ମୁହଁର ନାଲିବ୍ରଣ ସମସ୍ୟା ଦୂର କରିବ କ୍ଷୀର, କରନ୍ତୁ ଏପରି ବ୍ୟବହାର

ଶୀତଦିନରେ ତ୍ୱଚାର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ। ଶୀତଦିନରେ ତ୍ୱଚା ଥଣ୍ଡା ଯୋଗୁଁ ରୁକ୍ଷ ହୋଇଯାଏ ଏବଂ ଉଜ୍ୱଳତା ହ୍ରାସ ପାଇଥାଏ। ଏମିତିରେ ଶୀତଦିନରେ ତ୍ୱଚାରେ ଉଜ୍ୱଳତା ରଖିବା ପାଇଁ କ୍ଷୀର ବେଶ ସହାୟକ ହୋଇଥାଏ। ତ୍ୱଚାରେ ହେଉଥିବା ନାଲିବ୍ରଣ ଦୂର କରିବା ପାଇଁ କ୍ଷୀରକୁ ବ୍ୟବହାର କରିପାରିବେ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ କିପରି କ୍ଷୀରକୁ ବ୍ୟବହାର କରିବେ। ଆସନ୍ତୁ ଜାଣିବା କେଉଁ ଉପାୟ ବ୍ୟବହାର କରି ଆପଣ ଏଥିରୁ ମୁକ୍ତି ପାଇପାରିବେ।

– ପ୍ରଥମେ ଅଧା ଚାମଚ କଳାରାଶି ଏବଂ ଅଧା ଚାମଚ ସୋରିଷକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏହାକୁ ନେଇ କ୍ଷୀରରେ ମିଶାଇ ମୁହଁରେ ଲଗାଇବା ଦ୍ୱାରା ନାଲିବ୍ରଣ ଦୂର ହୋଇଥାଏ। ଏହାଛଡା ଆପଣ କ୍ଷୀର କିଛି ଲୁଣ ମିଶାଇ ସକାଳ ଏବଂ ସନ୍ଧ୍ୟାରେ ମୁହଁରେ ଲଗାଇଲେ ଲାଭ ମିଳିବ।

– ଲେମ୍ବୁରସ, ଆଳୁରସ, ଅଟାର ଚୋକଡ ଏବଂ କ୍ଷୀରକୁ ମିଶାଇ ମୁହଁରେ ଲଗାନ୍ତୁ, ଖୁବକମ୍‌ ଦିନରେ ଫାଇଦା ଦେଖିପାରିବେ।

– ଦୁଇଟି ଗୋଲାପ ଫୁଲକୁ ପେଷ୍ଟ କରି ଅଧାଗ୍ଲାସ କ୍ଷୀରରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ, ପରେ ଏହାକୁ ନେଇ ଆସ୍ତେ ଆସ୍ତେ ମୁହଁରେ ମସାଜ କରନ୍ତୁ। ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଦେଖିବେ, ନିଶ୍ଚିତ ଫାଇଦା ମିଳିବ।

Swagatika

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

3 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

3 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

3 hours ago