ଲାଇଫ୍ ଷ୍ଟାଇଲ୍

ଆପଣଙ୍କ ହାତରନ୍ଧା ଖାଦ୍ୟ କେହି ପସନ୍ଦ କରୁ ନାହାନ୍ତି? ତ ଏହି ୧୦ଟି ଟିପ୍ସ ଫଲୋ କରନ୍ତୁ; ସମସ୍ତେ ଆଙ୍ଗୁଠି ଚାଟି ଖାଇବେ

ରାନ୍ଧଣା ଏକ କଳା, ଯାହାର ଆବଶ୍ୟକତା ଆମ ଦୈନନ୍ଦିନ ଜୀବନରେ ପଡ଼ିଥାଏ। ବେଳେବେଳେ ଆମେ ଅନୁଭବ କରିଥାଉ କି, କିଛି ଖାଦ୍ୟ ବହୁତ ସ୍ୱାଦିଷ୍ଟ ଲାଗେ ତ ଆଉ କିଛି ଖାଦ୍ୟରେ କୌଣସି ସ୍ୱାଦ ହିଁ ନ ଥାଏ। ବାସ୍ତବରେ, କିଛି ଲୋକ ଅଛନ୍ତି, ଯେଉଁମାନେ ଯେକୌଣସି ପ୍ରକାର ଖାଦ୍ୟ ରାନ୍ଧିବାରେ ବେଶ୍‌ ପାରଙ୍ଗମ ହୋଇ ଥାଆନ୍ତି। କିନ୍ତୁ କିଛି ଲୋକ ସେତେ ସୁସ୍ୱାଦୁ ଖାଦ୍ୟ ରାନ୍ଧି ପାରନ୍ତି ନାହିଁ। ଏହାର ପ୍ରଥମ କାରଣ ଏହା ହୋଇପାରେ, ଖାଦ୍ୟ ପ୍ରସ୍ତୁତିରେ କାମରେ ଆସୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସେମାନଙ୍କୁ ଜଣା ନ ଥିବ। ଆଜି ଆମେ ଆପଣଙ୍କୁ ସେହି ଟିପ୍ସଗୁଡ଼ିକ ବିଷୟରେ କହିବୁ, ଯାହା ଆପଣଙ୍କ ଖାଦ୍ୟକୁ ସ୍ୱାଦରେ ଭରି ଦେବ। ଖାଦ୍ୟ ଖାଇବା ପରେ ଆପଣ ଆଙ୍ଗୁଠି ଚାଟିବାକୁ ଲାଗିବେ। ଟିପ୍ସଗୁଡ଼ିକ ଛୋଟ ହେଲେ ମଧ୍ୟ ଆପଣଙ୍କ ବଡ଼ କାମରେ ଆସି ପାରିବ, ଯାହାକି, ସବୁ ସ୍ଥାନରେ ଆପଣ ପ୍ରଶଂସାର ପାତ୍ର ହୋଇ ରହିବେ। ଆସନ୍ତୁ ଜାଣିବା ଏହି ଟିପ୍ସଗୁଡ଼ିକ ବିଷୟରେ।

୧. ପରଟା ତିଆରି କରିବା ବେଳେ ସେଥିରେ କିଛି ସିଝା ଆଳୁ ମିଶାଇ ଦିଅନ୍ତୁ। ଏହା ଆପଣଙ୍କ ପରଟାକୁ ସ୍ୱାଦିଷ୍ଟ କରିବ। ଏହା ସହିତ ପରଟାକୁ ତେଲ କିମ୍ବା ଘି’ ବଦଳରେ ଯଦି ଆପଣ ବଟରରେ ସେକିବେ, ତା’ ହେଲେ ସ୍ୱାଦ ଆହୁରି ବଢ଼ିଯିବ।

୨. ଗ୍ରେଭି ବା ତରକାରୀ ତିଆରି କଲା ବେଳେ ସେଥିରେ କିଛି ଛତୁଆ ମିଶ୍ରଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଗ୍ରେଭି ମୋଟା ହେବା ସହିତ ସ୍ୱାଦିଷ୍ଟ ମଧ୍ୟ ହୋଇଯିବ।

