ଲାଇଫ୍ ଷ୍ଟାଇଲ୍

ଗରମ ଦିନରେ ଖାଆନ୍ତୁ ଏହି ହଳଦିଆ ଫଳ, ଇମ୍ୟୁନିଟି ବଢାଇବାରେ ମିଳିବ ସାହାଯ୍ୟ

ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ | ହଳଦିଆ ରଂଗର ଫଳ ଯେମିତି ଆମ୍ବ ,ଅମୃତଭଣ୍ଡା ,ସନ୍ତରା ,ତରଭୁଜ ଏବଂ କଦଳୀ ନିହାତି ଖାଇବା ଉଚିତ | ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ |

ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କୁ ଏହି ରଙ୍ଗର ପରିବା ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରିବା ଉଚିତ |ହଳଦିଆ ରଙ୍ଗର ଫଳରେ ଭିଟାମିନ ସି ଭରପୁର ମିଳିଥାଏ | ଆସନ୍ତୁ ଜାଣିବା ଗରମ ଦିନରେ କେଉଁ କେଉଁ ହଳଦିଆ ରଙ୍ଗର ଫଳର ଫାଇଦା କଣ ?

1- ଆମ୍ବ : ଖରାଦିନ ଆସିବା କ୍ଷଣି ଲୋକମାନେ ଆମ୍ବର ଅପେକ୍ଷା କରିଥାନ୍ତି | ଫଳର ରାଜା ଆମ୍ବ ଖାଇବାକୁ ଯେତିକି ରସୁଆଳିଆ ଏବଂ ମିଠା ହୋଇଥାଏ | ସେମିତି ଆମ୍ବରେ ଭିଟାମିନ ସି ମିଳିଥାଏ ଯଦ୍ୱାରା ଆଖି, ଚର୍ମ ,କୋଲେଷ୍ଟ୍ରଲ, ହଜମ ଶକ୍ତି ବଢାଇବା ସହ କ୍ୟାନସର ଭଳି ସାଙ୍ଘାତିକ ରୋଗରୁ ରକ୍ଷା ମିଳିପାରେ |

2- କଦଳୀ : କଦଳୀ ସବୁ ଋତୁରେ ମିଳୁଥିବା ଫଳ | କଦଳୀରେ ଭିଟାମିନ ଏ,ବି ,ସି ,ଇ ,ଜିଙ୍କ ,ପୋଟାସିଅମ ଏବଂ ମ୍ୟାଗ୍ନିସିୟମ ଭରପୁର ମାତ୍ରାରେ ରହିଥାଏ | ଏଥିରେ ଏମିନୋଏସିଡ ରହିଥାଏ | କଦଳୀରେ ଭିଟାମିନ ବି 6 ମିଳିଥାଏ ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ |

3- ସନ୍ତରା : ସନ୍ତରା ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ବି ବହୁତ ମାତ୍ରାରେ ମିଳିଥାଏ | ସନ୍ତରାରେ କ୍ୟାଲସିୟମ ସୋର୍ସ ଭଲ ଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ହେଲଦି ରହିଥାଏ | ଆପଣଙ୍କୁ ଓଜନ କମାଇବା ପାଇଁ ମଧ୍ୟ ସନ୍ତରା ଖାଇବା ଉଚିତ | ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ ସନ୍ତରା |

4- ଅମୃତଭଣ୍ଡା : ଗରମ ଦିନେ ଖାଦ୍ୟରେ ଅମୃତଭଣ୍ଡା ଜରୁର ସାମିଲ କରନ୍ତୁ | ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ମିଳିଥାଏ | ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟା ମଜବୁତ ହୋଇଥାଏ | ଫାଇବର ମଧ୍ୟ ମିଳିଥାଏ ଯଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ | ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ବଢ଼ିଆ ଫଳ ବୋଲି କୁହାଯାଏ |

Niharanjan

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

4 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

39 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

46 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago