ଲାଇଫ୍ ଷ୍ଟାଇଲ୍

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି । କିନ୍ତୁ ଏହା କୁହାଯାଏ ଯେ ଗ୍ରୀଷ୍ମ ଋତୁରେ ମଧ୍ୟ ଭିଟାମିନ୍ D ର ଅଭାବ ହୋଇପାରେ । ସେଥିପାଇଁ ଏହି ଋତୁରେ ଆପଣ ଭିଟାମିନ୍ D ର ଅଭାବ ହେବାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ଋତୁରେ ଲୋକମାନେ ସୂର୍ଯ୍ୟକିରଣକୁ ଯିବା ଠାରୁ ଦୂରେଇ ରୁହନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ କାରଣ ଯୋଗୁ ଆପଣ ଭିଟାମିନ୍‌ D ଅଭାବର ଶିକାର ହୋଇପାରନ୍ତି ।

ଏହି ସମସ୍ୟାଗୁଡ଼ିକ ଭିଟାମିନ୍ D ର ଅଭାବ ସୃଷ୍ଟି କରିପାରେ :
ଦୁର୍ବଳ ପ୍ରତିରୋଧକ ଶକ୍ତି : ଭିଟାମିନ୍ D ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । କିନ୍ତୁ ଯଦି ଶରୀରରେ ଏହାର ଅଭାବ ଥାଏ ତେବେ ଲୋକମାନେ ଶୀଘ୍ର ଅସୁସ୍ଥ ହୋଇଯାଆନ୍ତି ।

କ୍ଳାନ୍ତ ଅନୁଭବ ହୋଇଥାଏ : ଯଦି ଆପଣ କ୍ଳାନ୍ତ ଅନୁଭବ କରୁଛନ୍ତି । ତେବେ ଆପଣଙ୍କ ଶରୀରରେ ଭିଟାମିନ୍‌ Dର ଅଭାବ ଥିବାରୁ ଏପରି ହୋଇଥାଏ । ଯଦି ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଭିଟାମିନ୍ D ଅଭାବ ଏହା ପଛର କାରଣ ହୋଇପାରେ । ଯାହା ଶରୀରର ଏନର୍ଜିକୁ ପ୍ରଭାବିତ କରିଥାଏ ।

ଅତ୍ୟଧିକ କେଶ ଝଡ଼ିବା : ଭିଟାମିନ୍ D ର ଅଭାବ ଯୋଗୁ କେଶ ଝଡ଼ିବା ଆରମ୍ଭ କରିଥାଏ । ତେଣୁ ସାମ୍ପୁ ଏବଂ ଔଷଧ ବ୍ୟବହାର କରିବା ପରେ ମଧ୍ୟ ଯଦି କେଶ ଝଡିବା ବନ୍ଦ ହେଉନାହିଁ । ତେବେ ଭିଟାମିନ୍ D ଯାଞ୍ଚ କରନ୍ତୁ ।

ବ୍ରଣ ଏବଂ ଦାଗ : ଶରୀରରେ ଭିଟାମିନ୍ D ଅଭାବ ହେତୁ ସ୍କିନ୍‌ରେ କ୍ରମାଗତ ପିମ୍ପଲ୍ ଏବଂ ବ୍ରଣର ସମସ୍ୟା ହୋଇଥାଏ । ଏହି ସ୍କିନ୍‌ ସମସ୍ୟା ହେତୁ ଲୋକମାନଙ୍କ ଚେହେରା ଖରାପ୍‌ ଦେଖାଯିବାକୁ ଲାଗିଥାଏ ।

ଏହି ଲୋକମାନେ ଅଧିକ ବିପଦରେ ରହିଥାଏ :
ଯେଉଁମାନେ ସୂର୍ଯ୍ୟ କିରଣ ଗ୍ରହଣ କରନ୍ତି ନାହିଁ, ସେମାନେ ଭିଟାମିନ୍ D ଅଭାବର ଶିକାର ହୁଅନ୍ତି । କିମ୍ବା ଯେଉଁମାନଙ୍କୁ କ୍ଷୀରରୁ ଆଲର୍ଜି ଅଛି କିମ୍ବା ଯେଉଁମାନେ ବିଗନ୍‌ ଡାଏଟ୍ ଫଲୋ କରନ୍ତି, ସେମାନଙ୍କ ମଧ୍ୟରେ ଭିଟାମିନ୍ D ଅଭାବ ମଧ୍ୟ ଦେଖାଯାଏ । ଯେପରି ସ୍ତନ୍ୟପାନ କରାଉଥିବା ମହିଳା, ବୟସ୍କ ବ୍ୟକ୍ତି, ଓଜନ ବଢିଥିବା ଲୋକଙ୍କ ମଧ୍ୟରେ ଭିଟାମିନ୍ D ଅଭାବ ହେବାର ଆଶଙ୍କା ବଢିଥାଏ । ସେଥିପାଇଁ ଏହି ଲୋକମାନେ ଭିଟାମିନ୍‌ Dରେ ଭରପୂର ଥିବା ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ୍‌ ।

D Sonali

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

14 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

16 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

20 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

21 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

26 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

35 mins ago