ଏକତରଫା ନୁହେଁ ତ ଆପଣଙ୍କ ପ୍ରେମ, ଏହି ଚାରୋଟି ସଙ୍କେତରୁ ପାଆନ୍ତୁ ଉତ୍ତର

ପ୍ରେମ ବାଧ୍ୟବାଧକତାରେ ହୋଇନଥାଏ। ଏହା ହୃଦୟରୁ ଆସୁଥିବା ଏକ ସ୍ୱତଃପ୍ରବୃତ୍ତ ଭାବନା। ବେଳେ ବେଳେ ଅନ୍ୟ ଜଣଙ୍କ ମନର କଥା ଭଲ ଭାବେ ନଜାଣି କିଛି ଲୋକ ଏକତରଫା ପ୍ରେମରେ ପଡ଼ିଯାଇଥାନ୍ତି। ଏଭଳି ସ୍ଥିତିରେ ଯେତେବେଳେ ଭ୍ରମ ଭାଙ୍ଗେ ଓ ସତ କଥା ଜଣାପଡ଼େ ସେତେବେଳେ ବହୁତ କଷ୍ଟ ହୁଏ। କିଛି ଲୋକ ମନେ ମନେ ଅନ୍ୟକୁ ଭଲ ପାଇଯାଇଥାନ୍ତି। ସେମାନଙ୍କ ସହ କଥାବାର୍ତ୍ତା ଓ ବୁଲାବୁଲି କରିବାକୁ ପ୍ରେମ ଭାବି ନିଅନ୍ତି। କିନ୍ତୁ ଅନ୍ୟ ବ୍ୟକ୍ତିଙ୍କ ମନରେ ସେଭଳି କୌଣସି ଭାବନା ନଥାଏ। ଏମିତି ପରିସ୍ଥିତିରେ ଏକତରଫା ପ୍ରେମ ଏବଂ ରିଲେସନ୍‌ସିପ୍‌ ହୃଦୟକୁ କଷ୍ଟ ଦେବା ସହ ସମୟ ମଧ୍ୟ ନଷ୍ଟ କରେ। ତେବେ ଆସନ୍ତୁ ଜାଣିବା ଏକତରଫା ପ୍ରେମର କେତେକ ସଙ୍କେତ:

୧. ଯଦି କୌଣସି ବ୍ୟକ୍ତିଙ୍କୁ ଆପଣ ଖୁବ୍‌ ପସନ୍ଦ କରୁଥାନ୍ତି ଓ ମନେ ମନେ ପ୍ରେମ କରୁଥାନ୍ତି। କିନ୍ତୁ ସେ ଆପଣଙ୍କୁ ଉପେକ୍ଷା କରୁଥିବା ଅନୁଭବ କରନ୍ତି। ତେବେ ଏହା ଆପଣଙ୍କ ଏକତରଫା ପ୍ରେମ ବୋଲି ବୁଝିଯାଆନ୍ତୁ। ଆପଣ ହିଁ କେବଳ ନିଜ ଆଡ଼ୁ ସେହି ବ୍ୟକ୍ତିଙ୍କୁ ଭଲ ପାଉଛନ୍ତି, ତାଙ୍କ ମନରେ ଆପଣଙ୍କ ପାଇଁ କୌଣସି ଭାବନା ନାହିଁ। ଏଭଳି ସମ୍ପର୍କରୁ ତୁରନ୍ତ ଓହରି ଯାଆନ୍ତୁ।

୨. ଆପଣଙ୍କ ସହ ହେଉଥିବା ଛୋଟ ଛୋଟ ଝଗଡ଼ାକୁ ସମାଧାନ କରିବା ଉପରେ ଯଦି ପାର୍ଟନର ବିଶେଷ ଧ୍ୟାନ ଦେଉନଥାନ୍ତି ତ ସେ ଆପଣଙ୍କୁ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବୁନାହାନ୍ତି ବୋଲି ଜାଣନ୍ତୁ। କୌଣସି ସମ୍ପର୍କ ପାଇଁ ଏଭଳି ସ୍ଥିତି ଆଦୌ ଭଲ ହୋଇନଥାଏ।

୩. କୌଣସି ଛୋଟ ସମସ୍ୟା ପରେ ଯଦି ପାର୍ଟନର ଆପଣଙ୍କ ସହ ଠିକ୍‌ ଭାବେ ମନଖୋଲା କଥା ହେଉନାହାନ୍ତି ତେବେ ତାଙ୍କ ହୃଦୟରେ ଆପଣ ନାହାନ୍ତି ବୋଲି ବୁଝିଯାଆନ୍ତୁ। ତୁରନ୍ତୁ ଏଭଳି ସମ୍ପର୍କରୁ ଓହରି ଯାଆନ୍ତୁ।

ଏହାସହ ପଢ଼ନ୍ତୁ: ଅଚିହ୍ନା ଲୋକଙ୍କ ସହିତ ଡେଟ୍‌ରେ ଯାଉଛନ୍ତି କି ? ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ

୪. ପାର୍ଟନରଙ୍କ ସହ ସମ୍ପର୍କକୁ ନେଇ ଯଦି ଆପଣ କନଫ୍ୟୁଜ୍‌ ଥାନ୍ତି ତେବେ ସିଧାସଳଖ ତାଙ୍କୁ ଏ ବିଷୟରେ ପଚାରନ୍ତୁ। ଯଦି କୌଣସି ସନ୍ତୋଷଜନକ ଉତ୍ତର ପାଉନାହାନ୍ତି ତେବେ ଆପଣ ଏକତରଫା ପ୍ରେମରେ ଅଛନ୍ତି ବୋଲି ଜାଣିନିଅନ୍ତୁ।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

34 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

39 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago