ଆବଶ୍ୟକତା ଠାରୁ ଅଧିକ ସପିଂ କରିବା ଏକ ଭୟଙ୍କର ବେମାରି, ଗବେଷଣାରୁ ମିଳିଲା ସତ୍ୟତା

ଉତ୍ସବ ବା ପୂଜାପର୍ବ ବେଳେ ସପିଂ କରିବା ଏକ ସାଧାରଣ କଥା। ଘର ପାଇଁ ଆବଶ୍ୟକୀୟ ଜିନିଷ ହେଉ କିମ୍ବା ପରିବାର ପାଇଁ କିଣାକିଣି କରିବା ପାଇଁ ଏହା ସବୁଠାରୁ ଅନୁକୂଳ ସମୟ। ଏହି ସମୟରେ ସମସ୍ତେ ସପିଂ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଆପଣ ବିନା କାରଣରେ ସବୁବେଳେ ସପିଂ କରୁଥାନ୍ତି ତେବେ ସଚେତନ ହୋଇଯାଆନ୍ତୁ। ଏହା ଏକ ଭୟଙ୍କର ବେମାରି। ଇଂଲଣ୍ଡର ହେଲ୍‌ଥ କେୟାର ଗ୍ରୁପ୍‌ ଅଧିକ ସପିଂ କରିବାକୁ ଏକ ବେମାରି ବୋଲି କହିବା ସହ ତାହାର ଚିକିତ୍ସା କରିବା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି।

ବିନା କାରଣରେ ଆବଶ୍ୟକତା ଠାରୁ ଅଧିକ କିଣାକିଣି କରିବା ଏକ ପ୍ରକାର ରୋଗ। ଯାହାକୁ ମେଡିକାଲ ବିଜ୍ଞାନରେ କମ୍ପାଲ୍ସିବ ଓ୍ଵାଇଂ ଡିସ୍‌ଅର୍ଡର ବା ଓନିୟୋମେନିଆ ବୋଲି କୁହାଯାଏ।

ଏହାସହ ପଢ଼ନ୍ତୁ:  ନିୟମିତ କରନ୍ତୁ ଏହି ୩ଟି ଯୋଗାଭ୍ୟାସ, ଜୀବନ ସାରା ଦେଖାଦେବନି ହୃଦ୍‌ରୋଗ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯିଏ ଏହି ରୋଗରେ ପୀଡ଼ିତ କିନ୍ତୁ ରୋଗକୁ ଚିହ୍ନଟ କରିପାରିନାହାନ୍ତି। ୨୦୧୫ର ଏକ ଗବେଷଣା ଅନୁସାରେ ବିକାଶଶୀଳ ଦେଶରେ ପ୍ରତ୍ୟେକ ୨୦ ଜଣରେ ଜଣେ ବ୍ୟକ୍ତି ଏହି ରୋଗର ଶିକାର ହୋଇଥାନ୍ତି।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହି ରୋଗ ତିନିଗୁଣ ଅଧିକ ପରିମାଣରେ ଦେଖାଯାଇଥାଏ। କମ୍ପାଲ୍ସିବ ଓ୍ଵାଇଂ ଡିସ୍‌ଅର୍ଡରର ଆରମ୍ଭ ତିନି ବର୍ଷ ବୟସରୁ ହିଁ ହୋଇଥାଏ। ସମୟ ସହ ଏହି ସମସ୍ୟା ଧୀରେ ଧୀରେ ବୃଦ୍ଧି ପାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago