ଡାଇବେଟିସ୍ ରୋଗୀ ଆର୍ଟିଫିସିଆଲ ଚିନି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ରିସର୍ଚ୍ଚ ଦେଲା ଏଭଳି ତଥ୍ୟ

ଡାଇବେଟିସ ରୋଗୀ ଯଦି ଚା’ରେ ଚିନି ଜାଗାରେ ଆର୍ଟିଫିସିଆଲ ଚିନି ବା କୃତିମ ଚିନି କିଛି ବ୍ୟବହାର କରୁଥାନ୍ତି ତେବେ ଏହା ଶରୀର ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥାଏ ବୋଲି ଏକ ଗବେଷଣାରୁ ଜଣା ପଡିଛି। ପ୍ରତିଷ୍ଠିତ current Atherosclerosisର ଗବେଷଣାରେ ପ୍ରକାଶିତ ରିପୋର୍ଟ ମୁତାବକ ଯେଉଁ ଲୋକ କମ କ୍ୟାଲୋରୀର ଚିନି ବ୍ୟବହାର କରିଥାନ୍ତି ସେମାନଙ୍କର ଓଜନ କମିବା ପରିବର୍ତ୍ତେ ଓଜନ ବଢିବାର ଆଶଙ୍କା ରହିଥାଏ। ଏହା ସହିତ ସେହି ବ୍ୟକ୍ତିମାନେ ଟାଇପ୍-୨ ଡାଇବେଟିସରେ ଶିକାର ହୋଇ ପାରନ୍ତି।

ସାଉଥ ଅଷ୍ଟ୍ରେଲିୟାର ଗବେଷକ ପିଟର ଫିଲ୍ଫଟନଙ୍କ କହିବା କଥା ହେଲା ବିଗତ ୨୦ ବର୍ଷରେ ଶିଶୁମାନଙ୍କ ମଧ୍ୟରେ  ୨୦୦ ପ୍ରତିଶତ  ଓ  ବୟସ୍କ ଲୋକମାନଙ୍କ ମଧ୍ୟରେ ୫୪ ପ୍ରତିଶତ ଓଜନ ବଢିଛି। ସାରାବିଶ୍ବର ବଜାରରେ ଆର୍ଟିଫିସିଆଲ ଚିନିର ବିକ୍ରି ୧୫,୬୦୦ କୋଟି ଟଙ୍କାର ହୋଇଥାଏ ।  ପ୍ରଥମ ହୋଇଥିବା କ୍ଲିନିକାଲ ଟ୍ରାଏଲରେ ଆର୍ଟିଫିସିଆଲ ଚିନି ଶରୀରରେ ଓଜନ କମ କରିଥିବାର ଜଣା ଯାଇଥଲା । କିନ୍ତୁ ବର୍ତ୍ତମାନର ଗବେଷଣାରେ ଏହାର ବିପରୀତ ପ୍ରତିକ୍ରୀୟା ମିଳୁଥିବାର ଜଣା ଯାଇଛି । ଆମେରିକାରେ ୭ ବର୍ଷ ପର୍ଯ୍ୟନ୍ତ ୫୧୫୮ ବୟସ୍କ ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା। ଏଥିରେ ଜଣା  ଯାଇଥିଲା ଯେ ଯେଉଁମାନେ  ଆର୍ଟିଫିସିଆଲ ଚିନି ବ୍ୟବହାର କରୁଥିଲେ  ସେମାନଙ୍କ ଓଜନ ଆର୍ଟିଫିସିଆଲ ଚିନି ବ୍ୟବହାର କରୁନଥିବା ଲୋକଙ୍କ ଓଜନ ଠାରୁ ଅଧିକ ବଢିଛି ।

ଗବେଷକ ପିଟର କହିଛନ୍ତି ଯେ ଲୋକମାନେ ଆର୍ଟିଫିସିଆଲ  ଚିନି ବ୍ୟବହାର କରି ଭାବୁଥାନ୍ତି ସେମାନେ ତାଙ୍କ ପସନ୍ଦର ମିଷ୍ଟାନ୍ନରେ ମଧ୍ୟ ଏହି ଆର୍ଟିଫିସିଆଲ ଚିନି ମିଶାଇ ଖାଇପାରିବେ। କିନ୍ତୁ ଏହା  ସେମାନଙ୍କ  ପାଇଁ  ବିପଦ ପୁର୍ଣ୍ଣ  ହୋଇଥାଏ। ଆର୍ଟିଫିସିଆଲ  ଚିନି ଡାଇବେଟିସ ରୋଗୀଙ୍କ ପେଟରେ  ଥିବା ଉପକାରୀ ବ୍ୟାକ୍ଟେରିଆରକୁ ମଧ୍ୟ ବଦଳାଇ ଦେଇଥାଏ। ଏଥିରେ ଶରୀରର ଓଜନ ବଢିଥାଏ ଓ ଟାଇପ୍-୨ ଡାଇବେଟିସିର ବିପଦ ବଢିଯାଇଥାଏ। ଗବେଷକଙ୍କ କହିବା କଥା ହେଲା ଏହି  ଆର୍ଟିଫିସିଆଲ ଚିନିର ବିକଳ୍ପରେ ଡାଇବେଟିସ ରୋଗୀ ଅନେକ ପ୍ରାକୃତିକ ଖାଦ୍ୟପେୟ ମଧ୍ୟ ଆପଣାଇ ପାରିବେ। ଯେମିତିକି ସାବୁତ ଅନାଜ, ଦୁଗ୍ଧ ଜାତୀୟ ଦ୍ରବ୍ୟ,ଫଳ ପନିପରିବା ଓ ବେନ୍ସ ।

ମୋଟାପଣ ସହିତ ସମ୍ପୃକ୍ତ ଥିବା ଦ୍ବିତୀୟ ଗବେଷଣା କହୁଛି ଯେ ସବୁଜୀମା ପରିବେଶରେ ରହୁଥିବା ମହିଳା ମାନଙ୍କ ମୋଟାପଣର  ଆଶଙ୍କା ପୁରୁଷଙ୍କ ତୁଳନାରେ କମ ରହିଥାଏ। ଏହି ଗବେଷଣା International Journal of Hygiene and Environmental Healthରେ  ପ୍ରକାଶିତ ହୋଇଛି। ଏଥିରେ ସ୍ପେନର ଗବେଷକମାନେ ଦାବି କରିଛନ୍ତି ଯେ ମହିଳାମାନଙ୍କ ମୋଟପଣ ଓ ସବୁଜୀମା ଗାର୍ଡେନ ମଧ୍ୟରେ ଏକ ଗଭିର  ସମ୍ପର୍କ ରହିଛି । ଆଖପାଖରେ ସବୁଜୀମା ବାତାବରଣ ଥାଏ ତ ତେବେ ମହିଳା ମାନଙ୍କ ଶରୀର ସ୍ବଭାବିକ ଭାବେ ବଢିଥାଏ। ସବୁଜୀମା ଗାର୍ଡେନ ଦ୍ବାରା ମୁଣ୍ଡ ଏବଂ ମାନସିକ ଚିନ୍ତା ଜନିତ ଅବସାଦ କମ ହୋଇଥାଏ। ଯାହ ଓଜନ ବଢିବାର ପ୍ରମୁଖ ତତ୍ବ  ହୋଇଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

3 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

6 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

7 hours ago