Categories: ଟେକ୍

ଶସ୍ତାରେ ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, Tecno Spark ଲଞ୍ଚ କଲା ଦୁଇଟି ସ୍ମାର୍ଟଫୋନ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ସ୍ମାର୍ଟଫୋନ୍‌ ବ୍ରାଣ୍ଡ ଟେକ୍ନୋ ଭାରତରେ ଦୁଇଟି ନୂଆ ଫୋନ୍‌ର ବଜାର ପ୍ରବେଶ କରାଇଛି। ଯେଉଁଥିରେ Tecno Spark Go, Tecno Spark 4 Air ରହିଛି। ଏହି ଦୁଇଟି ଫୋନ୍‌ରେ ୬.୧ ଇଞ୍ଚର ଓ୍ଵାଟରଡ୍ରପ ଡିସ୍‌ପ୍ଲେ ରହିଛି। ଏଥିସହ ଫୋନ୍‌ର ଫ୍ରଣ୍ଟରେ ଏଲ୍‌ଇଡି ଲାଇଟ୍‌ ମଧ୍ୟ ଦିଆଯାଇଛି। Tecno Spark Go ର ମୂଲ୍ୟ ୫,୪୯୯ ଟଙ୍କା ଥିବାବେଳେ ଏଥିରେ ୨ GBର RAM ସହ ୧୬ GBର ଷ୍ଟୋରେଜ ରହିଛି। ସେହିପରି Tecno Spark 4 Air ର ଦାମ୍‌ ୬,୯୯୯ ଟଙ୍କା ଥିବାବେଳେ ୩ GBର RAM ସହ ୩୨ GBର ଷ୍ଟୋରେଜ ମିଳିବ। ଦୁଇଟି ଯାକ ମୋବାଇଲ ବ୍ଲାକ ଓ ରୟାଲ ପର୍ପଲ ରଙ୍ଗରେ ଉପଲବ୍ଧ। ଲଞ୍ଚ ପରେ ଦେଶରେ ଅଫଲାଇନ୍‌ରେ ମୋଟ୍‌ ୩୫ଠଠଠ ଟି ଫୋନ୍‌ ବିକ୍ରି ସରିଲାଣି। ଲଞ୍ଚ ଅଫର ଭାବେ କମ୍ପାନୀ ଫୋନ୍‌ ସହ ୭୯୯ ଟଙ୍କାର ଏକ ବ୍ଲୁ-ଟୁଥ୍‌ ଫ୍ରି’ରେ ଦେଉଛି।

Tecno Spark ର ବିଶେଷତା
ଏହି ଫୋନ୍‌ରେ ଆଣ୍ଡ୍ରଏଡ୍‌ ପାଇ ୯.ଠ ଆଧାରିତ (HI os5) ମିଳିବ। ମୋବାଇଲ୍‌ରେ ୬.୧ ଇଞ୍ଚର HD+ ଡିସ୍‌ପ୍ଲେ ରହିଛି, ଯାହାର ଆସପେକ୍ଟସ୍‌ ଅନୁପାତ ୧୯:୫:୯। ଏହି ଫୋନ୍‌ରେ ମିଡିଆ ଟେକ୍‌ର ୨.୦GZHର ହିଲିଓ A୨୨ କ୍ୱାର୍ଡକୋର୍‌ ପ୍ରୋସେସର ରହିଛି। ଏଥିରେ ୨ GB ରାମ ସହ ୧୬ GB ଷ୍ଟୋରେଜ ରହିଛି। ମୋମୋରି କାର୍ଡ ଦ୍ୱାରା ଏହାକୁ ୨୫୬ GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

କ୍ୟାମେରା
Tecno Spark ରେ ୮ ମେଗାପିକ୍ସେଲ କ୍ଷମତାସମ୍ପନ୍ନ କ୍ୟାମେରା ରହିଛି। ଏଥିସହ ଆଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ AI ଡିଜିଟାଲ ଜୁମ୍‌ ଭଳି ଫିଚର ରହିଛି। ଫୋନ୍‌ରେ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ସହ ପେସ୍‌ ଅନ୍‌ଲକ୍‌ ସୁବିଧା ମଧ୍ୟ ରହିଛି। ଉଭୟ କ୍ୟାମେରାରେ ଫ୍ଲାସ୍‌ ଲାଇଟ୍‌ ରହିଛି ଯାହାକୁ ଆପଣ ନିଜ ଇଚ୍ଛା ଅନୁସାରେ ଆଡଜଷ୍ଟ କରିପାରିବେ।

ଏହାସହ ପଢ଼ନ୍ତୁ: ଆସିଲା OnePlus TV ର ପ୍ରଥମ ଫଟୋ, ଦେଖନ୍ତୁ କେମିତି ରହିଛି ଲୁକ୍‌

ବ୍ୟାଟେରୀ ଓ କନେକ୍ଟିଭିଟି
Tecno Spark ରେ ୩ଠଠଠ MAHର ବ୍ୟାଟେରୀ ରହିଛି। ସେହିପରି କନେକ୍ଟିଭିଟି ପାଇଁ ୪G ଏଲ୍‌ଟିଇ ଜିପିଏସ୍‌, ବ୍ଲୁଟୁଥ୍‌, ଓ୍ଵାଇଫାଇ ଏବଂ ୩.୫ MMର ହେଡ ଫୋନ୍‌ ଜ୍ୟାକ୍‌ ଭଳି ଅତ୍ୟାଧୁନିକ ଫିଚର ରହିଛି। ଏଥିରେ ଫିଙ୍ଗର ସେନ୍‌ସର ମଧ୍ୟ ଉପଲବ୍ଧ।

WCW 11

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

6 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago