ଜ୍ୟୋତିଷ ଶାସ୍ତ୍ର : କେଶ ବି କହିପାରେ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ କେଶ ସହ ତାଙ୍କ ଭାଗ୍ୟର ସମ୍ବନ୍ଧ ରହିଥାଏ। ଏହା ବ୍ୟକ୍ତିଙ୍କର କେଶର ରଙ୍ଗ-ରୁପ ଏବଂ ସ୍ବରୂପ ଉପରେ ନିର୍ଭର କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ସହିତ କେଶର ବିଶେଷ ସମ୍ବନ୍ଧ ରହିଥାଏ। କାରଣ ଯେତେବେଳେ ଆପଣ ଜାତକରେ ମଙ୍ଗଳ ଗ୍ରହ ଖରାପ ହୋଇଥାଏ, ସେହି ସମୟରେ ତାହାର ସିଧାସଳଖ ପ୍ରଭାବ ଆପଣଙ୍କ କେଶ ଉପରେ ପଡିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏପରି କାହିଁକି ହୋଇଥାଏ। ଯଦି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ମଙ୍ଗଳ ଗ୍ରହ ଖରାପ ହେବା କାରଣରୁ କେଶ ଅଧିକ ଲମ୍ବା ଏବଂ ମୋଟା ହୋଇନଥାଏ। ଲମ୍ବା ଏବଂ ଘନ କେଶର ସମ୍ବନ୍ଧ ମଙ୍ଗଳ ଏବଂ ରାହୁ ଗ୍ରହ ସହ ରହିଥାଏ। କିଛି ସମୟରେ ଲୋକଙ୍କର ଅଚାନକ କେଶ ଝଡିବା ସହ ତାଙ୍କ ଜୀବନରେ ବିଭିନ୍ନ ପରିସ୍ଥିତି ଦେଖାଯାଇଥାଏ। କେଶ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଦର୍ଶାଇଥାଏ। ଏଥି ସହିତ କେଶ ବ୍ୟକ୍ତିର ମାନସକ ସ୍ଥିତିକୁ ମଧ୍ୟ ଦର୍ଶାଇଥାଏ। ଏହା ବ୍ୟତୀତ କେଶ ବୈବାହିକ ଜୀବନ ପାଇଁ ଉଚିତ ସଂକେତ ଦେଇଥାଏ। କେଶର ରଙ୍ଗରୁ ବ୍ୟକ୍ତିର ଚିନ୍ତା ଧାରା ଏବଂ ଶାରୀରିକ କାର୍ଯ୍ୟ ବିଷୟରେ ଜଣାପଡ଼ିଥାଏ।

ବାସ୍ତବରେ ଗୁରୁ, ମଙ୍ଗଳ ଏବଂ ଶନିଙ୍କ ରାଶିରେ ରହିବା ବିବାହ କାର୍ଯ୍ୟ ସମ୍ପନ୍ନ କରିଥାଏ। ଜାତକରେ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ଦୁର୍ବଳ ହେବାରୁ ଅତ୍ୟଧିକ କେଶ ଝଡ଼ିଥାଏ। କେଶ ଝଡ଼ିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଙ୍ଗଳିକ ଦର୍ଶାଇବା ସହ ଜାତକରେ ମଧ୍ୟ ମଙ୍ଗଳ ଦୋଷ ରହିଥିବାର ସଂକେତ ଦେଇଥାଏ। ମଙ୍ଗଳ, ବୃହସ୍ପତି ଏବଂ ଶନିଙ୍କୁ ପ୍ରସନ୍ନ କରିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ଜାତକରେ ଏହି ସବୁ ଦୋଷ ରହିଥାଏ ସେହି ବ୍ୟକ୍ତିଙ୍କ ବୈବାହିକ ଜୀବନରେ ସର୍ବଦା କଳହ ଲାଗି ରହିଥାଏ। ଏବଂ ତାଙ୍କର ଜୀବନ କଷ୍ଟମୟ ହୋଇଯାଇଥାଏ।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago