ଲାଇଫ୍ ଷ୍ଟାଇଲ୍

ଆପଣଙ୍କ ହାତରେ ବନାନ୍ତୁ ଏହି ମ୍ୟାଜିକ ଡ୍ରିଙ୍କ, ଯାହାକୁ ପିଇଲେ ତୁରନ୍ତ କମିବ ମୋଟାପଣ

ମେଦ ବହୁଳତା ଆଜିକା ସମୟର ସବୁଠୁ ବଡ ସମସ୍ୟା ପାଲଟିଛି । ଖାଲି ଭାରତ କାହିଁକି ବ୍ରିଟେନ ଓ ଆମେରିକା ପରି ଦେଶବାସୀ ବି ଏହି ସମସ୍ୟାରେ ପୀଡିତ । ମୋଟା ପଣ ବୃଦ୍ଧି ପଛର ସବୁଠୁ ବଡ କାରଣ ହେଉଛି ଖାଦ୍ୟପେୟ । ମୋଟା ପଣ ବଢିଲେ ବି ପରବର୍ତ୍ତୀ ସମୟରେ କୋଲେଷ୍ଟେରଲ, ବ୍ଲଡ଼ ସୁଗାର ପରି ସମସ୍ୟା ବି ଦେଖାଦିଏ । ତେଣୁ ମୋଟା ପଣ କମାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମାନ ବି ଆପଣାଉଛନ୍ତି । କିନ୍ତୁ ସେମିତି କିଛି ଫଳ ମିଳୁନାହିଁ । ଏଣୁ ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି ଅତି ସାଧାରଣ ଘରୋଇ ଉପାୟ ନେଇ ଆସିଛୁ । ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ସାଧାରଣତଃ ଦିନ ଯାକର ଥକ୍କା ପଣ ଦୂର କରିବା ପାଇଁ ଲୋକେ ସନ୍ଧ୍ୟା ସମୟରେ ଚାହା ପିଇଥାନ୍ତି । କିନ୍ତୁ ମୋଟାପଣ କମାଇବା ବଦଳରେ ବଢ଼ାଇଥାଏ । କିନ୍ତୁ ଚାହା ବଦଳରେ ଯଦି ଏହି ଡ୍ରିଙ୍କ ପିଇବେ ତେବେ ଆପଣଙ୍କୁ ଅନେକ ଲାଭ ମିଳିବ । ତେବେ ଆସନ୍ତୁ ଏହାକୁ କିପରି ପ୍ରସ୍ତୁତ କରାଯାଏ ଜାଣିରଖିବା ।

ଆବଶ୍ୟକ ହେଉଥିବା ସାମଗ୍ରୀ:

– ୧୦୦ ଗ୍ରାମ କଳା ଜିରା

– ୧୦୦ ଗ୍ରାମ ଜୁଆଣି

– ୨୫୦ ଗ୍ରାମ ମେଥି

– ୨ ଚାମଚ ହେଙ୍ଗୁ

– ୩ ଚାମଚ ଶୁଣ୍ଠୀ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମେଥି ଦାନା ଗୁଡିକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏବେ ଏହାକୁ ଗୋଟେ ପ୍ୟାନରେ ହାଲକା ଭାଜି ଦିଅନ୍ତୁ । ଏହା ସହ କିଛି ଜୁଆଣି, କଳା ଜିରାକୁ ବି ଭାଜି ଦିଅନ୍ତୁ । ଏବେ ଏହି ତିନି ସାମଗ୍ରୀକୁ ମିଶାନ୍ତୁ । ଏବେ ଏଥିରେ ହେଙ୍ଗୁ ଆଉ ଶୁଣ୍ଠୀ ଗୁଣ୍ଡ ମିଶାନ୍ତୁ । ଏବେ ଏସବୁକୁ ଗ୍ରାଇଣ୍ଡରରେ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏବେ ଏହାକୁ ଏକ ଭଲ ଏୟାର ଟାଇଟ ଡବାରେ ରଖି ଦିଅନ୍ତୁ ।

ଏବେ ଏହି ଗୁଣ୍ଡରୁ ଗୋଟେ ଚାମଚ ନେଇ ଦୁଇ କପ ପାଣିରେ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଗୋଟେ କପ ନ ହୋଇଯିବ । ଏବେ ଏହାକୁ ଛାଣି ଦିଅନ୍ତୁ ଆଉ ଚାହା ପରି ଧୀରେ ଧୀରେ ପିଅନ୍ତୁ । ଏହାକୁ ସନ୍ଧ୍ୟା ସମୟରେ ପିଇବା ସର୍ବୋତ୍ତମ ।

 

KNews Bureau

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

3 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

20 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago