ଲାଇଫ୍ ଷ୍ଟାଇଲ୍

ଚେହେରା ପାଇଁ ବ୍ୟବହାର କରନ୍ତୁ ଆଲୋଭେରା ସହିତ ଏହି ସବୁ ଜିନିଷ, ପାଆନ୍ତୁ ଚମତ୍କାର ଫଳ

ଆପଣ ଜାଣିଛନ୍ତି ସମସ୍ତେ ନିଜ ତ୍ୱଚାର ଯତ୍ନ ନେବାପାଇଁ ଅଧିକ ପସନ୍ଦ କରନ୍ତି । ଖାସ କରି ନିଜ ଚେହେରାର । କାରଣ ଏହା ଜଣେ ମଣିଷର ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ତେବେ ଅନେକ ଲୋକ ନିଜ ଚେହେରା ପାଇଁ ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର କରିଥାଆନ୍ତି । ଏଥି ମଧ୍ୟରୁ କାହା ଚେହେରାରେ କିଛି କ୍ରିମ ସୁଟ୍‌ କରିଯାଏ ତ ଆଉ କାହା ଚେହେରାରେ କ୍ରିମ ଲଗାଉ ଲଗାଉ କିଛି ଆଲର୍ଜି ହୋଇଯାଏ । ତେବେ ସେଥିପାଇଁ ଅନେକ ଲୋକ ଘରୋଇ ଜିନିଷ ବା ହୋମ୍‌ ରେମେଡିଜ ବ୍ୟବହାର କରନ୍ତି ନିଜ ସ୍କିନର ଯତ୍ନ ନେବା ପାଇଁ । ଆପଣ ଜାଣିଥିବେ କିଛି ଲୋକ ଆଲୋଭେରା ବା ଘିକୁଆଁରି ବ୍ୟବହାର କରନ୍ତି ନିଜର ତ୍ୱଚା ପାଇଁ । ତେଣୁ ଏହାର ଅନେକ ଭଲ ଗୁଣ ମଧ୍ୟ ରହିଛି ।

ଜାଣନ୍ତୁ ଆଲୋଭେରାର ଉପଯୁକ୍ତ ବ୍ୟବହାର:

Picture Credit – Amazon.in

ପ୍ୟୁର ଆଲୋଭେରା ଜେଲ

ଆଲୋଭେରାରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଥାଏ । ଖାଲି ସେତିକି ନୁହେଁ ଏଥିରେ ଆଣ୍ଟିବ୍ୟାକ୍ଟୋରିଆଲ ଓ ଆଣ୍ଟି ଇନଫ୍ଲାମାଟୋରୀ ଗୁଣ ମଧ୍ୟ ରହିଛି ଯାହା ଆପଣଙ୍କ ଚେହେରାର କୈଣସି ସ୍ଥାନରେ ଦାଗକୁ ଲିଭାଇ ଥାଏ । ତେବେ ଆପଣ ଆଲୋଭେରା ଜେଲକୁ ସବୁଦିନେ ନିଜ ସ୍କିନ ପାଇଁ ବ୍ୟବହାର କରିପାରିବେ ।

ଆଲୋଭେରା ଓ ଲେମ୍ବୁ ରସ

ଆପଣ ନିଜ ଚେହେରାରେ ଆଲୋଭେରା ସହିତ ଲେମ୍ବୁ ରସ ମିଶାଇ ଲଗାଇପାରିବେ କାରଣ ଏଥିରେ ସିଟ୍ରିକ ଏସିଡ ରହିଛି । ତେଣୁ ଗୋଟେ ଚମଚ୍‌ ଆଲୋଭେରାରେ ହାପ ଚାମଚ ଲେମ୍ବୁ ରଶ ମିଶାଇ ଆପଣ ନିଜ ସ୍କିନ୍‌ରେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ରଖିପାରିବେ । ଏହା ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଏପରି ଲଗାଇବା ଦ୍ୱାରା ଆପଣଙ୍କ ଚର୍ମକୁ ଭିଟାମିନ ମିଳିବ । ଏହା ଛଡା ଆଲୋଭେରା ସହିତ ଟି ଟ୍ରି ଓଏଲ ମଧ୍ୟ ଲଗାଇ ପାରିବେ । ଆପଣ ଆଲୋଭେରାକୁ ସ୍ପ୍ରେ ଭାବେ ମଧ୍ୟ ବ୍ୟବହାର କରିପାରିବେ । ନଡିଆ ତେଲରେ ଆଲୋଭେରା, ଚିନି, ମିଶାଇ ସ୍କ୍ରବ୍‌ ପ୍ରସ୍ତୁତ କରି ଆପଣ ନିଜ ଚେହେରାରେ ଲଗାଇ ପାରିବେ । ବ୍ରଣରୁ ଏହା ଆପଣଙ୍କୁ ରକ୍ଷା କରିବ । କେବଳ ଚେହେରା ପାଇଁ ନୁହେଁ ଆପଣଙ୍କର ରକ୍ତକୁ ଶୁଦ୍ଧ କରିଥାଏ ଏଲୋଭାରେ ଜୁସ୍‌ । ତେଣୁ ଆପଣ ନିଜ ଖାଦ୍ୟରେ ଏହାକୁ ସାମିଲ କରି ପାରିବେ ।

ଖଣ୍ଡିଆ ହୋଇଗଲେ ଲଗାନ୍ତୁ ଆଲୋଭେରା ଜେଲ

ଆଲୋଭେରାରେ ପ୍ରଚୁର ପରିମାଣରେ ଆଣ୍ଟି ଆସ୍କିଡାଣ୍ଟ ଥିବାରୁ ଏହା କୌଣସି କ୍ଷତ ସ୍ଥାନରେ ଲଗାଇ ହେବ । ଯାହାକି ମେଡିସିନ ପରି କାମ କରିଥାଏ । ଖାଲି ଏତିକି ନୁହେଁ ଏହା ଆପଣଙ୍କୁ ସୂର୍ଯ୍ୟଙ୍କର ଅତି ବାଇଗେଣି ରଶ୍ମୀରୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ ।

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

35 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

40 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago