ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଆପଣାନ୍ତୁ ଏହି ୫ଟି ଉପାୟ, କମ୍ପ୍ୟୁଟରଠାରୁ ବି ଦ୍ରୁତ ଚାଲିବ ମୁଣ୍ଡ

ବର୍ତ୍ତମାନ ଲୋକଙ୍କଠାରେ ଖୁବ୍‌ କମ୍‌ ବୟସରୁ ଭୁଲିବା ରୋଗ ଦେଖିବାକୁ ମିଳୁଛି। ମୁଣ୍ଡ ଉପରେ ଅଧିକ ଚାପ ଦେବା ପରେ ବି ଜିିନିଷ ମନେ ରଖିବାରେ ସମସ୍ୟା ଦେଖାଦେଉଛି। ପ୍ରାୟତଃ ଯୁବପିଢ଼ି ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେଉଛନ୍ତି। ଆସନ୍ତୁ ଜାଣିବା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରୁଥିବା ୫ଟି ସହଜ ଉପାୟ…

୧. ଜଙ୍କଫୁଡ୍‌ କିମ୍ବା ଛଣାଛଣି ଖାଦ୍ୟ ଅଧିକା ଖାଇବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଫାଷ୍ଟଫୁଡ୍‌ ମସ୍ତିଷ୍କରେ ଥିବା ରସାୟନର ସରଞ୍ଚନାକୁ ପ୍ରଭାବିତ କରେ। ଏଥିସହ ମୁଣ୍ଡ ଭାରି ଲାଗିବା ସହ ଅବସାଦ ଭଳି ସମସ୍ୟା ଦେଖାଦେଇଥାଏ।

୨.ମୃଦୁପାନୀୟ ଓ ସୋଡ଼ା ମଧ୍ୟ ବ୍ୟକ୍ତିର ମାନସିକତା ଉପରେ କୁପ୍ରଭାବ ପକାଇଥାଏ। ଏଥିରେ ଥିବା ଫ୍ରକ୍ଟୋଜ୍‌ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ କମ୍‌ କରିବା ସହ ଧୀଶକ୍ତି ମଧ୍ୟ ହ୍ରାସ କରିଥାଏ।

୩. କିଶୋର ଅବସ୍ଥାରେ ଅଧିକ ପରିମାଣରେ ମଦ୍ୟପାନ କରିବା ମଧ୍ୟ ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ମଦ ପିଇବା ଦ୍ୱାରା ବ୍ୟକ୍ତିଜଣକ ମାନସିକ ଭାରସାମ୍ୟ ହରାଇବା ସହ କୌଣସି ଜିନିଷ ମନେ ରଖିପାରିନଥାଏ। ଅତ୍ୟଧିକ ମଦ ପିଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ। ଫଳରେ ଭୁଲିବା ସମସ୍ୟା ଦେଖାଦିଏ।

୪. ଡାକ୍ତରଙ୍କ କହିବାନୁସାରେ ସାରା ରାତି ସୁଖନିଦ୍ରା ଓ ଆରାମ ପରେ ମସ୍ତିଷ୍କ ଫୂର୍ତ୍ତି ରହିବା ସହ ଦିନ ସାରା ତାଜା ଲାଗିଥାଏ। ମାତ୍ର ନିଦ୍ରା ଅଭାବରୁ ମସ୍ତିଷ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇବା ସହ ଭୁଲିବା ବେମାରି ଦେଖାଦିଏ।

୫. ଯୋଗ ପ୍ରାଣାୟମ ଦ୍ୱାରା ମଧ୍ୟ ଆପଣ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିପାରିବେ। ପ୍ରତିଦିନ ଯୋଗ କିମ୍ବା ବ୍ୟାୟାମ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଧୀଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ଏହାସହ ପଢ଼ନ୍ତୁ: ସୁସ୍ଥ ମାନସିକତା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ନିୟମିତ କରନ୍ତୁ ଏହି ୩ଟି ଯୋଗ

WCW 11

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

19 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

27 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

33 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

42 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

44 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

51 mins ago