ଟେକ୍

SBI ଏବଂ PNBରେ ବ୍ୟାଙ୍କ ଆକାଉଣ୍ଟ ଅଛି କି, ତେବେ ଗୋଟିଏ ମିସଡ୍‌ କଲ୍‌ ଦେଇ ଚେକ କରନ୍ତୁ ବାଲାନ୍ସ

ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ପିଏନବିରେ ରହିଛି ତାହେଲେ ଆପଣଙ୍କ ପାଇଁ ବଡ ଖବର। ଆପଣଙ୍କ ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ ବ୍ୟାଙ୍କ ବ୍ରାଞ୍ଚ୍‌ ଯିବାର ଆଉ ଆବଶ୍ୟକ ନାହିଁ। ଆପଣ ଘରେ ବସି ବିନା ଇଣ୍ଟରନେଟରେ ନିଜର ବାଲାନ୍ସ ଚେକ କରିପାରିବେ।

ଏବେ ଆପଣ କେବଳ ଗୋଟିଏ ମିସଡ କଲ୍‌ ଦେଇ ନିଜର ପିଏନବି ଆକାଉଣ୍ଟ ବାଲାନ୍ସ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ନିଜର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆକାଉଣ୍ଟରେ ରେଜିଷ୍ଟର୍ଡ ନିଜ ମୋବାଇଲ ନମ୍ବରରେ ୧୮୦୦ ୧୮୦ ୨୨୨୩ ଏବଂ ୦୧୨୦-୨୩୦୩୦୯୦ ନମ୍ବର ଭିତରୁ କେଉଁଟାକୁ ବି ମିସଡ କଲ୍‌ କରିବାକୁ ହେବ। ମିସଡ କଲର ଅଳ୍ପ ସମୟ ପରେ ଆପଣଙ୍କ ପାଖକୁ ମେସେଜ ଆସିବ, ଯେଉଁଥିରେ ଆପଣଙ୍କୁ ନିଜ ଆକାଉଣ୍ଟରେ ମହଜୁଦ ବାଲାନ୍ସର ବିବରଣୀ ମିଳିଯିବ।

ଏସବିଆଇ କ୍ୱିକ-ମିସଡ କଲ୍‌ ବ୍ୟାକିଙ୍ଗ ସର୍ଭିସ ଜରିଆରେ ଆପଣ ବହୁତ କିଛି ବିବରଣୀ ମିସଡ କଲ୍‌ କିମ୍ବା ଏସଏମଏସ ପଠାଇ ସୂଚନା ପାଇପାରିବେ। ‘ଏସବିଆଇ କ୍ୱିକ-ମିସଡ କଲ୍‌ ବ୍ୟାକିଙ୍ଗ ସର୍ଭିସ’ ଅନୁଯାୟୀ କୌଣସି ବି ସେବା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ରେଜିଷ୍ଟର କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ଟାଇପ କରିବାକୁ ହେବ ଏବଂ ତାପରେ ସ୍ପେସ୍‌ ଦେଇ ନିଜର ଆକାଉଣ୍ଟ ନମ୍ବର ଲେଖିବାକୁ ହେବ ଏବଂ ୦୯୨୨୩୪୮୮୮୮୮ରେ ଏସଏମଏସ ପଠାଇବାକୁ ହେବ। ଯେମିତିକି  REG <space>Account Number ଏବଂ ୦୯୨୨୩୪୮୮୮୮୮ ତାକୁ ଏହି ନମ୍ବରକୁ ପଠାଇଦିଅନ୍ତୁ। ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ସେହି ନମ୍ବରରେ ଆପଣଙ୍କୁ ମେସେଜ୍‌ ପଠାଇବାକୁ ହେବ ଯେଉଁ ନମ୍ବର ଆପଣଙ୍କ ଆକାଉଣ୍ଟରେ ରେଜିଷ୍ଟର୍ଡ ରହିଛି।

ଏସବିଆଇ କ୍ୱିକ ମିସଡ କଲ ବ୍ୟାକିଙ୍ଗରେ ରେଜିଷ୍ଟର କରିବା ପରେ ଆପଣଙ୍କୁ ଟୋଲ ଫ୍ରି ନମ୍ବର ୦୯୨୨୩୭୬୬୬୬୬ରେ ମିସଡ କଲ୍‌ କରିବାକୁ ହେବ। ଏହାର କିଛି ସେକେଣ୍ଡସ ପରେ ହିଁ ଆପଣଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଏସଏମଏସ ଜରିଆରେ ମିଳିଯିବ। ଏବେ ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ତୁରନ୍ତ ମିଳିଯିବ।

 

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

8 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

11 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

12 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

12 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago