ଲାଇଫ୍ ଷ୍ଟାଇଲ୍

ତ୍ୱଚାକୁ ସୁସ୍ଥ ରଖିବା ପାଇଁ ନିୟମିତ ରୂପେ ଲଗାନ୍ତୁ ଡାଳିମ୍ବ ଚୋପା ପେଷ୍ଟ

ଡାଳିମ୍ବ ଫଳ ସମସ୍ତେ ଖାଉଥିବେ। କିନ୍ତୁ ଏହାର ଚୋପାକୁ କେହି ବ୍ୟବହାର କରୁନାହାନ୍ତି। ଏମିତି ବି କହିପାରିବା ଯେ ଏହାର ଫାଇଦା ସମ୍ପର୍କରେ ହୁଏତ ଜଣାନଥିବ ସେମାନଙ୍କୁ । ଆଜି ଆମେ ଏହାକୁ ନେଇ ତ୍ୱଚା ସମ୍ବନ୍ଧୀୟ ରାଜ ସମ୍ପର୍କରେ କହିବୁ। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ..

ଡାଳିମ୍ବ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । କିନ୍ତୁ ଏହାର ଚୋପା ମଧ୍ୟ ତ୍ୱଚାକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଡାଳିମ୍ବ ଚୋପାରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଇଂଫ୍ଲୋମେଟ୍ରି ଭଳି ତତ୍ତ୍ୱ ରହିଥାଏ, ଯାହା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଏଥିସହ ତ୍ୱଚାରେ ସୁନ୍ଦରତା ଆଣିବା ପାଇଁ ଆପଣ ଡାଳିମ୍ବ ଚୋପା ବ୍ୟବହାର କରିପାରିବେ।

ଡାଳିମ୍ବ ଚୋପା ତ୍ୱଚାରେ ଦେଖାଯାଉଥିବା ସଂକ୍ରମଣରୁ ରକ୍ଷା କରିବାରେ ମଧ୍ୟ ଲାଭକାରୀ ହୋଇଥାଏ। ସେହିଭଳି ଥଣ୍ଡା ଦିନେ ଯଦି ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ ତେବେ ଆପଣ ଏହି ଚୋପାର ପେଷ୍ଟ ପ୍ରସ୍ତୁତ କରି ଲଗାଇପାରିବେ। ଏହାଦ୍ୱାରା ମୁହଁରୁ ଦାଗ ଦୂର ହୋଇଥାଏ। ଡାଳିମ୍ବ ଚୋପାକୁ ସନସ୍କ୍ରିନ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ। ଯାହାଫଳରେ ସନ୍‌ ବର୍ଣ୍ଣ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ।

-ଡାଳିମ୍ବ ଚୋପାରେ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ଦିଅନ୍ତୁ।
-ଏହା ଭଲଭାବେ ଶୁଖିଯିବା ପରେ ଗ୍ରାଇଣ୍ଡ କରିଦିଅନ୍ତୁ।
-ଏହାପରେ ଏଥିରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ପେଷ୍ଟକୁ ମୁହଁରେ ଲଗାନ୍ତୁ। ପ୍ୟାକ୍‌ କୁ ଲଗାଇ କିଛି ସମୟ ରଖିବା ପରେ ହାଲୁକା ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।
-ଏପରି କରିବା ଦ୍ୱାରା ବ୍ୟୁଟି ଟ୍ରିଟମେଣ୍ଟର ଆବଶ୍ୟକତା ପଡିନଥାଏ।

  • ସେହିଭଳି ଯେଉଁ ମହିଳାମାନେ ଅନିୟମିତ ପିରିୟଡସ୍‌ ର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ଗୁଣ୍ଡ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଆପଣ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡକୁ ପାଣିରେ ମିଶାଇ ସେବନ କରନ୍ତୁ। ଦେଖିବେ ସମସ୍ୟା କିଛି ଦିନ ଭିତରେ ଠିକ୍‌ ହୋଇଯିବ।
D Sonali

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

12 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

28 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

41 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

50 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

53 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago