ଲାଇଫ୍ ଷ୍ଟାଇଲ୍

ବିଟ୍ ରୁଟ୍ ସାଲାଡ୍: ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ବଲିଉଡ ଅଭିନେତ୍ରୀମାନଙ୍କର ଚର୍ମ ଏବଂ ଫିଟନେସ ଦେଖି ସମସ୍ତେ ସେମାନଙ୍କଠାରୁ ପ୍ରେରଣା ନେବାକୁ ଚାହାଁନ୍ତି । କାରଣ ସେମାନେ ସବୁ ଦିନେ ନିଜର ଭଲ ଖାଦ୍ୟ ରୁଟିନ ଫଲୋ କରନ୍ତି । ଏମିତିକି ନିଜେ ବେଳେ ଦରକାର୍ ପଡ଼ିଲେ ରୋଷେଇ କରି ଖାଦ୍ୟ ଖାଆନ୍ତି। ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ଏମିତି ଏକ ରେସିପି ବିଷୟରେ କହିବୁ ଯାହା ଶରୀର ପାଇଁ ଭଲ ଓ ଏହାକୁ କରିବା ଖୁବ୍ ସହଜ। ଏହା ଆପଣଙ୍କୁ ରଖିବ ସୁପର ଫିଟ୍। ଯାହାକୁ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ସବୁଦିନେ ନିଜ ଡାଏଟରେ ଖାଇବାକୁ ପସନ୍ଦ କରନ୍ତି। ଆଲିଆ ବିଟ୍ରୁଟ ସାଲାଡକୁ ଭଲ ପାଆନ୍ତି। ଆପଣ ମଧ୍ୟ ଏହାକୁ ନିଜ ଡାଏଟରେ ଖାଇପରିବେ । ଏହି ସାଲାଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବିଧି।
ବିଟ୍ ରୁଟ୍ ସାଲାଡ଼ ପାଇଁ ସାମଗ୍ରୀ:

 

 

picture credit- The modern proper

ବିଟ୍ ରୁଟ୍ ସାଲାଡ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ବିଟ୍, ଦହି, ଭୃସଙ୍ଗ ପତ୍ର, ସୋରିଷ, ଜିରା, ଗୋଲମରିଚ, ହେଙ୍ଗୁ, ଚାଟ ମସାଲା, ତେଲ ନେବାକୁ ପଡ଼ିବ।

ପ୍ରସ୍ତୁତ କରିବାର ପ୍ରଣାଳୀ:

ବିଟ୍ରୁଟ ସାଲାଡ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବିଟ୍ରୁଟକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତା’ପରେ ଏହାକୁ ସାଲାଡ଼ ସ୍ଲାଇଡରେ କାଟି କିଛି ସମୟ ପାଇଁ ଗରମ ପାଣିରେ ଫୁଟାନ୍ତୁ। ଏହାପରେ ଏକ ପାତ୍ରରେ ଏହାକୁ କାଢି ଦିଅନ୍ତୁ ଓ ଅଳ୍ପ ଥଣ୍ଡା ହେବା ପରେ ଏଥିରେ ନିଜ ପସନ୍ଦ ଅନୁଯାୟୀ ଦହି ଭଲ ଭାବେ ମିଶାନ୍ତୁ। ତା’ପରେ ଏଥିରେ ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ ମସଲା ଏବଂ ଧନିଆ ପତ୍ର ମିଶାନ୍ତୁ। ଏହା ପରେ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଚାମଚରେ ଘିଅ କିମ୍ବା ତେଲ ଗରମ କରି ଏଥିରେ ସୋରିଷ, ଜିରା ଓ ଭୃସଙ୍ଗ ପତ୍ର ଭଲ ଭାବେ ଫୁଟାଇ ଛୁଙ୍କ କରିବା ପରେ ଗୋଳା ଯାଇଥିବା ସାଲାଡରେ ଏହାକୁ ମିଶାନ୍ତୁ। ଧନିଆ ଚଟଣୀ ସହିତ ଏହାକୁ ଗରମ ଗରମ ପରସନ୍ତୁ।

ଏହି ବିଟ୍ ସାଲାଡ଼ର ଅନେକ ଫାଇଦା ରହିଛି। ଏଥିରେ ଆଇରନ, ପୋଟାସିୟମ୍, ଫସଫରସ୍ ଭରପୂର ପରିମାଣରେ ରହିଛି। ଯାହା କାରଣରୁ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାକୁ ଖାସ କରି ଆପଣ ଶୀତ ଦିନେ ଖାଇପରିବେ କିନ୍ତୁ ଆପଣ ସବୁଦିନେ ମଧ୍ୟ ଏହାକୁ ନିଜ ଖାଦ୍ୟରେ ମିଶାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago