Categories: ରାଜ୍ୟ

କଟକ: ଥ୍ରୀ ଇଡିଅଟ୍‌ସ ଫିଲ୍ମର ଅମୀର ଖାନଙ୍କ ପରି ଶିକ୍ଷାର ଜ୍ଞାନ ବାଣ୍ଟି ଚାଲିଛନ୍ତି ଯୁବ ଇଂଜିନିୟର ଅନିଲ ପ୍ରଧାନ, ପ୍ରତିଷ୍ଠା କରିଛନ୍ତି ଗ୍ରାମୀଣ ସାଧାରଣ ସ୍କୁଲ

କଟକ(କେନ୍ୟୁଜ୍):  ଯୁବ ଇଂଜିନିୟର ଅନିଲ ପ୍ରଧାନଙ୍କୁ ନେଇ ସବୁଠି ଚର୍ଚ୍ଚା । ବିଦେଶରେ ଉଚ୍ଚ ବେତନର ଚାକିର ଛାଡ଼ି ଗାଁରେ ଖୋଲିଛନ୍ତି ସ୍କୁଲ । ଛୋଟ ଛୋଟ ପିଲାଙ୍କୁ ନିଆରା ଢଙ୍ଗରେ କରୁଛନ୍ତି ଶିକ୍ଷାଦାନ । ଏଥିପାଇଁ ତାଙ୍କୁ କୁହାଯାଉଛି ଥ୍ରୀ ଇଡିଅଟ୍‌ସ ଫିଲ୍ମର ଅମୀର ଖାନ୍‌ । ନିଜକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରିଥିବା ଏହି ଯୁବ ଇଂଜିନିୟର ହେଉଛନ୍ତି କଟକ ଜିଲ୍ଲା ୪୨ ମୌଜା କୂଳସରିଚୁଆଁ ଅନ୍ତର୍ଗତ ବରାଳ ଗାଁର ଅନିଲ ପ୍ରଧାନ । ସେ ପ୍ରତିଷ୍ଠା କରିଛନ୍ତି ଅନ୍ତଃରାଷ୍ଟ୍ରୀୟ ଗ୍ରାମୀଣ ନବପ୍ରବର୍ତ୍ତନ ସର୍ବସାଧାରଣ ବିଦ୍ୟାଳୟ । ଏଥିରେ ବର୍ତ୍ତମାନ ଷଷ୍ଠ ଶ୍ରେଣୀ ପ୍ରର୍ଯ୍ୟନ୍ତ ମୋଟ୍‌ ୧୨୪  ଜଣ ପିଲା ପାଠ ପଢୁଛନ୍ତି । ଏହି ସ୍କୁଲର ବିଶେଷତ୍ୱକୁ ନେଇ ଚର୍ଚ୍ଚା ହେବା ପରେ ଏବେ ଅନ୍ୟ ସ୍କୁଲରୁ ପିଲା ଆସି ଅବସର ସମୟରେ ପାଠ ପଢୁଛନ୍ତି । ସ୍କୁଲର କୁନିକୁନି ଛାତ୍ରଛାତ୍ରୀ ସ୍କୃ ଡ୍ରାଇଭରଠାରୁ ଆରମ୍ଭ କରି ଡି ପ୍ରିଣ୍ଟର, ସ୍ଲେଟ୍‌ ବୋର୍ଡ, ସାଇକେଲ ଜେନେରେଟର୍‌, ରୋବୋଟ୍‌, ଆଇ ପ୍ୟାଡ୍‌, କମ୍ପୁଟର, ପ୍ରୋଜେକ୍ଟର ଆଦି ବ୍ୟବହାର କରୁଛନ୍ତି ।

ଏଥିରେ ପିଲାମାନେ ଇନ୍‌ଫାନାଇଟ୍‌ ୱେଲ୍‌, ଲାଇନ୍‌ ଫଲୋନ୍‌ ରୋବୋଟ୍‌, ଲିଗୋରୋବଟ୍‌, ଏଫ୍‌ ୱାନ୍‌ ରୋବଟ୍‌, ଏଗ୍ରିଲ୍ୟାବ, ରକେଟ୍‌ ଆଦି କୌଶଳ ଶିଖୁଛନ୍ତି । ପ୍ରଥମେ ତାଙ୍କ କାର୍ଯ୍ୟକଳାପକୁ ଦେଖି ହସରେ ଉଡ଼ାଇ ଦେଉଥିବା ଲୋକେ ଏବେ ତାଙ୍କ ସଫଳତାକୁ ଦେଖି ପ୍ରଶଂସାରେ ପୋତି ପକାଉଛନ୍ତି । ତାଙ୍କ ସ୍କୁଲକୁ ଦେଖିବା ପାଇଁ ଦିଲ୍ଲୀ ଆଇଆଇଟି ପ୍ରତିନିଧି ଦଳ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ସରକାର ତାଙ୍କୁ ଆମନ୍ତ୍ରଣ କରି ଶିକ୍ଷାଦାନର ନୂଆ କୌଶଳ ସମ୍ପର୍କରେ ଅବଗତ ହୋଇଛନ୍ତି ।

ଚୀନ ସରକାର ବି ତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଅନିଲଙ୍କ କହିବା କଥା, ସେ ନିଜ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେବାକୁ ଉଦ୍ୟମ ଜାରି ରଖିବେ । ଆଗାମୀ ଦିନରେ ସେ ଏହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ନାସାକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଅନିଲ୍‌ ।

KNews Bureau

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋ…

7 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago