ଜ୍ୟୋତିଷ ବିଚାରରେ ଶୁଭ-ଅଶୁଭ ସଙ୍କେତ, ଯାହାକୁ ଭୁଲରେ ବି ଅଣଦେଖା କରନ୍ତୁ ନାହିଁ ଗର୍ଭବତୀ ମହିଳା

ସବୁ ମାତା ପିତାଙ୍କ ଇଚ୍ଛା ଥାଏ କି ସେମାନଙ୍କର ହେବାକୁ ଥିବା ସନ୍ତାନ ଜ୍ଞାନୀ, ଗୁଣୀ, ସଂସ୍କାରୀ, ବଳବାନ୍, ସୁସ୍ଥବାନ ଏବଂ ଦିର୍ଘାୟୁ ହେଉ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର‌୍ୟ୍ୟନ୍ତ ବହୁତ ସଂସ୍କାର ସମ୍ବନ୍ଧରେ କୁହାଯାଇଛି । ଯେଉଁଥିରେ ପ୍ରଥମ ସଂସ୍କାର ଗର୍ଭବତୀଙ୍କ ପାଇଁ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଗର୍ଭାବସ୍ଥା ସମୟରେ କିଛି ଉପାୟ କୁହାଯାଇଛି ଯାହାର ଧ୍ୟାନ ରଖିବା ଦ୍ବାରା ଜନ୍ମିତ ସନ୍ତାନ ଗୁଣୀ ଏବଂ ସଂସ୍କାରୀ    ହୋଇଥାଏ ।

ଗର୍ଭବତୀ ମହିଳା ନିଶ୍ଚୟ କରନ୍ତୁ ଏହି କାମ:

-ଗର୍ଭବତୀ ମହିଳାଙ୍କ ରୁମ୍ ରେ ଭଗବାନ କ୍ରୁଷ୍ଣଙ୍କ ବାଳ ସ୍ବରୂପ ଫଟୋ କିମ୍ବା ମୂର୍ତ୍ତୀ ନିହାତୀ ରଖନ୍ତୁ । ଗର୍ଭବସ୍ଥା ସମୟରେ ରୁମ୍ ରେ ବାଳଗୋପାଳଙ୍କ ଫଟୋ ବାରମ୍ବାର ଦେଖିବା ଦ୍ବାରା ଗର୍ଭବତୀ ମହିଳାଙ୍କ ମନ ପ୍ରସନ୍ନ ରହିବା ସହିତ ଜନ୍ମିତ ସନ୍ତାନ ସୁନ୍ଦର ହୋଇଥାଏ ।

-ଗର୍ଭବସ୍ଥା ସମୟରେ ଶିଶୁକୁ ନକରାତ୍ମକ ଶକ୍ତିଠାରୁ ରକ୍ଷା କରିବା ପାଇଁ ରୁମ୍ ରେ ମୟୁର ପଙ୍ଖ ରଖିବା ଶୁଭପ୍ରଦ ହୋଇଥାଏ ।

-ନକରାତ୍ମକ ଶକ୍ତିଠାରୁ ରକ୍ଷା ପାଇବା ପାଇଁ ଗର୍ଭବସ୍ଥା ସମୟରେ ପୁରା ଘରେ ହଳଦିଆ ଚାଉଳକୁ ବିଛାଡି ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ରରେ ହଳଦିଆ ଚାଉଳକୁ ମଙ୍ଗଳମୟ ହେବାର ସୂଚକ ରୂପେ ଧରାଯାଏ । ଏପରି କରିବା ଦ୍ବାରା ଶିଶୁ ଏବଂ ମାଆ ଉଭୟଙ୍କ ଉପରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ପଡିନଥାଏ ।

-ଗର୍ଭବସ୍ଥା ସମୟରେ ଗର୍ଭବତୀ ମହିଳାଙ୍କ ରୁମରେ ଧଳା କିମ୍ବା କୌଣସି ହାଲକା ରଙ୍ଗର ବ୍ୟବହାର କରିବା ଦରକାର । ଧଳା ରଙ୍ଗକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିର ସ୍ବରୂପ ଧରାଯାଇଥାଏ । ହଲକା ରଙ୍ଗ ଦ୍ବାରା ଗର୍ଭବତୀ ମହିଳାଙ୍କ ମନ ଏବଂ ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡିବା ସହ ସୁସ୍ଥ ଶିଶୁ ଜନ୍ମ ହୋଇଥାଏ ।

-ଏପରି ମାନ୍ୟତା ରହିଛି କି ଗର୍ଭବସ୍ଥା ସମୟରେ ନକରାତ୍ମକ ଶକ୍ତି ସବୁଠାରୁ ଅଧିକ ମା ଏବଂ ଶିଶୁ ଉପରେ ଆକର୍ଷିତ ହୋଇଥାଏ । ଏଥିପାଇଁ ତମ୍ବା କିମ୍ବା ଲୁହା ଜିନିଷ ସର୍ବଦା ପାଖରେ ରଖିବା ଉଚିତ୍ ।

ଗର୍ଭବସ୍ଥା ସମୟରେ ଭୂଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ:

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗର୍ଭବସ୍ଥାର ୯ମାସ ପର‌୍ୟ୍ୟନ୍ତ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦରକାର । ଦକ୍ଷିଣ ଦିଗରେ ପାଦ କରି ଶୋଇବା ଅଶୁଭ ହୋଇଥାଏ ।

-ଗର୍ଭବତୀଙ୍କ ରୁମ୍ ରେ କୌଣସି ପିତୃ ପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ ।

– ରୁମ୍ ରେ କୌଣସି ହିଂସାତ୍ମକ ଛବି, ଯେପରି କି ମହାଭାରତ କିମ୍ବା ଜଙ୍ଗଲି ଜନ୍ତୁଙ୍କ ଫଟୋ ଲଗାନ୍ତୁ ନାହିଁ ।

-ଗର୍ଭବତୀ ମାନେ ନିଜ କେଶକୁ ଖୋଲା ରଖିବା କଥା ନୁହେଁ । ଖାସ୍ କରି ଶୋଇବା ସମୟରେ ।

-ଗର୍ଭବସ୍ଥା ସମୟରେ ଯେଉଁ ରୁମରେ ମହିଳା ଶୋଇଥାନ୍ତି ସେହି ବେଡ ତଳେ ଭଙ୍ଗା, ଫଟା ଆଦି କୌଣସି ପୁରୁଣା ଜିନିଷ ରଖିବା ଉଚିତ୍ ନୁହେଁ ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

3 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

46 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago