ଲାଇଫ୍ ଷ୍ଟାଇଲ୍

ଏହି ସମୟରେ ଖାଆନ୍ତୁ ପନୀର, ବଢ଼ିବା ବଦଳରେ କମିବ ଓଜନ

ଶରୀର ଭଲ ଅଛି ତ ସବୁ ଭଲ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ କେହି ବି ନିଜ ଶରୀର ପ୍ରତି ଏତେ ଟା ଧ୍ୟାନ ଦେଇପାରୁନାହାନ୍ତି। ଫଳରେ ବୟସ ପୂର୍ବରୁ ହିଁ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏଣୁ ଡାକ୍ତରମାନେ ଲୋକଙ୍କୁ ଫିଟ୍‌ ରହିବାକୁ ଏକ୍ସରସାଇଜ୍‌ କରିବା ସହ ହେଲଦି ରୁଟିନ୍‌ ଫଲୋ କରିବାକୁ ପରାମର୍ଶ ଦେଉଛନ୍ତି। ତେବେ ରୋଷେଇ ଘରେ ଥିବା କେତେକ ଜିନିଷ ବ୍ୟବହାର କରି ଆପଣ ଫିଟ୍‌ ରହିପାରିବେ। ଶରୀର ପାଇଁ ସବୁଠୁ ଉତ୍ତମ ହେଉଛି କ୍ୟାଲସିୟମ୍‌, ପ୍ରୋଟିନ୍‌ରେ ଭରପୂର କଞ୍ଚା ପନୀର। ପନୀର ମାଂସପେଶୀକୁ ମଜଭୁତ କରିବା ସହ ଶରୀରକୁ ଆବଶ୍ୟକ ଭିଟାମିନ୍‌ ମଧ୍ୟ ଦେଇଥାଏ।

କିଛି ଲୋକଙ୍କ ବିଶ୍ୱାସ ରହିଛି ଯେ ପନୀର ଖାଇଲେ ଓଜନ ବଢ଼େ। କିନ୍ତୁ ଏକ୍ସପର୍ଟଙ୍କ ମୁତାବକ, ପନୀରକୁ ଯଦି ଆପଣ ସଠିକ୍‌ ସମୟରେ ଖାଇବେ ତେବେ ଏହା ଆପଣଙ୍କ ଓଜନକୁ ବଢ଼ାଇବା ବଦଳରେ କମାଇଦେବ। ତେବେ ଆସନ୍ତୁ ଜାଣିବା ପନୀର ଖାଇବାର ଠିକ୍‌ ସମୟ…

କେବେ ଖାଇବେ ପନୀର:

  • ଜଳଖିଆ କିମ୍ବା ଲଞ୍ଚ୍‌ କରିବାର ଘଣ୍ଟାଏ ପୂର୍ବରୁ କଞ୍ଚା ପନୀର ସେବନ କରନ୍ତୁ। ଏହା ଦ୍ୱାରା ଆପଣ ସାରା ଦିନ ଆଉ କିଛି ଖାଇବାକୁ ଇଚ୍ଛା କରିବେ ନାହିଁ। କାରଣ ପନୀର ଏକ କମ୍ପ୍ଲିଟ୍‌ ଫୁଡ୍‌। ଏହା ଖାଇବା ଦ୍ୱାରା ଦିନ ସାରା ପେଟ ପୂରିଲା ପୂରିଲା ଲାଗେ।
  • ସେହିପରି ଏକ୍ସରସାଇଜ୍‌ କରିବାର କିଛି ଘଣ୍ଟା ପରେ କଞ୍ଚା ପନୀର ଖାଇବା ଲାଭଦାୟକ ହୋଇଥାଏ।
  • ଏହା ବ୍ୟତୀତ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ବି ଆପଣ ପନୀର ସେବନ କରିପାରିବେ। କାରଣ ରାତିରେ ଶରୀରକୁ ଖାଦ୍ୟ ହଜମ କରିବାକୁ ସବୁଠୁ ଅଧିକ ପ୍ରୋଟିନ୍‌ ଦରକାର ହୁଏ।

ପନୀର ଖାଇବାର ଫାଇଦା:

ପନୀରରେ କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌, ଆଣ୍ଟି ଅକ୍ସିଡାଣ୍ଟସ୍‌ ଗୁଣ ରହିଥାଏ। ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ସମସ୍ତ ଜରୁରୀ ତତ୍ତ୍ୱ ସହଜରେ ମିଳିଥାଏ। ଏଥିସହ ଏହା ଶରୀରରେ ଥିବା ଖରାପ କୋଲୋଷ୍ଟ୍ରୋଲକୁ କମ୍‌ କରି ଭଲ କୋଲୋଷ୍ଟ୍ରୋଲକୁ ବଢ଼ାଇବାରେ ସାହାଯ୍ୟ କରେ।

କମ୍‌ କରେ ଅତିରିକ୍ତ ଚର୍ବି:

ଅଧିକାଂଶ ଲୋକ ଓଜନ ବଢ଼ିବା ଭୟରେ ପନୀର ଖାଇବାକୁ ଇଚ୍ଛା କରନ୍ତି ନାହିଁ। କିନ୍ତୁ ଏଥିରେ ଥିବା ଲିନୋଲାଇକ୍‌ ଏସିଡ୍‌ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ କମ୍‌ କରିବାରେ ସାହାଯ୍ୟ କରେ। ଏଥିସହ ଫାଇଭର ଅଧିକ ଥିବାରୁ ଦୀର୍ଘ ସମୟ ଯାଏଁ ଭୋକ ଲାଗି ନଥାଏ। ଫଳରେ ଓଭର ଇଟିଂ ସମସ୍ୟାରୁ ମୁକ୍ତି ମିଳିଥାଏ ଓ ଓଜନ ନିୟନ୍ତ୍ରଣେରେ ରହିଥାଏ।

Also Read: ନିର୍ବନ୍ଧ କଲେ ସୋନାକ୍ଷୀ ସିହ୍ନା! ମୁଦି ଦେଖାଇ ମିଷ୍ଟ୍ରି ବୟଙ୍କ ସହ ସେୟାର କଲେ ଫଟୋ; ନଜର ପକାନ୍ତୁ

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago