ଲଞ୍ଚ ହେଲା Realme 7 5G, ଜାଣନ୍ତୁ କ’ଣ ରହିଛି ସ୍ପେସିଫିକେସନ ଓ ଦାମ୍

Realme 7 5G ଲଞ୍ଚ୍ ହୋଇଛି। ଏହି ସ୍ମାର୍ଟଫୋନରେ ୫ଜି କନେକ୍ଟିଭିଟି ପାଇଁ mediate dimnesty 800 U ଚିପସେଟ ଦିଆଯାଇଛି। ଏହି ଭାରିଅଣ୍ଟରେ 120Hz ରିଫ୍ରେଶ ରେଟ୍ ଯୁକ୍ତ ଡିସପ୍ଲେ ଦିଆଯାଇଛି। ଏହି ଭାରିଅଣ୍ଟରେ mediate ପ୍ରୋସେସର ରହିଛି। ଏହି ପ୍ରୋସେସର ମିଡ ରେଞ୍ଜ ଫୋନ୍, ସେଥିପାଇଁ ଏହାର ଦାମ ଏତେ ଅଧିକ ନାହିଁ।

ସ୍ପେସିଫିକେସନ:

Realme 7 5G ରେ ୬.୫ ଇଞ୍ଚର ଫୁଲ ଏଚଡି ଏଲସିଡି ସ୍କ୍ରିନ ଦିଆଯାଇଛି। ଏହାଛଡା ଫୋନରେ ୧୨୦Hz ରିଫ୍ରେଶ ରେଟ ଡିସପ୍ଲେ ରହିଛି। ଏହାସହ ସିଙ୍ଗଲ ରାମ୍ ଏବଂ ମେମୋରୀ ଭାରିଅଣ୍ଟ ସହିତ ଲଞ୍ଚ୍ କରାଯାଇଛି। ଏଥିରେ ୬ ଜିବି ରାମ ସହିତ ୧୨୮ ଜିବିର ଇଣ୍ଟର୍ନାଲ ଷ୍ଟୋରେଜ ଦିଆଯାଇଛି। ମାଇକ୍ରୋ ଏସଡି କାର୍ଡର ସପୋର୍ଟ ମଧ୍ୟ ମିଳିବ। ଯାହାର ମେମୋରୀକୁ ୨୫୬ ଜିବି ପର୍ଯ୍ଯନ୍ତ ବଢାଯାଇପାରିବ।
ଏହାସହିତ ଏହି ସ୍ମାର୍ଟଫୋନରେ ସାଇଡ ମାଉଣ୍ଟେନ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି। ଅର୍ଥାତ୍ ରିଅଲ ମି ୬ ଭଳି ଏହାର ପାୱାର ବଟନ ହିଁ ଫିଙ୍ଗର ପ୍ରିଣ୍ଟ ସ୍କାନର। ଫୋନରେ ଫଟୋଗ୍ରାଫି ପାଇଁ ୪୮ ମେଗାପିକ୍ସେଲ ପ୍ରାଇମେରୀ ରିୟର କ୍ଯାମେରା ଦିଆଯାଇଛି। ସେହିପରି ସେଲଫି ପାଇଁ ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ଯାମେରା ମଧ୍ୟ ରହିଛି।

realme

ଫୋନରେ ୫,୦୦୦mAh ବ୍ଯାଟେରୀ ସହିତ ୩୦Wର ଚାର୍ଜର ଦିଆଯାଇଛି। ମାତ୍ର ୨୬ ମିନିଟରେ ୫୦% ବ୍ଯାଟେରୀ ଚାର୍ଜ କରିପାରିବେ ବୋଲି କମ୍ପାନୀ ଦାବି କରିଛି। ଏହାକୁ ୟୁକେରେ ଲଞ୍ଚ୍ କରାଯାଇଛି। ଯାହାର ମୂଲ୍ଯ ପାଖାପାଖି ୨୨,୫୦୦ ଟଙ୍କା ରହିଛି। କିନ୍ତୁ ଏହା ଭାରତରେ କେବେ ଆସିବ ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.