ରାଜ୍ୟ

ହାଇ ପ୍ରୋଫାଇଲ ଠକ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି ନୟାଗଡ ଚାନ୍ଦପୁର ପୋଲିସ୍, ନିଜକୁ ନକଲି ହୋମ୍ ସେକ୍ରେଟାରୀ କହି ଲୋକଙ୍କଠୁ ଲୁଟୁଥିଲା ଟଙ୍କା

ଟାଙ୍ଗୀ: ନୟାଗଡ,ଖୋର୍ଦ୍ଧା,କେନ୍ଦ୍ରାପଡା,କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ନିଜକୁ ନକଲି ହୋମ୍ ସେକ୍ରେଟାରୀ କହି ଲୋକଙ୍କୁ ଠକୁଥିବା ଜଣେ ହାଇ ପ୍ରୋଫାଇଲ ଠକ କାହ୍ନୁ ଚରଣ ପ୍ରଧାନକୁ ଗତ ୧୧ ତାରିଖ ଦିନ କଟକରୁ ଗିରଫ କରିଛି ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ୍ । ଗିରଫ କାହ୍ନୁ ନିକଟରୁ ବହୁ ନକଲି କାର୍ଡ ସମେତ ୨ ଟି ଲାପଟପ୍ , ଦୁଇଟି ବିଳାସପୂର୍ଣ୍ଣ କାର୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରିଥିଲା ପୋଲିସ୍ ।

କାହ୍ନୁର ସାମ୍ରାଜ୍ୟ ଖୋଳତାଡ ବେଳେ ଏଥିରେ ରଣପୁରର ଜଣେ ସାମ୍ବାଦିକ ସୁକାନ୍ତ ଡାକୁଆ ଓ ଜଣେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଗୀରିଜା ଶଙ୍କର ରଥ ଜଡିତ ଥିବା ପୋଲିସ୍ ଜାଣିପାରି ସେମାନଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି । ଘଟଣା ପରେ ଉଭୟ ଫେରାର ହୋଇଯାଇଛନ୍ତି । ଏହାସହ କାହ୍ନୁର ଅନ୍ୟ ଜଣେ ସହଯୋଗୀ ପର୍ଶୁରାମ ଜେନାକୁ ଗିରଫ କରିଥିଛି ଚାନ୍ଦପୁର ପୋଲିସ୍ ।

ଗିରଫ ପର୍ଶୁରାମ ନିକଟରୁ ନକଲି ଆଇକାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ କାଗଜ ପତ୍ର ଜବତ କରିଛି ପୋଲିସ୍ । ଗିରଫ ପର୍ଶୁରାମର ଘର ଖଣ୍ଡଗିରି ସାଇ କଲୋନୀରେ । ଗତକାଲି ପୁଣି ଚାନ୍ଦପୁର ପୋଲିସ୍ କାହ୍ନୁର କଳା ଟଙ୍କା କାରବାର ଖୋଳ ତାଡ କରି, ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି । ଆଗକୁ ଆହୁରି କଳା ଟଙ୍କା ମିଳିବ ବୋଲି ପୋଲିସ୍ ସୂଚନା ଦେଇଛି ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago