ସୁନାଠୁ ବି ମହଙ୍ଗା ଏହି ଗଛର ତେଲ, ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ

କୌଣସି ତେଲ ସୁନାଠୁ ମହଙ୍ଗା ହୋଇପାରେ, ଏହା କେହି ଭାବି ନଥିବେ। ମାତ୍ର ଏହା ସତ। କୌଣସି ଅସାଧାରଣ ଗଛ ନୁହେଁ, ସାଧାରଣ ଅଗୁରୁ ଗଛର ତେଲ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ୍‌। ଏଣୁ ଏହାକୁ ତରଳ ସୁନା ମଧ୍ୟ କୁହାଯାଏ।

ଅଗୁରୁ ଏକ ସୁଗନ୍ଧ କାଠ ଯାହାର ବ୍ୟବହାର ଧୂପବତୀ, ଅତର ଆଦିରେ କରାଯାଏ। ଭାରତ ସମେତ ଚୀନ୍‌, ଜାପାନ, କୋରିଆ, ମିଶର ଆଦି ଦେଶରେ ପୂଜା ପର୍ବରେ ଏହାର ବହୁଳ ବ୍ୟବହାର କରାଯାଏ। ଔଷଧରେ ମଧ୍ୟ ଅଗୁରୁ ବ୍ୟବହାର ହୁଏ। ଅଗୁରୁର ସୁଗନ୍ଧ ପ୍ରତି ଭଗବାନ ଆକର୍ଷିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁସାରେ, ଅଗୁରୁ ବାସ୍ନା ହେଉଥିବା ସ୍ଥାନରେ ଭଗବାନ ବାସ କରିଥାନ୍ତି, ଫଳରେ ନକାରାତ୍ମକ ଶକ୍ତି ଦୂର ହୁଏ। ଏଣୁ ଏହାକୁ ଇଂରାଜୀରେ wood of the gods ବା ଦୈବିକ କାଠ ମଧ୍ୟ କୁହାଯାଏ।

ଦକ୍ଷିଣ-ପୂର୍ବ ଏସିଆର ଘନ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ଏହାକୁ ଅକିଲାରିଆ ବୃକ୍ଷ କୁହାଯାଏ। ସେହି ଗଛରୁ ଏହି କାଠ ମିଳିଥାଏ। ଦକ୍ଷିଣ-ପୂର୍ବ ଏସିଆର ୧୫ଟି ଦେଶରେ ପ୍ରାୟ ୨୬ ପ୍ରକାରର ଅଗୁରୁ ଗଛ ଦେଖିବାକୁ ମିଳେ। ଇଣ୍ଡୋନେସିଆ, ଫିଲିପାଇନ୍ସ, ପାପୁଆ ନ୍ୟୁ ଗିନିଆ, ମାଲେସିଆ, ବ୍ରୁନଇ, ଭାରତ, କମ୍ବୋଡ଼ିଆ, ସିଙ୍ଗାପୁର, ଥାଇଲାଣ୍ଡ, ଚୀନ୍‌, ବାଙ୍ଗଲାଦେଶ, ଭୁଟାନ୍‌, ମିଆଁମାର, ଲାଓସ ଆଦି ଦେଶରେ ବହୁଳ ଭାବେ ଅଗୁରୁ ଗଛ ରହିଛି।

ଏହାସହ ପଢ଼ନ୍ତୁ: ଚଷମାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି 5 ଟି ଜିନିଷ

 

ଭାରତରେ ଅଗୁରୁ ଅଧିକ ଉତ୍ପାଦିତ ହୋଇଥାଏ। ତେବେ ଆସାମକୁ ଭାରତର ଅଗୁରୁ କ୍ୟାପିଟାଲ ମଧ୍ୟ କୁହାଯାଏ। ଏହି ତେଲ ନ୍ୟୁରୋ ସମସ୍ୟା, ଚର୍ମରୋଗ, ସଂକ୍ରମଣ, ବଦହଜମି ଆଦି ଦୂର କରିବାରେ ସହାୟକ ହୋଇଥାଏ। ଏଣୁ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ଏହାର ଚୋରା କାରବାର ମଧ୍ୟ ହୋଇଥାଏ। ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ କିଛି ଦିନ ତଳେ ୫୧ ଲକ୍ଷ ଟଙ୍କା ମୂଲ୍ୟର ଅଗୁରୁ ତେଲ ଜବତ ହୋଇଥିଲା।

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

23 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

42 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

50 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago