Tata Motorsର ଜବରଦସ୍ତ ଫେଷ୍ଟିଭାଲ ଅଫର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିତି ପାରିବେ ଗୋଲଡ୍‌ ଭାଉଚର

ଭାରତର ସବୁଠାରୁ ବଡ କର୍ମସିଆଲ ଭେଇକିଲ ନିର୍ମାଣକାରୀ କମ୍ପାନୀ Tata Motors ନିଜର ଗ୍ରାହକଙ୍କ ପାଇଁ ଉତ୍ସବର ଖୁସିକୁ ଦୁଇଗୁଣା କରିବା ପାଇଁ ଏକ କ୍ୟାମ୍ପେନ ଘୋଷଣା କରିଛି। ଟାଟା ମୋଟର୍ସ ‘ଇଣ୍ଡିଆ କି ଦ୍ୱିତୀୟ ଦିଓ୍ଵାଲୀ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରିଛି।

ଏହା ଅନୁଯାୟୀ, ସ୍ମଲ କମର୍ସିଆଲ ଭେଇକିଲ (SCV) ଏବଂ ପିକ-ଅପ୍‌ ରେଞ୍ଜ Tata Ace, Tata Yodha ଏବଂ Tata Intraରେ ଗ୍ରାହକଙ୍କୁ ସୁନିଶ୍ଚିତ ଉପହାର ଦେବା ସହିତ ଲକି ଡ୍ର ଜରିଆରେ ଭାଗ୍ୟ ସୁଧାରିବାର ମଉକା ମଧ୍ୟ ମିଳିବ। ଟାଟାର ଏହି ଅଫରରେ ସୁନା ଭାଉଚର ରୁ ନେଇ ଏଲଇଡି ଟିଭି, ଓ୍ଵାସିଙ୍ଗ୍‌ ମେସିନ, ମୋବାଇଲ ଫୋନ ଏବଂ ଫୁଏଲ ଭାଉଚର ଭଳି ଉପହାର ସାମିଲ ରହିଛି । ଏହି ବମ୍ପର ଅଫର ୩୦ ନଭେମ୍ବର, ୨୦୨୦ ପର୍ଯ୍ୟନ୍ତ ରହିଛି।

ଟାଟା ଏସକୁ ପୂରିଲା ୧୫ ବର୍ଷ

ଏହି କ୍ୟାମ୍ପେନର ଘୋଷଣା ଟାଟା ଏସର ୧୫ ବର୍ଷ ପୂରିବା ମଉକାରେ ମଧ୍ୟ କରାଯାଇଛି। ଏତେ ବର୍ଷର ଯାତ୍ରାରେ SCVର ୨୨ ଲକ୍ଷ ୟୁନିଟ ବିକ୍ରି କରାଯାଇଛି। ଟାଟା ମୋଟର୍ସ ଜଣାଇଛି ଯେ BS6 ବାହନର ରେଞ୍ଜକୁ ଗ୍ରାହକ ବହୁତ ପସନ୍ଦ କରୁଛନ୍ତି। ଏହି ନୂଆ ରେଞ୍ଜରେ ଲାଟେଷ୍ଟ ଟେକନୋଲୋଜି, ଅଧିକ ଆରାମଦାୟକ କେବିନ, ହାୟର ଫୁଏଲ ଏଫିସିଏନସି ଏବଂ ଆରାମଦାୟକ ଯାତ୍ରା ଭଳି ଅନେକ ସୁବିଧା ରହିଛି।
ତେବେ ଗତବର୍ଷ ଏହି ‘ଇଣ୍ଡିଆ କି ଦ୍ୱିତୀୟ ଦିଓ୍ଵାଲୀ’ କ୍ୟାମ୍ପେନକୁ ବହୁତ ବଢ଼ିଆ ପ୍ରତିକ୍ରିୟା ମିଳିଥିଲା। ତେଣୁ ଏଥର ବି  ଏଭଳି ସୁଯୋଗକୁ ପୁଣି ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.