Categories: ସ୍ପେଶାଲ

ଏଠାରେ ଅଦ୍ଭୁତ ପ୍ରକାର କାମ କରି ପଇସା କମାନ୍ତି ଲୋକେ, ଯାହା ବିଷୟରେ ଶୁଣିଲେ ନାକ ଟେକିବେ ଆପଣ

ଦୁନିଆରେ ଏମିତି କେତେକ ଦେଶ ଅଛି, ଯେଉଁଠି ଲୋକଙ୍କ ପାଇଁ ଅଦ୍ଭୁତ ଚାକିରି ସବୁ ଉପଲବ୍ଧ ରହିଛି। ବିଶେଷକରି ସ୍ୱଳ୍ପବିକଶିତ ଦେଶରେ ରୋଜଗାର ସମସ୍ୟା ରହୁଥିବାରୁ ଲୋକଙ୍କୁ ଅଧିକ ଅନୁରୋଧ କିମ୍ବା ପରିଶ୍ରମ କରିବାକୁ ପଡ଼ି ନ ଥାଏ। ଏଠି ଯେକୌଣସି କାର୍ଯ୍ୟ କରିବା ଚାକିରି ପରିସରଭୁକ୍ତ ହୋଇଥାଏ। ଆସନ୍ତୁ ଜାଣିବା, କ’ଣ ସେ ସବୁ ଚାକିରି।

ଧକ୍କା ମାରିବା

ଜାପାନରେ ଲୋକଙ୍କ ପାଖରେ ରୋଜଗାରର ଏକ ଅଦ୍ଭୁତ ମାଧ୍ୟମ ହେଉଛି ଧକ୍କା ମାରିବା। ଏଠି ଲୋକେ ଧକ୍କା ମାରି ପଇସା କମାନ୍ତି। ଏମାନେ ବହୁତ ପରିଶ୍ରମୀ ହୋଇଥାଆନ୍ତି। ଅଫିସ ପାଇଁ ଜଲଦି ଘରୁ ବାହାରନ୍ତି। ଏଠାରେ ମେଟ୍ରୋ ଷ୍ଟେଶନରେ ବହୁତ ଭିଡ଼ ଲାଗିରହିଥାଏ। ତେଣୁ ଲୋକଙ୍କ ସମୟ ବଞ୍ଚାଇବା ପାଇଁ ଧକ୍କା ମାରି ଟ୍ରେନରେ ଚଢ଼ାଇବା ଲାଗି କେତେଜଣଙ୍କୁ ରଖାଯାଇଥାଏ। ଆଉ ଏଥିପାଇଁ ପଇସା ମିଳିଥାଏ।

ଭଡ଼ାରେ ବୟଫ୍ରେଣ୍ଡ

ଜାପାନର ଟୋକିଓ ସହରରେ ଯୁବତୀମାନେ ନିଜର ଆବଶ୍ୟକତା ପାଇଁ ଭଡ଼ାରେ ବୟଫ୍ରେଣ୍ଡରେ ରଖିଥାଆନ୍ତି। ଏଥିପାଇଁ ଯୁବକମାନଙ୍କୁ ପଇସା ଦିଆଯାଇଥାଏ। ଏଠାରେ ଯୁବତୀମାନେ ଯୁବକମାନଙ୍କୁ ପଇସା ଦେଇ ନିଜର ବୟଫ୍ରେଣ୍ଡ ବନାଇଥାଆନ୍ତି। ଭଡ଼ାରେ ସେମାନେ କୌଣସି ବି ଯୁବକଙ୍କୁ ଚୟନ କରିପାରନ୍ତି।

ଶୋଇବା ଚାକିରି

ଦୁନିଆର କିଛି ଦେଶରେ ମଣିଷ ଉପରେ ରିସର୍ଚ୍ଚ କରାଯିବା ସମୟରେ ଲଗାତାର ଶୋଇରହୁଥିବା ଲୋକଙ୍କୁ ସାମିଲ କରାଯାଇଥାଏ। ଏହା ଏକପ୍ରକାର ଚାକିରି ହୋଇଥାଏ। କିଛି ଦିନ ପୂର୍ବରୁ ଜର୍ମାନୀର ଏକ ବିଶ୍ୱବିଦ୍ୟାଳୟ ଏହି ପ୍ରକାର ନିଯୁକ୍ତି ବାହାର କରିଥିଲା।

ସ୍ୱାଦ ଚଖାଇବା ଚାକିରି

କିଛି ଫୁଡ୍ କମ୍ପାନୀ ଏପରି ରହିଛି, ଯାହାକି ନିଜ ଉତ୍ପାଦର ଠିକ୍ ସ୍ୱାଦ ଜାଣିବା ପାଇଁ ଲୋକଙ୍କୁ ଭର୍ତ୍ତି କରିଥାଏ। ସେମାନଙ୍କୁ କମ୍ପାନୀ ଫୁଡ୍‌ର ସ୍ୱାଦ ଚଖାଇଥାଏ। ଏହି ପ୍ରକାର କମ୍ପାନୀ ଲୋକଙ୍କୁ ଢେର୍ ପଇସା ଦେଇଥାଏ। କମ୍ପାନୀ ଲୋକଙ୍କ ସ୍ୱାସ୍ଥ୍ୟ ବୀମା ମଧ୍ୟ କରିଥାଏ।

ଏହାସହ ପଢ଼ନ୍ତୁ: ଦେଶର ଏମିତି ଏକ ଜାଗା, ଯେଉଁଠି ମୁଣ୍ଡ କାଟି ଖପୁରୀ ଜମା କରନ୍ତି ପ୍ରଜା, ୬୦ଜଣ ସ୍ତ୍ରୀଙ୍କୁ ଧରି ରାସଲୀଳା କରନ୍ତି ରାଜା

ଗନ୍ଧ ବାରିବାର ଚାକିରି

ଦୁନିଆ ସାରା ଗନ୍ଧ ବାରିବା ପାଇଁ କୁକୁରଙ୍କୁ ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଜାଗାରେ ମଣିଷଙ୍କୁ ନିୟୋଜିତ କରାଯାଏ। ବିଶେଷ ଗବେଷଣା ସମୟରେ ଲୋକଙ୍କୁ ଭର୍ତ୍ତି କରାଯାଇଥାଏ। ଏଥିପାଇଁ ବହୁତ ପଇସା ମିଳିଥାଏ।

ଅତିଥି ହେବାର ଚାକିରି

ଜାପାନର ଲୋକେ ନିଜ ପ୍ରଫେଶନରେ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ପରିବାରଠାରୁ ବହୁତ ଦୂରକୁ ଚାଲିଯାଆନ୍ତି। ସହରବାସୀ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ସେମାନଙ୍କର ବହୁତ କମ୍ ସମ୍ପର୍କୀୟ ଥାଆନ୍ତି। ତେଣୁ କୌଣସି ଉତ୍ସବ ସମୟରେ ଅପରିଚିତ ଲୋକଙ୍କୁ ଅତିଥି କରି ଅଣାଯାଇଥାଏ। ଆଉ ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼େ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago