Below header

ଗୋଟିଏ କି ଦୁଇଟି ନୁହେଁ ବରଂ ଇଂରାଜୀ ଭାଷାରେ ଏକ ହଜାର କବିତା ଲେଖି ଚର୍ଚ୍ଚାରେ ଅଭିଜିତ୍‌, ହାଇ ରେଞ୍ଜ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି ତାଙ୍କ ବହି “କ୍ୟୁଟ୍ରି”

ବ୍ରହ୍ମପୁର: ଗୋଟିଏ କି ଦୁଇଟି ନୁହେଁ ବରଂ ଏକ ହଜାର କବିତା । ତାହା ପୁଣି ଇଂରାଜୀ ଭାଷାରେ । ସବୁଠାରୁ ବଡ଼ କଥା ହେଲା ଗୋଟିଏ କବିତାରେ ରହୁଛି ମାତ୍ର ୧୧ଟି ଶବ୍ଦ । ଏଭଳି ୧୧ଟି ଶବ୍ଦ ରହିଥିବା ଏକ ହଜାର କବିତା ଲେଖି ଏବେ ଚର୍ଚ୍ଚାରେ ଅଭିଜିତ୍‌ ପାଢ଼ୀ । ତାଙ୍କର ଦ୍ୱାରା ଲୋଖାଯାଇଥିବା ଏହି କବିତା ବହି “କ୍ୟୁଟ୍ରି” ସ୍ଥାନ ପାଇଛି ହାଇ ରେଞ୍ଜ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡ଼ରେ । ଏହି ରେକର୍ଡ଼ ଏକ ବିରଳ ରହିଥିବା ବେଳେ ପୂର୍ବରୁ ଏଭଳି ରେକର୍ଡ଼ କେହି ପାଇନଥିବା ଦାବି କରିଛନ୍ତି ଅଭିଜିତ୍‌ ।

recordବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀର ଅଭିଜିତ୍‌ ପାଢ଼ୀ । ଅଭିଜିତ୍‌ ସିଭିଲ୍‌ ଇଞ୍ଜିନିୟରିଂ ପାଠ ପଢ଼ି ମୁମ୍ବାଇର ଏକ ଘରୋଇ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର୍‌ ଭାବେ ଚାକିରୀ କରୁଛନ୍ତି । ବର୍ତ୍ତମାନ କୋରୋନା ମହାମାରୀ ଯୋଗୁଁ ସେ ନିଜ ଘରକୁ ତଥା ଲାଞ୍ଜିପଲ୍ଲୀକୁ ଫେରିଥିଲେ । ତେବେ ଏହି ଲକ୍‌ ଡ଼ାଉନ୍‌ ସମୟରେ ଘରେ କାମ କରିବା ସହିତ ଲେଖି ଚାଲିଥିଲେ ଇଂରାଜୀ ଭାଷାରେ କବିତା । କବିତା ଗୁଡ଼ିକ କିଭଳି କମ୍‌ ଶଦ୍ଧରେ ଅତି ସୁନ୍ଦର ହେବ ତାହା ଥିଲା ତାଙ୍କର ଏକ ମାତ୍ର ଲକ୍ଷ୍ୟ । ଲକ୍ ଡ଼ାଉନ୍‌ ସମୟରେ ମାତ୍ର ତିନି ମାସ ମଧ୍ୟରେ ସେ ଲେଖିଛନ୍ତି ଏକ ହଜାର କବିତା । ଏହି ସମସ୍ତ କବିତା ଇଂରାଜୀ ଭାଷାରେ ରହିଥିବା ବେଳେ ପ୍ରତ୍ୟେକ କବିତାରେ ମାତ୍ର ୧୧ଟି ଶବ୍ଦ ରହିଛି । ଏହି ଏକ ହଜାର କବିତା ପ୍ରେମ, ଜୀବନ, ସମାଜ, ପରିବେଶ ଭଳି ବିଭିନ୍ନ ବିଷୟକୁ ନେଇ ସେ ଲେଖିଛନ୍ତି । ଏକ ହଜାର କବିତା ଲେଖିବା ପରେ ସେହି ବହିର ନାମ ଦେଇଛନ୍ତି କ୍ୟୁଟ୍ରି । ବର୍ତ୍ତମାନ ଏହି କ୍ୟୁଟ୍ରି ହାଇ ରେଞ୍ଜ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି । ଏଭଳି ସଫଳତା ପାଇବା ପରେ ବେଶ୍‌ ଖୁସୀ ବ୍ୟକ୍ତ କରିଛନ୍ତି ସେ ।

recordକେବଳ ଏତିକି ନୁହେଁ ସେ ଇଂରାଜୀ ଭାଷାରେ ପୂର୍ବରୁ ତିନୋଟି ବହି ମଧ୍ୟ ଲେଖିସାରିଛନ୍ତି । ଯାହାକି ବହି ଗୁଡ଼ିକ ସଂସ୍କରଣ ହୋଇ ଲୋକପ୍ରିୟତା ହାସଲ କରିସାରିଛି । ଏହି ତିନୋଟି ବହି ଗୁଡ଼ିକ ମଧ୍ୟ ଇଂରାଜୀ କବିତାକୁ ନେଇ ଲେଖିଛନ୍ତି ସେ । ସେ ଷଷ୍ଠ ଶ୍ରେଣୀରୁ ହିଁ ଇଂରାଜୀ ଭାଷାରେ କବିତା ଲେଖିବା ଆରମ୍ଭ କରିସାରିଥିଲେ । କବିତା ଲେଖିବା ସହିତ ବକୃତା ଓ ରଚନା ଲେଖିବାରେ ମଧ୍ୟ ସେ ବେଶ୍ ମାହିର୍ । ଯେଉଁଥିପାଇଁ ସେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ବାପା ନୀଳମଣି ପାଢୀ ଭାରତୀୟ ରେଳ ବିଭାଗର କର୍ମଚାରୀ ହୋଇଥିବା ବେଳେ ମା ସଞ୍ଜୁକ୍ତା ଗୃହିଣୀ । ତେବେ ପୁଅ ଅଭିଜିତକୁ ସବୁବେଳେ ପାଠ ପଢାଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି ।

recordସେପଟେ ଅଭିଜିତ୍‌ଙ୍କ ଏଭଳି ସଫଳତା କେବଳ ଯେ ଲାଞ୍ଜିପଲ୍ଲୀ ନୁହେଁ ବରଂ ବ୍ରହ୍ମପୁର ସହର ପାଇଁ ଏକ ଗର୍ବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ସଫଳତା ସମ୍ପର୍କରେ ସହରବାସୀ ଜାଣିବା ପରେ ବିଭିନ୍ନ ସ୍ଥାନରୁ ଅଭିଜିତ୍‌ଙ୍କୁ ମିଳୁଛି ଶୁଭେଚ୍ଛାର ସୁଅ । ତେବେ ଆଗାମୀ ଦିନରେ ୭ଟି ଶବ୍ଦରେ ଇଂରାଜୀ କବିତା ଲେଖି ପୁଣି ନୂଆ ରେକର୍ଡ଼ ସୃଷ୍ଟି କରିବା ନେଇ ଆଶା ରଖିଛନ୍ତି ଅଭିଜିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.