ଲାଇଫ୍ ଷ୍ଟାଇଲ୍

ଧନ ଲାଭ ମାମଲାରେ ଆଗରେ ରୁହନ୍ତି ଏହି ରାଶିର ବ୍ୟକ୍ତି, ଆପଣଙ୍କ ରାଶି ଅଛିକି ସାମିଲ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମର ୧୨ଟି ରାଶି ବିଷୟରେ ବର୍ଣ୍ଣିତ ଅଛି । ଜନ୍ମ ସମୟ ଭିତରେ ଚନ୍ଦ୍ରମା ଯେଉଁ ରାଶିରେ ବିରାଜ ମାନ ହୁଅନ୍ତି ତାହାକୁ ବ୍ୟକ୍ତିଙ୍କ ଜନ୍ମ ରାଶି ଭାବେ ଧରାଯାଇଥାଏ । ଠିକ ସେହିପରି ସୂର୍ଯ୍ୟ ରାଶି ବି ବ୍ୟକ୍ତିଙ୍କ ଜନ୍ମ ତିଥି ହିସାବରେ ହିଁ ନିର୍ଦ୍ଧାରିତ ହୋଇଥାଏ । ସମସ୍ତ ରାଶିଙ୍କ ନିଜ ନିଜର ଏକ ସ୍ୱାମୀ ଗ୍ରହ ଅଛନ୍ତି, ଯାହା ଆଧାରରେ ହିଁ ବ୍ୟକ୍ତିଙ୍କ ସ୍ୱଭାବ, ଜୀବନ ଶୈଳୀ ତଥା ଆର୍ଥିକ ସ୍ଥିତି ବିଷୟରେ ଜଣା ପଡିଥାଏ । ଆମେ ଆଜି ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଆର୍ଥିକ ସ୍ଥିତି ଅନ୍ୟ ମାନଙ୍କ ତୁଳନାରେ ଭଲ ରହିଥାଏ ।

ବୃଷ ରାଶି:

ଏହି ରାଶିଙ୍କ ସ୍ୱାମୀ ସୁଖ ଓ ବୈଭବ(ଧନ) କାରକ ଗ୍ରହ ବି ଶୁକ୍ର ରହିଥାନ୍ତି । ଏହି ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ଜୀବନରେ ଧନ ଲାଭର ଅଧିକ ମୌକା ଥାଏ । ଏହି ଜାତକ ଦେଖିବାରେ ବି ଖୁବ ମନମୋହକ ହୋଇଥାଏ । ଏମାନେ ସାଧାରଣତଃ ଗ୍ଲାମର ଜଗତରେ ନିଜ ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ନିଜକୁ ଲାଇମ ଲାଇଟରେ ରଖିବାକୁ ବେଶୀ ପସନ୍ଦ କରନ୍ତି । ଏମାନେ ନିଜ ଜୀବନରେ ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବା ସହିତ ସମ୍ମାନ ଲାଭ କରିଥାନ୍ତି ।

 କର୍କଟ ରାଶି:

ଏହି ରାଶିର ବ୍ୟକ୍ତି ମାନେ ବି ଜୀବନରେ ଖୁବ ପରିମାଣରେ ଧନ ଲାଭ କରିଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ବି ଭଲ ରହିଥାଏ । ଏହି ରାଶି ବିଶିଷ୍ଟ ବ୍ୟକ୍ତି ମାନେ ଯେଉଁ କାମରେ ମନ ଦିଅନ୍ତି ନିଶ୍ଚିତ ରୂପେ ସେଥିରେ ସଫଳତା ପାଆନ୍ତି । ଏମାନେ ଖୁବ ପରିଶ୍ରମୀ ମଧ୍ୟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଶୈଳୀ ଅତିବାହିତ କରିଥାନ୍ତି ।

ସିଂହ ରାଶି:

ଏହି ଜାତକଧାରୀ ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ୱ ଖୁବ ଦମଦାର ହୋଇଥାଏ । ଏମାନଙ୍କୁ ଭାଗ୍ୟ ବି ଖୁବ ସାହା ହୋଇଥାଏ | ଏମାନେ ନିଜ ଭାଗ୍ୟ ଓ ପରିଶ୍ରମ ବଳରେ କିଛି ବି ହାସଲ କରି ପାରନ୍ତି । ଏମାନେ ସ୍ୱଭାବରେ ଖୁବ ମହତ୍ୱାନକ୍ଷାଖି ହୋଇଥାନ୍ତି । ଏମାନଙ୍କର ନେତୃତ୍ୱ ନେବା କ୍ଷମତା ବି ଭଲ ଥାଏ । ଏହି କାରଣରୁ ଏମାନେ ଅଧିକାଂଶତଃ ବ୍ୟବସାୟୀ ହୋଇଥାନ୍ତି । ରୋଜଗାର କରିବା ପାଇଁ ଏମାନଙ୍କୁ ଅଧିକ ଭଟକିବାକୁ ପଡି ନଥାଏ ।

ବିଛା ରାଶି:

ଏହି ରାଶି ଧାରୀ ମାନେ ଖୁବ ଭାଗ୍ୟଶାଲୀ ହୋଇଥାନ୍ତି । ପରିଶ୍ରମ ଓ ଭାଗ୍ୟ ବଳରେ ଏମାନେ ଖୁବ ଧନ ଲାଭ କରିପାରନ୍ତି । ଏମାନେ ଖୁବ ବୁଦ୍ଧିମାନ ହେବା ସହ ପାଠ କ୍ଷେତ୍ରରେ ବି ଖୁବ ଆଗରେ ରୁହନ୍ତି । ମଲ୍ଟି ଟ୍ୟାଲେଣ୍ଟେଡ ହେବା ସହ ଏମାନେ ଯାହା ବି କରନ୍ତି ସେଥିରେ ନିଶ୍ଚିତ ରୂପେ ସଫଳତା ହାସଲ କରନ୍ତି ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

12 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

20 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

26 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

35 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

37 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

44 mins ago