Below header

ହାଇ ପ୍ରୋଫାଇଲ ଠକ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି ନୟାଗଡ ଚାନ୍ଦପୁର ପୋଲିସ୍, ନିଜକୁ ନକଲି ହୋମ୍ ସେକ୍ରେଟାରୀ କହି ଲୋକଙ୍କଠୁ ଲୁଟୁଥିଲା ଟଙ୍କା

ଟାଙ୍ଗୀ: ନୟାଗଡ,ଖୋର୍ଦ୍ଧା,କେନ୍ଦ୍ରାପଡା,କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ନିଜକୁ ନକଲି ହୋମ୍ ସେକ୍ରେଟାରୀ କହି ଲୋକଙ୍କୁ ଠକୁଥିବା ଜଣେ ହାଇ ପ୍ରୋଫାଇଲ ଠକ କାହ୍ନୁ ଚରଣ ପ୍ରଧାନକୁ ଗତ ୧୧ ତାରିଖ ଦିନ କଟକରୁ ଗିରଫ କରିଛି ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ୍ । ଗିରଫ କାହ୍ନୁ ନିକଟରୁ ବହୁ ନକଲି କାର୍ଡ ସମେତ ୨ ଟି ଲାପଟପ୍ , ଦୁଇଟି ବିଳାସପୂର୍ଣ୍ଣ କାର୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରିଥିଲା ପୋଲିସ୍ ।

କାହ୍ନୁର ସାମ୍ରାଜ୍ୟ ଖୋଳତାଡ ବେଳେ ଏଥିରେ ରଣପୁରର ଜଣେ ସାମ୍ବାଦିକ ସୁକାନ୍ତ ଡାକୁଆ ଓ ଜଣେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଗୀରିଜା ଶଙ୍କର ରଥ ଜଡିତ ଥିବା ପୋଲିସ୍ ଜାଣିପାରି ସେମାନଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି । ଘଟଣା ପରେ ଉଭୟ ଫେରାର ହୋଇଯାଇଛନ୍ତି । ଏହାସହ କାହ୍ନୁର ଅନ୍ୟ ଜଣେ ସହଯୋଗୀ ପର୍ଶୁରାମ ଜେନାକୁ ଗିରଫ କରିଥିଛି ଚାନ୍ଦପୁର ପୋଲିସ୍ ।

Freudଗିରଫ ପର୍ଶୁରାମ ନିକଟରୁ ନକଲି ଆଇକାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ କାଗଜ ପତ୍ର ଜବତ କରିଛି ପୋଲିସ୍ । ଗିରଫ ପର୍ଶୁରାମର ଘର ଖଣ୍ଡଗିରି ସାଇ କଲୋନୀରେ । ଗତକାଲି ପୁଣି ଚାନ୍ଦପୁର ପୋଲିସ୍ କାହ୍ନୁର କଳା ଟଙ୍କା କାରବାର ଖୋଳ ତାଡ କରି, ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି । ଆଗକୁ ଆହୁରି କଳା ଟଙ୍କା ମିଳିବ ବୋଲି ପୋଲିସ୍ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.