ବେଙ୍ଗାଲୁରୁର ୬ଟି ସ୍କୁଲକୁ ବମ୍ରେ ଉଡ଼ାଇ ଦେବାକୁ ଧମକ, ଇମେଲ୍ରେ ଆସିଛି ଏହି ଚେତାବନୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ୬ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ। ଏହି ଧମକ ଇମେଲ ଜରିଆରେ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସ୍କୁଲରେ ବେଶ୍ ଶକ୍ତିଶାଳୀ ବମ୍ ଲଗାଯାଇଛି। ଏହି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ସ୍କୁଲକୁ ଖାଲି କରି ଦିଆଯାଇଛି। ବମ୍ ସ୍କ୍ଵାର୍ଡ ଓ ସ୍ଥାନୀୟ ପୋଲିସ ସନ୍ଦିଗ୍ଧ ବମ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି। ପୋଲିସ କମିଶନର କମଲ ପନ୍ତ କହିଛନ୍ତି, ପୂରା ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ।
Karnataka | Threat mail received by various schools across Bengaluru. Search operations are underway in these schools: Bengaluru City Police
— ANI (@ANI) April 8, 2022
ଯେଉଁ ସବୁ ସ୍କୁଲକୁ ଧମକ ମିଳିଛି ସେଗୁଡ଼ିକ ହେଉଛି- ବେଙ୍ଗାଲୁରୁ ଇଷ୍ଟରେ ଥିବା ଡିପିଏସ୍, ମହାଦେବପୁରାର ଗୋପାଳନ ଇଣ୍ଟରନ୍ୟାସନାଲ ସ୍କୁଲ, ମରାଠାହଲ୍ଲୀର ନ୍ୟୁ ଏକାଡେମୀ ସ୍କୁଲ, ଗୋବିନ୍ଦପୁରାର ଇଣ୍ଡିଆନ୍ ପବ୍ଲିକ ସ୍କୁଲ, ହେନ୍ନୁରର ସେଣ୍ଟ ଓ୍ଵିଂସେଣ୍ଟ ପଲ୍ ସ୍କୁଲ ଓ ଆଭେଞ୍ଜର ଇଣ୍ଟରନ୍ୟାସନାଲ ସ୍କୁଲ।
#NewsAlert | Students in Bengaluru evacuated from multiple schools that received bomb threats via email earlier today. Bomb disposal squad on spot.
Imran Khan (@KeypadGuerilla) joins @anchoramitaw with the latest updates from Bengaluru#Bengaluru #BombThreat pic.twitter.com/cRJvjtJfMP
— TIMES NOW (@TimesNow) April 8, 2022
ପୋଲିସ ମୁତାବକ, ସ୍କୁଲରେ ବମ୍ ଥିବା ନେଇ ଧମକ ଶୁକ୍ରବାର ସକାଳ ୧୦.୧୫ରୁ ୧୧ଟା ମଧ୍ୟରେ ପଠାଯାଇଛି। ଇ-ମେଲ୍ ଅଲଗା ଅଲଗା ଆଇଡିରୁ ପଠାଯାଇଛି। ଧମକପୂର୍ଣ୍ଣ ମେଲ୍ରେ ଲେଖାଯାଇଛି-ଆପଣଙ୍କ ସ୍କୁଲରେ ଏକ ଶକ୍ତିଶାଳୀ ବମ୍ ଲଗାଯାଇଛି। ଧ୍ୟାନ ରଖନ୍ତୁ। ଆମେ ମଜାକରୁନୁ। ବହୁତ ଶକ୍ତିଶାଳୀ ବମ୍ ଅଛି ସ୍କୁଲରେ। ତୁରନ୍ତ ପୋଲିସକୁ ଡାକନ୍ତୁ। ଶହ ଶହ ଜୀବନ ପ୍ରଭାବିତ ହୋଇପାରେ। ଯେଉଁଥିରେ ଆପଣଙ୍କ ଜୀବନ ବି ରହିଛି। ଡେରି କରନ୍ତୁ ନାହିଁ। ଏବେ ସବୁ କିଛି ଆପଣଙ୍କ ହାତରେ।
Karnataka| All the bomb threat emails have been sent from different email IDs… We’ve searched around 8 schools so far, most of which are from the eastern part of Bengaluru; it could be coincidental: Dr. A Subramanyeswara Rao, Addl Commissioner of Police, East Zone, Bengaluru pic.twitter.com/JUjt2MdVgy
— ANI (@ANI) April 8, 2022
ଧମକ ମିଳିବା ପରେ ସ୍କୁଲକୁ ତୁରନ୍ତ ଖାଲି କରି ଦିଆଯାଇଛି। ପିଲାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଷ୍ଟାଫ୍ଙ୍କୁ ସ୍କୁଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକଙ୍କୁ ସ୍କୁଲ ଆସି ପିଲାଙ୍କୁ ନେଇ ଯିବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।