ଦେଶ ବିଦେଶ

ଅଶାନ୍ତ ଶ୍ରୀଲଙ୍କା: ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଲେ ଆନ୍ଦୋଳନକାରୀ, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

କେନ୍ୟୁଜ୍(ବ୍ୟୁରୋ): ଅଶାନ୍ତ ଶ୍ରୀଲଙ୍କା। କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ। ଆକ୍ରମଣ, ପ୍ରତିଆକ୍ରମଣ, ଜଳାପୋଡ଼ା । ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ। ଶାସକ ଦଳର ଜଣେ ସାଂସଦ ୨ ଜଣଙ୍କୁ ଗୁଳି କରି ଗୁରୁତର କରିଥିଲେ । ସାଂସଦ ଜଣଙ୍କ କାର ନେଇ ଯିବା ବେଳେ ତାଙ୍କୁ କିଛି ଲୋକ ଅଟକାଇଥିଲେ । ଦୁଇ ଜଣଙ୍କ ଉପରେ ଗୁଳି ମାଡ଼ କରିଥିଲେ ସାଂସଦ। ସେମାନେ ଗୁରୁତର ହୋଇଥିଲେ ।

ପରେ ସାଂସଦ ଜଣଙ୍କ ଆତ୍ମରକ୍ଷା ପାଇଁ ଗୋଟିଏ ବିଲ୍‌ଡିଂକୁ ଦୌଡ଼ି ପଳାଇଥିଲେ । କିଛି ସମୟ ପରେ ସେଠାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ସମର୍ଥକମାନେ କଲମ୍ବୋରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିବା ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ହିଂସାତ୍ମକ ରୂପ ନେଇଥିଲା ଆନ୍ଦୋଳନ। ମହିନ୍ଦା ରାଜପାକ୍ଷେକଙ୍କ ସମର୍ଥକଙ୍କ ଆକ୍ରମଣରେ ଶତାଧିକ ଲୋକ ଆହତ ହୋଇଛନ୍ତି ।

ଅନ୍ୟପଟେ ସମର୍ଥକଙ୍କ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପାକ୍ଷେ। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। କିନ୍ତୁ ରାଜପାକ୍ଷେ ପରିବାରର କୌଣସି ସଦସ୍ୟଙ୍କ ନେତୃତ୍ୱରେ ସରକାରରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିରୋଧୀ।

କିଛି ଦିନ ହେବ ଅର୍ଥ ସଂକଟରେ ପଡ଼ିଛି ଶ୍ରୀଲଙ୍କା। ଲୋକଙ୍କ ପାଖରେ ମୌଳିକ ପଦାର୍ଥ ନାହିଁ। ଖାଦ୍ୟ, ଇନ୍ଧନ, ବିଜୁଳି ଏବଂ ଔଷଧ ନାହିଁ। ବିଦେଶରୁ ଆମଦାନୀ ପାଇଁ ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନାହିଁ। ଏହା ବିରୋଧରେ ସରକାର ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଲୋକେ ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago