ଦେଶ ବିଦେଶ

ବେଙ୍ଗାଲୁରୁର ୬ଟି ସ୍କୁଲକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ, ଇମେଲ୍‌ରେ ଆସିଛି ଏହି ଚେତାବନୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ୬ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ। ଏହି ଧମକ ଇମେଲ ଜରିଆରେ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସ୍କୁଲରେ ବେଶ୍‌ ଶକ୍ତିଶାଳୀ ବମ୍‌ ଲଗାଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ସ୍କୁଲକୁ ଖାଲି କରି ଦିଆଯାଇଛି। ବମ୍‌ ସ୍କ୍ଵାର୍ଡ ଓ ସ୍ଥାନୀୟ ପୋଲିସ ସନ୍ଦିଗ୍ଧ ବମ୍‌କୁ ଖୋଜିବାରେ ଲାଗିପଡ଼ିଛନ୍ତି। ପୋଲିସ କମିଶନର କମଲ ପନ୍ତ କହିଛନ୍ତି, ପୂରା ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ।

ଯେଉଁ ସବୁ ସ୍କୁଲକୁ ଧମକ ମିଳିଛି ସେଗୁଡ଼ିକ ହେଉଛି- ବେଙ୍ଗାଲୁରୁ ଇଷ୍ଟରେ ଥିବା ଡିପିଏସ୍‌, ମହାଦେବପୁରାର ଗୋପାଳନ ଇଣ୍ଟରନ୍ୟାସନାଲ ସ୍କୁଲ, ମରାଠାହଲ୍ଲୀର ନ୍ୟୁ ଏକାଡେମୀ ସ୍କୁଲ, ଗୋବିନ୍ଦପୁରାର ଇଣ୍ଡିଆନ୍‌ ପବ୍ଲିକ ସ୍କୁଲ, ହେନ୍ନୁରର ସେଣ୍ଟ ଓ୍ଵିଂସେଣ୍ଟ ପଲ୍‌ ସ୍କୁଲ ଓ ଆଭେଞ୍ଜର ଇଣ୍ଟରନ୍ୟାସନାଲ ସ୍କୁଲ।

ପୋଲିସ ମୁତାବକ, ସ୍କୁଲରେ ବମ୍‌ ଥିବା ନେଇ ଧମକ ଶୁକ୍ରବାର ସକାଳ ୧୦.୧୫ରୁ ୧୧ଟା ମଧ୍ୟରେ ପଠାଯାଇଛି। ଇ-ମେଲ୍‌ ଅଲଗା ଅଲଗା ଆଇଡିରୁ ପଠାଯାଇଛି। ଧମକପୂର୍ଣ୍ଣ ମେଲ୍‌ରେ ଲେଖାଯାଇଛି-ଆପଣଙ୍କ ସ୍କୁଲରେ ଏକ ଶକ୍ତିଶାଳୀ ବମ୍‌ ଲଗାଯାଇଛି। ଧ୍ୟାନ ରଖନ୍ତୁ। ଆମେ ମଜାକରୁନୁ। ବହୁତ ଶକ୍ତିଶାଳୀ ବମ୍‌ ଅଛି ସ୍କୁଲରେ। ତୁରନ୍ତ ପୋଲିସକୁ ଡାକନ୍ତୁ। ଶହ ଶହ ଜୀବନ ପ୍ରଭାବିତ ହୋଇପାରେ। ଯେଉଁଥିରେ ଆପଣଙ୍କ ଜୀବନ ବି ରହିଛି। ଡେରି କରନ୍ତୁ ନାହିଁ। ଏବେ ସବୁ କିଛି ଆପଣଙ୍କ ହାତରେ।

ଧମକ ମିଳିବା ପରେ ସ୍କୁଲକୁ ତୁରନ୍ତ ଖାଲି କରି ଦିଆଯାଇଛି। ପିଲାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଷ୍ଟାଫ୍‌ଙ୍କୁ ସ୍କୁଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକଙ୍କୁ ସ୍କୁଲ ଆସି ପିଲାଙ୍କୁ ନେଇ ଯିବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

Also Read: ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ବନ୍ଦୀ କରି ପୁରୁଷଙ୍କ ସାମ୍ନାରେ ଲଙ୍ଗଳା କରୁଛନ୍ତି ରୁଷ୍‌ ସେନା, କାଟି ଦେଉଛନ୍ତି ଚୁଟି

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago