ରିଲେସନ୍‌ସିପ୍‌ ବିଷୟରେ ଏହିସବୁ କଥା ଶିଖାଇଥାଏ ବ୍ରେକ୍‌ଅପ୍‌, ଜାଣନ୍ତୁ କ’ଣ ତାହା

ପ୍ରତ୍ୟେକ ମହିଳାଙ୍କ ଜୀବନରେ ରିଲେସନ୍‌ସିପ୍‌ର ଆରମ୍ଭ ଖୁବ୍‌ ଆମୋଦଦାୟକ ହୋଇଥାଏ। ପାର୍ଟନର ସହ ଏକାଠି ବୁଲିବା, ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବା, ଖାଇବାପିଇବା କରିବା ଆଦି ମୁହୂର୍ତ୍ତ ଖୁସି ଦେଇଥାଏ। ମାତ୍ର ଏକ ନିର୍ଦ୍ଦିଷ୍ଟ ସମୟ ପରେ ଛୋଟ ଛୋଟ କଥାକୁ ନେଇ ମତାନ୍ତର ବା ମନାନ୍ତର ସମ୍ପର୍କରେ ତିକ୍ତତା ଆଣିଥାଏ। ଯାହା କ୍ରମେ ବୃଦ୍ଧି ପାଇଥାଏ। ବେଳେବେଳେ ଝଗଡ଼ା ଉଗ୍ରରୂପ ଧାରଣ କଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ବ୍ରେକ୍‌ଅପ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ତେବେ ବ୍ରେକ୍‌ଅପ୍‌ ପରେ କିଛି ଲୋକ ଜୀବନ ଶେଷ ହୋଇଗଲା ବୋଲି ଭାବି ଅବସାଦଗ୍ରସ୍ତ ହୋଇପଡ଼ିଥାନ୍ତି। ମାତ୍ର ଏଭଳି ଭାବିବା ଠିକ୍‌ ନୁହେଁ। ବ୍ରେକ୍‌ଅପ୍‌ ଆମକୁ କିଛି ସମୟ ପାଇଁ ଯନ୍ତ୍ରଣା ଦେଉଥିଲେ ମଧ୍ୟ ଅନେକ କଥା ଶିଖାଇଥାଏ। ଆସନ୍ତୁ ଜାଣିବା କ’ଣ ଶିକ୍ଷା ଦେଇଥାଏ ବ୍ରେକ୍‌ଅପ୍‌:

ବ୍ରେକ୍‌ଅପ୍‌ ପରେ ଭଲ ପାଇବା ଏବଂ ଜୀବନ ସମ୍ବନ୍ଧରେ ବହୁ କଥା ଜାଣିବାକୁ ମିଳିଥାଏ। ଏଭଳି ପରିସ୍ଥିତିରେ ଲୋକଙ୍କୁ ଚିହ୍ନିବା ପାଇଁ ଆହୁରି ଅନେକ କଥା ଜାଣିବାକୁ ପଡ଼େ ବୋଲି ବୁଝାପଡ଼େ। କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ମାତ୍ର ଦିନ କେଇଟା ଭିତରେ କୌଣସି ଦୃଢ଼ ଭାବନା ଆଣିବା ଅନୁଚିତ୍‌। ଯେକୌଣସି ସମ୍ପର୍କରେ ଝଡ଼ଝଞ୍ଜା ଆସିବା ଏକ ସାଧାରଣ କଥା। ଏହାକୁ ଦୃଢ଼ତାର ସହ ସାମ୍ନା କରିବା ଉଚିତ୍‌ ବୋଲି ବ୍ରେକ୍‌ଅପ୍‌ ଶିକ୍ଷା ଦିଏ।

କୌଣସି ସମ୍ପର୍କକୁ ମଜଭୁତ୍‌ କରିବା ପାଇଁ ପରସ୍ପରକୁ ବୁଝିବା ନିହାତି ଜରୁରୀ। କିନ୍ତୁ ବେଳେବେଳେ ପ୍ରେମୀଯୁଗଳଙ୍କ ପର୍ସନାଲିଟି ପରସ୍ପର ଠାରୁ ଭିନ୍ନ ହୋଇଥାଏ। ଫଳରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦିଏ। ଏଭଳି ସ୍ଥିତିରେ ପ୍ରତି କଥାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୁଏ। ଯାହା ବ୍ରେକ୍‌ଅପ୍‌ ପରେ ବୁଝାପଡ଼େ। ଭବିଷ୍ୟତରେ ପାର୍ଟନର ବାଛିବା ପୂର୍ବରୁ ଏସବୁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ, ଫଳରେ ଭିନ୍ନ ଭିନ୍ନ ପର୍ସନାଲିଟିର ହୋଇଥିଲେ ମଧ୍ୟ ଆପଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ଏହାସହ ପଢ଼ନ୍ତୁ: ଘରୋଇ ଉପାୟରେ ଘନକଳା ଓ ମୋଟା କେଶ ପାଇବାକୁ ଚାହୁଁଥିଲେ ବ୍ୟବହାର କରନ୍ତୁ ଟି ଟ୍ରି ଅଏଲ୍‌

ବେଳେ ବେଳେ ଲୋକମାନେ ନିଜ ରିଲେସନ୍‌ସିପ୍‌କୁ ନେଇ ବହୁତ ସିରିୟସ୍‌ ଥାଆନ୍ତି। ଏଣୁ ପାର୍ଟନରଙ୍କର ଖୁବ୍‌ ଧ୍ୟାନ ରଖିଥାନ୍ତି। ଏତେ କେୟାରିଂ ପରେ ବି ସାଥୀ ଜଣକ ଅଫିସର କୌଣସି ସହକର୍ମୀ କିମ୍ବା ସାଙ୍ଗଙ୍କ ପ୍ରତି ଆକର୍ଷିତ ହୋଇପଡ଼ୁଥିବା ଦେଖାଯାଏ। ଏମିତିକି ଆପଣଙ୍କ ସାମ୍ନାରେ ମଧ୍ୟ ସେ ତାଙ୍କ ପ୍ରଶଂସା କରିଥାନ୍ତି। ଯାହା ଆପଣଙ୍କ ମଧ୍ୟରେ ଝଗଡ଼ାର କାରଣ ସାଜିଥାଏ। ଏଭଳି ପରିସ୍ଥିତିରେ ଆପଣ ପାର୍ଟନରଙ୍କ କଥାକୁ ବୁଝିବା ଜରୁରୀ। ତାଙ୍କ ସହ ଅଯଥା ଝଗଡ଼ା ନକରି ସେ କ’ଣ ଚାହୁଁଛନ୍ତି ତାହା ବୁଝିବାକୁ ଚେଷ୍ଟା କରନ୍ତୁ। ଯଦି ପାରୁଛନ୍ତି ତାଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଆକର୍ଷିତ କରନ୍ତୁ। ଏମିତି ପରିସ୍ଥିତିରେ ଉଗ୍ର ନ ହୋଇ ଶାନ୍ତ ରହିବାକୁ ଉଦ୍ୟମ କରନ୍ତୁ।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago