ପ୍ରଥମାଷ୍ଟମୀରେ ଘରର ବଡ ପୁଅ ଓ ଝିଅକୁ ବନାଇ ଖୁଆନ୍ତୁ ‘ବାଦାମ ଲଡୁ’, ସେମାନଙ୍କ ଦିନକୁ ବନାନ୍ତୁ ଆହୁରି ଖାସ୍‌

ପ୍ରଥମା ଅଷ୍ଟମୀ ଘରର ବଡ ପୁଅ ଏବଂ ଝିଅଙ୍କ ପାଇଁ ବହୁତ ଖାସ୍‌ ଦିନ। ଏହି ଦିନରେ ଘରେ ବିଭିନ୍ନ ପ୍ରକାର ମିଠା ପିଠା ତିଆରି ହୁଏ। କିନ୍ତୁ ଏଥର ଅଷ୍ଟମୀରେ କିଛି ନୂଆ କରି ଖୁଆନ୍ତୁ ନିଜ ପଢ଼ୁଆଁ ପୁଅ ଝିଅକୁ। ସେମାନେ ଏହାକୁ ଖାଇ ତାଙ୍କ ଦିନକୁ ଆହୁରି ଖାସ୍‌ ଅନୁଭବ କରାଇବେ। ଆମେ ଏଠି ଆପଣଙ୍କୁ ବାଦାମ ଲଡୁ ବିଷୟରେ କହୁଛୁ। ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଏକ ବଡ ପାତ୍ର ଭଜା ବାଦାମ

-ଅଧା କପ୍‌ ଚିନି ଗୁଣ୍ଡ

-ଏକ ଛୋଟ ଚାମଚ ଅଳେଇଚ ପାଉଡର

-ଏକ ଗିନା ଛୋଟ କଟା ହୋଇଥିବା ପିସ୍ତା ଏବଂ ବାଦାମ

ପ୍ରସ୍ତୁତ ପ୍ରଣାଳୀ

ବାଦାମ ଲଡୁ ବନାଇବା ପାଇଁ ସର୍ବପ୍ରଥମେ ବାଦାମର ଚୋପା ଛଡାଇ ଗ୍ରାଇଣ୍ଡର ଦରଦରା କରି ପେଶି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଏକ ପାତ୍ରରେ କାଢ଼ି ଏଥିରେ ଚିନି, ଘିଅ ଏବଂ ଅଳେଇଚ ପାଉଡର ମିଶାନ୍ତୁ। ଏବେ ହାରେ ତେଲ ଲଗାଇ ଏହକୁ ଚିକ୍କଣ କରିଦିଅନ୍ତୁ ଏବଂ ଲଡୁ ଆକାରରେ ଗୋଲ ଗୋଲ କରିଦିଅନ୍ତୁ। ଏହାପାରେ ତେଲରେ ଧୀର ଆଞ୍ଚରେ ଏହି ଲଡୁକୁ ଛାଣନ୍ତୁ। ଏହାକୁ ଛାଣିବା ସମୟରେ ଏହାକୁ ଲଗାତର ଚଲାନ୍ତୁ। ଯଦି ବାଦାମ ଟିକେ ବି ଜଳିଯାଏ ତାହା କଳା ପଡିଯାଏ, ଖାଇବାକୁ ଭଲ ଲାଜିନଥାଏ। ଏହା ଭଲଭାବେ ହୋଇଗଲା ପରେ ଏହାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ବାଦାମ୍‌ ଲଡୁ ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

10 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

18 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

29 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

34 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

35 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago