ଲାଇଫ୍ ଷ୍ଟାଇଲ୍

ଗର୍ଭାବସ୍ଥାରେ ସେବନ କରନ୍ତୁ ନଡ଼ିଆ ପାତି, ହେବ ନର୍ମାଲ ଡେଲିଭରି

ନଡ଼ିଆରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ନଡ଼ିଆ ପାଣି ହେଉ କି କଞ୍ଚା ନଡ଼ିଆ ସବୁଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରି ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶୁଖିଲା ନଡ଼ିଆରେ ମଧ୍ୟ ବହୁ ପରିମାଣରେ ପ୍ରୋଟିନ୍‌ ରହିଛି। ଖାସ୍‌ କରି ଗର୍ଭବତୀଙ୍କ ପାଇଁ ନଡ଼ିଆ ପାତି ଖୁବ୍‌ ଲାଭଦାୟକ ହୋଇଥାଏ। କେବଳ ମା’ ନୁହେଁ ଶିଶୁଙ୍କୁ ମଧ୍ୟ ଏହା ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ନଡ଼ିଆ ପାତି ଖାଇବା ଦ୍ୱାରା କି କି ଫାଇଦା ମିଳେ…

  • ଗର୍ଭାବସ୍ଥାରେ ନଡ଼ିଆ ପାତି ଖାଇବା ଦ୍ୱାରା ଦେହ ବୁଲେଇ ହେବା ଓ ବାନ୍ତିରୁ ମୁକ୍ତି ମିଳେ।
  • ଏହା ଛାତିପୋଡ଼ା ଓ ଏସିଡିଟି ଆଦି ସମସ୍ୟା ମଧ୍ୟ ଦୂର କରିଥାଏ। ଏହି ସମସ୍ୟାରୁ ରକ୍ଷା ପାଇବାକୁ ସକାଳୁ ଏକ ଶୁଖିଲା କିମ୍ବା କଞ୍ଚା ନଡ଼ିଆ ଖାଇପାରିବେ। ଆପଣ ଚାହିଁଲେ ନଡ଼ିଆ ପାଣି ମଧ୍ୟ ପିଇପାରିବେ।

  • ପେଟ କୁଣ୍ଡେଇ ହେଉଥିଲେ କିମ୍ବା ଷ୍ଟେଚ୍‌ ମାର୍କ ହୋଇଥିଲେ ସେହି ସ୍ଥାନରେ ନଡ଼ିଆ ତେଲ ଲଗାନ୍ତୁ। ତ୍ୱଚାକୁ ମଶ୍ଚରାଇଜ୍‌ କରିବା ସହ କୁଣ୍ଡିଆ ରୋକିବାରେ ଏହା ସାହାଯ୍ୟ କରେ।
  • ନଡ଼ିଆରେ ଥିବା ଆବଶ୍ୟକୀୟ ଫ୍ୟାଟି ଏସିଡ୍‌ ଶିଶୁର ବିକାଶ ଓ ବୃଦ୍ଧିରେ ସାହାଯ୍ୟ କରେ।
  • ନଡ଼ିଆରେ ଥିବା ଲରିକ୍‌ ଏସିଡ୍‌ ମହିଳାଙ୍କ ଶରୀରରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ।

  • ଗର୍ଭାବସ୍ଥା ବେଳେ ହେଉଥିବା ଆଣ୍ଠୁଗଣ୍ଠି ପୀଡ଼ାରୁ ମଧ୍ୟ ନଡ଼ିଆ ମୁକ୍ତି ଦେଇଥାଏ।
  • ଗର୍ଭାବସ୍ଥାରେ ରକ୍ତର ପରିମାଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଫଳରେ ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ। ନଡ଼ିଆ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୁଏ ଓ ଏଭଳି ସମସ୍ୟା ଦେଖାଯାଏ ନାହିଁ।

  • ନଡ଼ିଆ ପାତି ଖାଇବା ଦ୍ୱାରା ନର୍ମାଲ ଡେଲିଭରି ହୋଇଥାଏ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି।
  • ନଡ଼ିଆ ପାଣି ପିଇବା ଦ୍ୱାରା ମୂତ୍ରର ମାତ୍ରା ଓ ପ୍ରବାହ ବଢ଼ିଥାଏ। ଏହା ଦ୍ୱାରା ମୂତ୍ର ସଂକ୍ରମଣ କରୁଥିବା ସମସ୍ତ ବ୍ୟାକ୍ଟେରିଆ ଶରୀରରୁ ନିଷ୍କାସିତ ହୋଇଥାନ୍ତି। ଏଣୁ ଗର୍ଭାବସ୍ଥାରେ ମହିଳାମାନେ ପ୍ରଚୁର ନଡ଼ିଆ ଖାଆନ୍ତୁ ଓ ନଡ଼ିଆ ପାଣି ପିଅନ୍ତୁ।
WCW 11

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

18 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

22 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

25 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

30 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

42 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

48 mins ago