Categories: ସ୍ପେଶାଲ

ହିନ୍ଦୁ ଧର୍ମ ଅନୁସାରେ ଥାନ୍ତି ଏହି ୫ ପ୍ରକାର ପାପୀ ! ଦୂରେଇ ରୁହନ୍ତୁ ଏମାନଙ୍କଠୁ, ନଚେତ୍ ନର୍କ ହୋଇଯିବ ଆପଣଙ୍କ ଜୀବନ

ଅନେକ ପ୍ରକାର ପାପ ଏବଂ ପାପୀଙ୍କ ବିଷୟରେ ହିନ୍ଦୁ ଧର୍ମରେ ଉଲ୍ଲେଖ ରହିଛି । କିନ୍ତୁ ଏମିତି କିଛି ଦୋଷ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯାହା ଲୋକଙ୍କ ଭିତରେ ରହିଲେ ସେମାନେ ପାପୀ ବନିଯାଆନ୍ତି । ଏଭଳି ଦୋଷଯୁକ୍ତ ବ୍ୟକ୍ତିଙ୍କ ନାମ ମଧ୍ୟ ଭିନ୍ନ ଭିନ୍ନ ରହିଛି ଜାଣନ୍ତୁ ଏହି ପାଞ୍ଚ ନାମ ।

ବିଷମ :

ଯେଉଁମାନେ ସାମ୍ନାରେ ମିଠା କଥା କହି ପଛରେ କଟୁ ବଚ୍ଚନ କହିଥାନ୍ତି । ଏଭଳି ଲୋକଙ୍କଠୁ ଦୂରେଇ କରି ରହିବା ଆବଶ୍ୟକ । ଏମାନଙ୍କ ଆଚରଣ ଏବଂ ଉଚ୍ଚାରଣ ଅଲଗା ଅଲଗା ହୋଇଥାଏ । ଏଭଳି ଦୋଷ ଥିବା ଲୋକଙ୍କୁ ବିଷମ କୁହାଯାଏ ।

ପିଶୁନ୍ :

ଯେଉଁ ବ୍ୟକ୍ତି ଛଳ, କପଟ , ମିଛ, ଶକ୍ତି କିମ୍ବା ଦେଖାଣିଆ ପ୍ରେମ କରି ଲୋକଙ୍କୁ ଠକିବା ମନୋବୃତ୍ତି ରଖିଥାଏ ସେମାନଙ୍କୁ ପିଶୁନ୍ କୁହାଯାଏ । ଏପରି ଲୋକଙ୍କୁ ଚିହ୍ନି ସେମାନଙ୍କଠୁ ଦୂରରେ ରହିବା ଆବଶ୍ୟକ ।

ଅଧମ :

ଯିଏ ଗୁରୁଙ୍କଠୁ ଉଚ୍ଚ ସ୍ଥାନରେ ବସେ, ଦେବତାଙ୍କ ସାମ୍ନାକୁ ଜୋତା ଏବଂ ଛତା ନେଇ ଯାଏ, ବଡ଼ଙ୍କ ଅସମ୍ମାନ କରିବା ସହ ଧର୍ମର ସମାଲୋଚନା କିମ୍ବା ଧର୍ମ ନିନ୍ଦା କରୁଥିବା ବ୍ୟକ୍ତି ଅଧମ କୁହାଯାଏ । ଏଭଳି ଲୋକଙ୍କ ନିକଟରେ ରହିଲେ ଆପଣ ବି ସେମିତି ହୋଇଯିବେ । ତେଣୁ ଏମାନଙ୍କଠାରୁ ଦୂରରେ ରୁହନ୍ତୁ ।

ପଶୁ :

ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ଜୀବନ ପଶୁଙ୍କ ପରି ବଂଚିଥାନ୍ତି । ଇନ୍ଦ୍ରିୟ ସୁଖ ହିଁ ସେମାନଙ୍କ ଜୀବନର ଲକ୍ଷ୍ୟ ହୋଇଥାଏ । ସାଂସାରିକ ଇଛାକୁ ପୁରା କରିବା ପାଇଁ ସର୍ବଦା ଚାହିଁଥାନ୍ତି । ଦେବ ସେବା ଏବଂ ଶାସ୍ତ୍ର ଜ୍ଞାନରୁ ନିଜକୁ ଦୂରେଇ ରଖିଥିବା ବ୍ୟକ୍ତି ପଶୁ ସମ୍ମାନ ହୋଇଥାନ୍ତି ।

କୃପଣ :

କୃପଣର ଅର୍ଥ ହେଉଛି ମହା କଞ୍ଜୁସ୍ । ଅନ୍ନ ଏବଂ ଧନ ଥିଲେ ମଧ୍ୟ ବାସୀ ବା ନିମ୍ନ ସ୍ତରର ଭୋଜନ କରୁଥିବା ବ୍ୟକ୍ତି, କୌଣସି ପ୍ରକାର ପୂଜା ବା ଦାନ କରୁନଥିବା ବ୍ୟକ୍ତି କୃପଣରେ ଯାଏ । ପତ୍ନୀ, ପିଲାଙ୍କୁ ମୌଳିକ ସୁବିଧା ନଦେଇ ସର୍ବଦା ସଞ୍ଚୟ କରିବା କଥା ଚିନ୍ତା କରୁଥିବା ବ୍ୟକ୍ତି ନା କେବେ ନିଜର ନାହିଁ ପରିବାରର କାମରେ ଆସିଥାଏ ।

ଶାସ୍ତ୍ରାନୁସାରେ, ଏଭଳି ବ୍ୟକ୍ତିଙ୍କୁ ନା ସ୍ବର୍ଗ ମିଳେ ନା ମିଳେ ମୋକ୍ଷ । ତେଣୁ ଏଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଆବଶ୍ୟକ । ନଚେତ୍ ତାଙ୍କର ଏହି ଗୁଣା ଆପଣଙ୍କ ନିକଟକୁ ଆସିଯାଇପାରେ । ଉପରୋକ୍ତ କଥାକୁ ବୁଝିବା ସହ ଧର୍ମଯୁକ୍ତ ଆଚରଣ କରି ଜୀବନ ଅତିବାହିତ କରିଥାଏ ଯେଉଁ ବ୍ୟକ୍ତି ସେମାନଙ୍କ ଜୀବନରେ କେବେ ବି ସଙ୍କଟ ଆସିନଥାଏ । ଏଭଳି ବ୍ୟକ୍ତି ସପରିବାର ସୁଖରେ ଜୀବନ ବିତାଇଥାଏ ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

2 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

4 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

44 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

59 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago