ଲାଇଫ୍ ଷ୍ଟାଇଲ୍

ଶୀତ ଦିନେ ନିୟମିତ ପିଅନ୍ତୁ ଏହି ୪ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ, ଶରୀର ଠାରୁ ଦୂରେଇ ରହିବ ସବୁ ପ୍ରକାରର ରୋଗ

ସାଧାରଣତଃ ଶୀତ ଋତୁରେ ଶରୀରର ଇମ୍ୟୁନିଟି କମି ଯାଏ ।  ଫଳରେ ଏହି ଦିନ ମାନଙ୍କରେ ବିଭିନ୍ନ ପ୍ରକାର ଭୁତାଣୁ ଜନିତ ରୋଗରେ ସଂକ୍ରମିତ ହେବା ଆଶଙ୍କା ଅନେକ ଗୁଣା ବଢିଯାଏ ।  କିନ୍ତୁ ଯଦି ଏହି ସମୟରେ ନିଜ ଦେହ ପ୍ରତି ଯତ୍ନବାନ ହେବା ସହିତ ଏହାର ରୋଗପ୍ରତିରୋଧକ ଶକ୍ତି ବଢାଇବାକୁ ନେଇ ବିଶେଷ ଧ୍ୟାନ ଦିଆଯାଏ ତେବେ ରୋଗ ଦାଉରୁ ଶରୀରକୁ ସୁରକ୍ଷା ଦେଇପାରିବା ।  ତେଣୁ ନିଜ ଦୈନନ୍ଦିନ ଦିନଚର୍ଯ୍ୟାରେ ଏମିତି କିଛି ଖାଦ୍ୟପେୟ ସାମିଲ କରିବା ଉଚିତ ଯାହା ଶରୀରକୁ ଉଷ୍ମ ରଖିବା ସହିତ ଏହାର ଇମ୍ୟୁନିଟି ମଧ୍ୟ ବଢାଇବ ।  ଆଜି ଆମେ ଆପଣଙ୍କୁ ୫ଟି ଡ୍ରିଂକ୍ସ ବିଷୟରେ କହୁଛୁ, ଯାହାକୁ ଶୀତ ଦିନରେ ନିୟମିତ ପିଇଲେ ଖୁବ ଲାଭଦାୟକ ହୋଇଥାଏ ।

୧. କାଢ଼ା:

କରୋନା ପର ଠାରୁ ଅଧିକାଂଶ ଲୋକଙ୍କ ଦୈନନ୍ଦିନ ତାଲିକାରେ କାଢ଼ା ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି ।  ଅନ୍ୟ ଭାଷାରେ ଏହାକୁ ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ ବି କୁହାଯାଉଛି ।  କରୋନା ସମେତ ବିଭିନ୍ନ ଋତୁକାଳୀନ ରୋଗ ଦାଉରୁ ବି ଏହା ସୁରକ୍ଷା ଦେଇଥାଏ ।  ଏଥିରେ ସମସ୍ତ ଜିନିଷ ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଶରୀର ଉପରେ କୌଣସି ସାଇଡ ଇଫେକ୍ଟ ବି ପକାଏ ନାହିଁ ।

୨. ହଳଦୀ କ୍ଷୀର:

ଶୀତ ଦିନେ ନିୟମିତ ହଳଦୀ ମିଶା କ୍ଷୀର ପିଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।  ମାଂସପେଶୀ ତଥା ହାଡ ମଜବୁତ ହେବା ସହ ମାନସିକ ତଥା ଶାରୀରିକ ବିକାଶ ହୋଇଥାଏ ।

୩. ଗାଜର କାଞ୍ଜି:

ଗାଜରରୁ ତିଆରି କାଞ୍ଜି ପିଇବାକୁ ବି ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି ।  ଏହାକୁ ପିଇବା ଦ୍ୱାରା ପୋଷଣ ମିଳିବା ସହ ଇମ୍ୟୁନିଟି ମଧ୍ୟ ବଢିଥାଏ ।  ଦିନ ଯାକର ଥକ୍କା ପଣ ବି ମାତ୍ର କିଛି ମିନିଟରେ ଦୂର ହୁଏ ।  ମାଂସପେଶୀ ତଥା ହାଡ଼ ମଜବୁତ କରିବାରେ ଏହି ଡ୍ରିଙ୍କ ବିଶେଷ ଲାଭଦାୟକ ହୋଇଥାଏ ।

୪. ହଟ ଚକୋଲେଟ:

ଶୀତ ଦିନରେ ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ ।  କାରଣ ଏମାନେ ରୋଗରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଥାଏ ।  କିନ୍ତୁ ସେମାନେ କାଢ଼ା କିମ୍ବା ଅନ୍ୟାନ ଡ୍ରିଙ୍କ ପିଇବାକୁ ପସନ୍ଦ କରନ୍ତି ନାହିଁ ।  ତେଣୁ ସେମାନଙ୍କ ପାଇଁ କିଛି ସ୍ୱାଦିଷ୍ଟ ହଟ ଡ୍ରିଙ୍କ ପ୍ରସ୍ତୁତ କଲେ ସେମାନେ ପିଇବା ସହିତ ତାଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ବିଶେଷ ଲାଭ ଦାୟକ ହେବ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago