ଲାଇଫ୍ ଷ୍ଟାଇଲ୍

ଆୟୁର୍ବେଦ: ପ୍ରାତଃରେ ଏହିସବୁ କଥା ଉପରେ ଦିଅନ୍ତୁ ବିଶେଷ ଧ୍ୟାନ

ବ୍ୟସ୍ତବହୁଳ ଜୀବନରେ ନିଜର ଧ୍ୟାନ ନେବାକୁ କାହା ପାଖେ ସମୟ ନାହିଁ । ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । କାର୍ଯ୍ୟ ବ୍ୟସ୍ତତା କାରଣରୁ ଦୈନିକ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହେଉଛି । ଏହାର ପ୍ରଭାବ ଆମ ଶରୀର ଉପରେ ପଡୁଛି ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥା ସାମ୍ନାକୁ ଆସିଲେ ଆମେ ସମସ୍ତେ ସଜାଗ ହୋଇଥାଉ । ମାତ୍ର ଏହାକୁ ମାନିବାର ସମୟ ଆସିଲେ ଆମ ପାଇଁ କାଠିକର ପାଠ ସାଜିଯାଏ । ଦୈନନ୍ଦିନ ଜୀବନରେ ଏମିତି ଅନେକ ନିୟମ ରହିଛି ଯାହାକୁ ମାନି ଚଳିଲେ ଆମ ଶରୀର ସୁସ୍ଥ ରହିଥାଏ । ସକାଳ ସମୟରୁ ଏହାପ୍ରତି ଧ୍ୟାନ ଦେଲେ ଦିନଟି ଭଲରେ କଟିଥାଏ ।

ତେଣୁ ଆଜି ଆମେ କହିବୁ ସକାଳୁ କେଉଁ କାମ କଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଖୁସିର ଜୀବନ ଅତିବାହିତ କରିବେ ।

– ସକାଳୁ ଶୀଘ୍ର ଉଠିବାକୁ ପ୍ରୟାସ କରନ୍ତୁ । ବ୍ରହ୍ମ ମୂହୁର୍ତ୍ତରେ ଉଠିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସକାଳ ସମୟର ସୂର୍ଯ୍ୟ କିରଣ ଯଥା ସମ୍ଭବ ନେବା ପାଇଁ ପ୍ରୟାସ କରନ୍ତୁ । ଏଥିରେ ଥିବା ଭିଟାମିନ ଡି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

– ସକାଳୁ ଉଠିବା ପରେ ନିଜ ମୁହଁକୁ ପାଣିରେ ଭଲ ଭାବେ ଧୁଅନ୍ତୁ । ବିଶେଷ କରି ଆଖିକୁ ଭଲ ଭାବେ ପାଣିରେ ଧୋଇବା ଆବଶ୍ୟକ । ଆୟୁର୍ବେଦ ଜ୍ଞାନରେ ଏହାକୁ ଆଖି ପାଇଁ ଭଲ ବ୍ୟାୟାମ ମନାଯାଇଥାଏ । ଆଖିରେ ପାଣି ଛିଟା ମାରିବା ଦ୍ୱାରା ଆଖି ସଫା ହୋଇଥାଏ ।

– ପେଟକୁ ସଫା ରଖନ୍ତୁ । ଆୟୁର୍ବେଦ ଜ୍ଞାନରେ ଏହାକୁ ଭଲ ମନାଯାଏ । ଏହାଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।

– ମୁହଁରୁ ଦୁର୍ଗନ୍ଧ ବାହାରିଲେ ଏହା ଆପଣଙ୍କ ପ୍ରତି ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଦାନ୍ତକୁ ଭଲ ଭାବେ ସଫା କରିବା ଉଚିତ ।

– ଖାସ କରି କାଶ କିମ୍ବା ଥଣ୍ଡା ହେବା ଦ୍ୱାରା ଗରମ ଲୁଣି ପାଣି କୁଳି କରିଥାନ୍ତି । କିନ୍ତୁ ଆୟୁର୍ବେଦ ଜ୍ଞାନରେ ଏହାକୁ ପ୍ରତିଦିନ କରିବା ଉଚିତ । ଏହାଦ୍ୱାରା ଗଳା ସଫା ରହିଥାଏ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago