ଦେଶ ବିଦେଶ

ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ବନ୍ଦୀ କରି ପୁରୁଷଙ୍କ ସାମ୍ନାରେ ଲଙ୍ଗଳା କରୁଛନ୍ତି ରୁଷ୍‌ ସେନା, କାଟି ଦେଉଛନ୍ତି ଚୁଟି

ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।

ସେହିପରି ଯେଉଁ ସହର ଦେଇ ରୁଷ୍‌ ସେନା ଯାଉଛନ୍ତି ସେଠାରେ ଲୁଟ୍‌ପାଟ୍‌ କରୁଛନ୍ତି। ମହିଳାଙ୍କୁ ଦୁଷ୍କର୍ମ କରୁଛନ୍ତି। ପୁରୁଷଙ୍କୁ ହତ୍ୟା କରୁଛନ୍ତି। ସେହିପରି ଏବେ ୟୁକ୍ରେନ ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛି। ୟୁକ୍ରେନ୍‌ ସରକାରଙ୍କ ମୁତାବକ, ଯୁଦ୍ଧ ବେଳେ ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ରୁଷ୍‌ ସେନା ଧରି ନେବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ମହିଳା ସୈନିକଙ୍କୁ ପୁରୁଷ ସୈନିକଙ୍କ ସାମ୍ନାରେ ଲଙ୍ଗଳା ହେବାକୁ ବାଧ୍ୟ କରାଯାଉଛି। ସେମାନଙ୍କର ଚୁଟି ବି କାଟି ଦିଆଯାଉଛି। କିଛି ସୈନିକଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇ ପଚରାଉଚରା କରୁଛନ୍ତି ରୁଷ୍‌ ସେନା।

ୟୁକ୍ରେନ୍‌ର ମାନବାଧିକାର ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ରୁଷ୍‌ ସେନା ୟୁକ୍ରେନ୍‌ର ପାଖାପାଖି ଡଜନେ ମହିଳା ସୈନିକଙ୍କୁ ବନ୍ଦୀ କରି ରଖିଛନ୍ତି। ସେମାନଙ୍କୁ ବେଲାରୁଷ ଓ ରୁଷ୍‌ ନିଆଯାଇ ସେଠାରେ ବିଭିନ୍ନ ନିର୍ଯାତନା ଦିଆଯାଉଛି। ତେବେ ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ, ରୁଷ୍‌ ସେନା ୟୁକ୍ରେନ୍‌ର ୮୬ ଜଣ ସୈନିକଙ୍କୁ ଛାଡ଼ି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ ମହିଳା ସୈନିକ ବି ଥିଲେ।

Also Read: ଦିନେ ଦୁଇ ଦିନରେ ହିଁ ଶୁଖିଯାଉଛି କି ଲେମ୍ବୁ! ଏହି ଉପାୟରେ କରନ୍ତୁ ଷ୍ଟୋର, ମାସେ ଯାଏଁ ରହିବ ଫ୍ରେସ୍‌

WCW 11

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

5 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

6 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

10 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

12 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

17 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

25 mins ago