୩. ପକୁଡ଼ି ପାଇଁ ଘୋଳ ପ୍ରସ୍ତୁତ କଲା ବେଳେ ସେଥିରେ କିଛି ଅରାରୋଟ୍‌ ଏବଂ ଗରମ ତେଲ ମିଶାଇ ଦିଅନ୍ତୁ। ଏହା ଦ୍ୱାରା ପକୁଡ଼ି କୁଡ଼ୁମୁଡ଼ିଆ ହେବା ସହିତ ସୁସ୍ୱାଦୁ ଲାଗିବ। ଏହା ବ୍ୟତୀତ ପକୁଡ଼ି ପରଷିବା ସମୟରେ ତାହା ଉପରେ ଅଳ୍ପ ପରିମାଣରେ ଚାଟ ମସଲା ପକାଇବା ଦ୍ୱାରା ସ୍ୱାଦ ଆହୁରି ବଢ଼ିଯିବ।

୪. ପୁରି ପାଇଁ ଅଟା ଚକଟିବା ସମୟରେ ସେଥିରେ କିଛି ଚାଉଳ ଚୁନା ମିଶାନ୍ତୁ। ଚାଉଳ ଚୁନା ବଦଳରେ ଆପଣ ସୁଜି ମଧ୍ୟ ମିଶାଇ ପାରିବେ। ଏଥି ସହିତ ଅଟା ଚକଟିବା ସମୟରେ ସେଥିରେ ଗୋଟିଏ କିମ୍ବା ଦୁଇ ଚାମଚ ଚିନି ମିଶାଇ ନିଅନ୍ତୁ। ଏହା ଦ୍ୱାରା ପୁରି ଭଲ ଭାବରେ ଫୁଲିଥାଏ।

୫. ଡାଲି ତିଆରି କରିବା ବେଳେ ଆରମ୍ଭରୁ ଲୁଣ ମିଶାନ୍ତୁ ନାହିଁ, ନଚେତ୍‌ ଏହା ଭଲ ଭାବରେ ଘୋଳ ହେବ ନାହିଁ। ଡାଲି ପ୍ରସ୍ତୁତି ସରିବା ପରେ ସେଥିରେ ଲୁଣ ମିଶାନ୍ତୁ। ଖାସ୍‌ କରି, ବିରି କିମ୍ବା ରାଜ୍‌ମା ଭଳି ଡେରିରେ ସିଝୁଥିବା ଡାଲିରେ ଏହି ଟିପ୍ସ ବେଶ୍‌ ପ୍ରଭାବଶାଳୀ ହୋଇଥାଏ।

୬. ନୁଡୁଲ୍ସ ତିଆରି ସମୟରେ ଫୁଟୁଥିବା ପାଣିରେ କିଛି ଲୁଣ ଏବଂ ତେଲ ମିଶାନ୍ତୁ। ଏହାପରେ ଏହାକୁ ବାହାର କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ନୁଡୁଲ୍ସ ପରସ୍ପର ସହ ଲାଗିଯିବ ନାହିଁ।

୭. ପନିରକୁ ନରମ କରିବା ପାଇଁ ଏହାକୁ ୧୦ ମିନିଟ୍ ପାଇଁ ଉଷୁମ ପାଣିରେ ରଖନ୍ତୁ ଏବଂ ସେଥିରେ ଅଳ୍ପ ଲୁଣ ପକାନ୍ତୁ। ଏହିପରି ଭାବେ ପନିରକୁ ନରମ ବା ମୁଲାୟମ କରାଯାଇ ପାରିବ।

୮. ଭାତ ତିଆରି ସମୟରେ ଯଦି ଆପଣ ସେଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ଦେବେ, ତା’ ହେଲେ ଭାତ ଗୋଟା ଗୋଟା ରହିବ ଏବଂ ଏହା ସ୍ୱାଦିଷ୍ଟ ଲାଗିବ।

୯. ଭେଣ୍ଡିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏହା ଉପରେ ସୋରିଷ ତେଲ ଲଗାନ୍ତୁ। ଏହା ଦ୍ୱାରା ଭେଣ୍ଡିର ତାଜାପଣ ଅନେକ ଦିନ ପର୍ଯ୍ୟନ୍ତ ରହି ପାରିବ।

୧୦. ରାଇତାରେ ହେଙ୍ଗୁ ଏବଂ ଜିରାର ଖାସ୍‌ ବ୍ୟବହାର ହୋଇଥାଏ। କିନ୍ତୁ ଯଦି ଆମେ ଏହାକୁ ଭାଜି ଗୁଣ୍ଡ କରି ପକାଇବା ପରିବର୍ତ୍ତେ ଏହାର ତଡ଼କା ଲଗାଇବା, ତା’ ହେଲେ ରାଇତା ଅଧିକ ଟେଷ୍ଟି ଲାଗିବ।

Roshni

Recent Posts

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

14 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

20 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

27 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

35 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

60 mins ago

ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…

1 hour ago