୟୋପରାଗ । ୨୪ ତାରିଖ କାଳୀପୂଜା ପରଦିନ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଛି । ତେଣୁ ସେଦିନ ପୂଜାବିଧି କିଭଳି ରହିବ ଏବଂ ଲୋକେ ପାଳନ କେମିତି କରିବେ ପୁଣି ଗ୍ରହଣ ସପ୍ତାହ ଯୋଗୁଁ କାଳୀ ମୂର୍ତ୍ତି ସବୁ କେବେ ବସର୍ଜିତ ହେବେ ଆସନ୍ତୁ ଜାଣିବା ।

କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଆଗାମୀ ୨୫ ତାରିଖ ମଙ୍ଗଳବାର ଦିନ ଦୃଶ୍ୟ ହେବ । ପ୍ରାୟ ୧୬ ମିନିଟ୍‌ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଏହା ଶ୍ରୀକ୍ଷେତ୍ର ପୁରୀକୁ ଦେଖାଯିବ । ଏହା ସ୍ପର୍ଶ ହେବ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ । ଆଉ ମୋକ୍ଷ ହେବ ସନ୍ଧ୍ୟା ୫ଟା ୪୩ ମିନିଟ୍‌ ୪୬ ସେକେଣ୍ଡରେ । ତେବେ ୨୫ ତାରିଖ ଅପରାହ୍ନରେ ସିନା ସୂର୍ଯ୍ୟୋପରାଗ ଲଗିବ । ହେଲେ ଏହା ପୂର୍ବ ଦିନ ଅର୍ଥତ ୨୪ ତାରିଖ ସୋମବାର ଭୋର ୪ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ ରହିଛି । ତେଣୁ ଏହି ସମୟ ଠାରୁ ଭୋଜନ ଏବଂ ଖାଦ୍ୟ ରାନ୍ଧିବା ନିଷେଧ । ଏହା ସହିତ ଦେବନୀତି ମଧ୍ୟ ନିଷେଧ ରହିବ । କେବଳ ବାଲ୍ୟ, ବୃଦ୍ଧ ଏବଂ ରୋଗୀମାନେ ଖାଦ୍ୟ ଖାଇବା କଟକଣାରୁ ମୁକ୍ତ ରହିବେ ।
ଅବଶ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ଉପରାଗ ଆରମ୍ଭ ହେବ ମୋକ୍ଷ ସମୟରେ ଟିକେ ଭିନ୍ନତା ରହିବ । ଯେମିତିକି କଟକରେ ୪ଟା ୫୬ ମିନିଟ୍‌ ୩୬ ସେକେଣ୍ଡରେ ଗ୍ରହଣ ଲାଗି ୬ଟା ୨୬ ମିନିଟ୍‌ ୩୨ ସେକେଣ୍ଡେରେ ମୋକ୍ଷ ହେବ । ସେହିପରି ବ୍ରହ୍ମପୁରରେ ୫ଟା ୫୬ ମିନିଟ୍‌ରେ ଆରମ୍ଭ ଏବଂ ୬ଟା ୩୦ ମିନିଟ୍‌ ୫୬ ସେକେଣ୍ଡେରେ ମୋକ୍ଷ, ସମ୍ବଲପୁରରେ ୫ଟା ୪ ମିନିଟ୍‌ ୪ ସେକେଣ୍ଡେରେ ଆରମ୍ଭ ଏବଂ ୬ଟା ୩୪ ମିନିଟ୍‌ ୪ ସେକେଣ୍ଡରେ ମୋକ୍ଷ ହେବ ।

ପରଦିନ ଅର୍ଥାତ ୨୬ ତାରିଖ ବୁଧବାର ସୂର୍ଯ୍ୟ ଦର୍ଶନ ପରେ ଦେବାଦେବୀଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ନୀତି ଆରମ୍ଭ ହେବ । ତେବେ ୨୫ ତାରିଖ ଗ୍ରହଣ ଦିନ ଦେବାଦେବୀଙ୍କର ପହୁଡ଼ ପଡ଼ିବ ନାହିଁ । ସେମାନଙ୍କୁ ଶୁଖିଲା ଭୋଗ ଏବଂ ଫଳମୂଳ ଅର୍ପଣ କରାଯିବ ।
ଗ୍ରହଣ ବା ଉପରାଗ ଦର୍ଶନ କରିବା ପରେ ସ୍ନାନ କରିବାକୁ ହେବ ।
ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ରହଣ ସପ୍ତାହରେ ଦେବାଦେବୀ ବସର୍ଜନ ହୁଅନ୍ତି ନାହିଁ । ଗ୍ରହଣ ସପ୍ତାହ ପରେ ଯାଇ ବିସର୍ଜନ କରାଯାଏ । ତେଣୁ ସୋମବାରରେ ପୂଜା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସୋମବାରରେ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯିବ ।

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago