ଲାଇଫ୍ ଷ୍ଟାଇଲ୍

ଇମ୍ୟୁନିଟି ବୁଷ୍ଟ୍‍ ସହିତ ଓଜନ ହ୍ରାସ ପାଇଁ ପିଅନ୍ତୁ କଳା ବୁଟର ପାଣି; ଅନେକ ରୋଗରୁ ରହି ପାରିବେ ଦୂରେଇ

ଆପଣ କଳା ବୁଟ ନିଶ୍ଚିତ ଭାବରେ ଖାଇଥିବେ। କେତେବେଳେ ଅଙ୍କୁରିତ କରି ହେଉ କି କେତେବେଳେ ତରକାରୀ ଆଦିରେ ପକାଇ ହେଉ, ଆପଣ ଯେମିତି ବି ଏହାକୁ ପ୍ରସ୍ତୁତ କରନ୍ତୁ, ପ୍ରଥମେ ଏହାକୁ ପାଣିରେ ଭିଜେଇବାକୁ ପଡ଼ିଥାଏ। ଯେପରି ଏହା ସହଜରେ ତିଆରି ହୋଇ ପାରିବ। ପ୍ରାୟତଃ ଲୋକମାନେ ଯେଉଁ ପାଣିରେ ବୁଟ ଭିଜାଇ ଥାଆନ୍ତି, ତାହାକୁ ଫିଙ୍ଗି ଦିଅନ୍ତି, କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହି ପାଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ? ଆସନ୍ତୁ ଜାଣିବା ଏଥିରୁ ଆମକୁ କେଉଁ କେଉଁ ଫାଇଦା ମିଳିଥାଏ। କଳା ବୁଟରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯେପରି ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଆଇରନ୍ ଇତ୍ୟାଦି। ଏଥି ସହିତ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଭିଟାମିନ୍ ଏ, ବି-୬, ସି, ଫସଫରସ୍, ଥିଆମିନ୍, ଫୋଲେଟ୍ ଆଦି ବି ପ୍ରଚୁର ମାତ୍ରାରେ ରହିଥାଏ। ଏ ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ଉପାୟରେ ଫାଇଦା ପହଞ୍ଚାଇ ଥାଆନ୍ତି।

କଳା ବୁଟ ଖାଇବାରେ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। କିନ୍ତୁ ଏହାର ବତୁରା ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ ହୋଇଥାଏ। ଭିଜା ଯାଇଥିବା କଳା ବୁଟରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନର ମାତ୍ରା ରହିଥାଏ, ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ। ଯଦି ଆପଣ ଆଜୀବନ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତା’ ହେଲେ ନିଶ୍ଚିତ ଭାବରେ କଳା ବୁଟ ଭିଜିଥିବା ପାଣିକୁ ସେବନ କରନ୍ତୁ। କଳା ବୁଟକୁ ଭଲ ଭାବରେ ସଫା କରି ଏହାକୁ ରାତିସାରା ପାଣିରେ ବତୁରାଇ ରଖନ୍ତୁ। ପରଦିନ ସକାଳେ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଆପଣ ଚାହିଁଲେ ବୁଟକୁ ସିଝାଇ ଏହାର ପାଣିକୁ ମଧ୍ୟ ଥଣ୍ଡା କରି ପିଇ ପାରିବେ। କରୋନା କାଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କଞ୍ଚା ବୁଟ ପାଣି ପିଇ ପାରିବେ। ଏହି ପାଣି ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

ଓଜନ ହ୍ରାସ: ଓଜନ କମାଇବା ପାଇଁ ଆପଣ କଳା ବୁଟ ପାଣି ପିଇ ପାରିବେ। ଏହି ପାଣି ପିଇବା ଦ୍ୱାରା ଆପଣଙ୍କୁ ଅଧିକ ଥକ୍କାପଣ, ଦୁର୍ବଳ ଅନୁଭବ ହେବ ନାହିଁ। ଏଥି ସହିତ ପେଟ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରହିଥିବାର ଅନୁଭବ ହେବ।

ସୁଗାର ଲେବଲକୁ କଣ୍ଟ୍ରୋଲରେ ରଖେ: ଯଦି ଆପଣ ଜଣେ ମଧୁମେହ ରୋଗୀ, ତା’ ହେଲେ ସୁଗାର ଲେବଲକୁ କଣ୍ଟ୍ରୋଲରେ ରଖିବା ଅତ୍ୟନ୍ତ ଜରୁରୀ। ଏମିତି ସ୍ଥିତିରେ ଆପଣ କଳା ବୁଟ ପାଣି ପିଇ ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣରେ ରଖି ପାରିବେ।

ପେଟ ସଫା ରହିଥାଏ: ଯଦି ଆପଣଙ୍କ ପେଟ ଅନେକ ଦିନ ପର୍ଯ୍ୟନ୍ତ ସଫା ନାହିଁ ବା କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ ବୁଟ ପାଣି ପିଅନ୍ତୁ। ସକାଳେ ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା ଗ୍ୟାସ୍, ଅପଚ, ଜ୍ୱଳନ ଭଳି ସମସ୍ୟା ଦୂର ହୋଇ ପାରିବ।

ତ୍ୱଚାକୁ ସତେଜ ରଖେ: ବୁଟ ପାଣି ପିଇବା ଦ୍ୱାରା ତ୍ୱଚାକୁ ମଧ୍ୟ ଅନେକ ଉପାୟରେ ଲାଭ ମିଳିଥାଏ। ଏହା ତ୍ୱଚାକୁ ଭିତରୁ ସଫା କରିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ।

Roshni

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

38 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

45 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago