ରାଜ୍ୟ

ସାମ୍ବାଦିକ ଗୋଡ଼ରେ ଶିକୁଳି ପକାଇବା ଘଟଣା: ବଦଳିଲେ ନୀଳଗିରି ଥାନା IIC ଓ IO

ବାଲେଶ୍ବର(କେନ୍ୟୁଜ୍): ସାମ୍ବାଦିକ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ବଦଳିଲେ ନୀଳଗିରି ଆଇଆଇସି ଦୌପଦୀ ଦାସଙ୍କୁ ବଦଳି ଓ ଏହି  ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ  ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ  ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରଯାଇଛି । କେନ୍ଦ୍ରାଞ୍ଚଳ ରେଞ୍ଚ ଇନଚାର୍ଜ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି।

ସେପଟେ ଇଣ୍ଟରନାସିନାଲ ହ୍ୟୁମାନରାଇଟ୍ସ କାଉନସିଲ ସଂସ୍ଥା ଘଟଣାକୁ ନେଇ ଗୁରୁତ୍ୱାରୋପ କରିଛି ।ଏହି ସଂସ୍ଥାର ଏକ ଟିମ  ନୀଳଗିରି ଥାନାକୁ ଯାଇ ବାଲେଶ୍ୱର ଜିଲ୍ଲା ନୀଳଗିରିରେ  ସାମ୍ବାଦିକଙ୍କୁ  ବିଭିନ୍ନ ମିଥ୍ୟା ମାମଲାରେ ଛନ୍ଦି ଗୋଡ଼ରେ ବେଡି ପକାଇବା ଭଳି ଘଟଣାକୁ  ନେଇ ଗୁରୁତର ସହ  ସ୍ଥାନୀୟ ପୋଲିସ ସହ କଥାବାର୍ତ୍ତା କରିଛି । ଏହାସହ ଘଟଣାସ୍ଥଳ ପରିଦର୍ଶନ ସହ ଘଟନା ସ୍ଥଳ ରେ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା କରି ଫେରିଛି । ଘଟଣାକୁନେଇ ଚାରିଆଡେ ତୀବ୍ର  ପ୍ରତିବାଦ ଆରମ୍ଭ ହୋଇ ଯାଇଛି  । ଏହି ସଂସ୍ଥା ର ଆଉ ଏକ ଟିମ ଭୁବନେଶ୍ୱର ରୁ ଆସି ବାଲେଶ୍ଵର ଏସ ପି ଙ୍କୁ ଭେଟିଛି । ପୋଲିସ ର ଏଭଳି ଅମାନୁଷିକ କାର୍ଯ୍ୟକୁ ସଂସ୍ଥା ପକ୍ଷରୁ  ସମାଲୋଚନା  ଦରକାର ପଡ଼ିଲେ ମାନବାଧିକାର  ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ଚେତାବନୀ ଦେଇଛନ୍ତି।

 

 

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

23 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

34 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

47 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

50 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago