ଲାଇଫ୍ ଷ୍ଟାଇଲ୍

ଗର୍ଭବତୀ ସମୟରେ ନିଶ୍ଚୟ ଖାଆନ୍ତୁ ଚଣା, ଭରପୂର ଏନର୍ଜି ପାଇବା ସହ ଦୂର ହେବ ଅନେକ ସମସ୍ଯା

ଗର୍ଭବତୀ ସମୟରେ ପ୍ରତ୍ଯେକ ମହିଳା ନିଜ ସ୍ବାସ୍ଥ୍ଯ ଉପରେ ବିଶେଷ ନଜର ରଖିବା ଆବଶ୍ଯକ। କାରଣ ଗର୍ଭରେ ଥିବା ଶିଶୁ ପ୍ରତି ଯେପରି କିଛି ବିପଦ ସୃଷ୍ଟି ନହୁଏ ସେଥିପାଇଁ ବେସ୍ ସଜାଗ ହୋଇ ରହିବାକୁ ପଡିଥାଏ। ଏହି ସମୟରେ ମହିଳାମାନେ ନିଜର ଖାଦ୍ଯ ଉପରେ ବିଶେଷ ଧ୍ଯାନ ଦେବା ଉଚିତ। ଯାହାଦ୍ବାରା ଶିଶୁର ବିକାଶ ହୋଇଥାଏ। ଗର୍ଭବତୀ ସମୟରେ ଚଣା ଖାଇବା ଖୁବ୍ ଲାଭକାରୀ ହୋଇଥାଏ। ଏହାଦ୍ବାରା ପ୍ରୋଟିନ, କ୍ଯାଲସିୟମ, ଫେଲେଟ ଏବଂ ଭିଟାମିନ ରହିଥାଏ। କେବଳ ଏତିକି ନୁହେଁ ଏଥିରେ ପ୍ରଚୁର ମାତ୍ରାରେ ଆଇରନ ମଧ୍ଯ ରହିଥାଏ, ଯାହା ଗର୍ଭବତୀ ସମୟରେ ମହିଳାଙ୍କ ପାଇଁ ଅତି ଆବଶ୍ଯକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହା ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ।

-ଶିଶୁଙ୍କୁ ଥଣ୍ଡା ନହେବା ପାଇଁ ଡାଏଟରେ ଚଣା ସାମିଲ କରନ୍ତୁ। ଚଣା ଖାଇବା ଦ୍ବାରା ଆସ୍ଥମା ଭଳି ଶ୍ବାସ ଜନିତ ସମସ୍ଯାରୁ ମୁକ୍ତି ମିଳିଥାଏ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ।

-ଗର୍ଭବତି ଥିବା ସମୟରେ ସାଧାରଣତଃ ମହିଳାମାନେ ଶରୀରରେ ଯନ୍ତ୍ରଣା ଅନୁଭବ କରିଥାନ୍ତି। ସେହିଭଳି ଚଣାରେ ଥିବା କ୍ଯାଲସିୟମ ହାଡ ଏବଂ ମାଂସପେଶୀକୁ ମଜବୁତ୍ କରିଥାଏ।

-ଚଣା ଖାଇବା ଦ୍ବାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ଯା ମଧ୍ଯ ହୋଇନଥାଏ। ସକାଳର ଖାଦ୍ଯରେ ଚଣା ଖାଇବା ଦ୍ବାରା ପାଚନ ଶକ୍ତି ଭଲ ହେବା ସହ କବଜ ସମସ୍ଯା ମଧ୍ଯ ହୋଇନଥାଏ।

-ପୌଷ୍ଟିକ ତତ୍ତ୍ବରେ ଭରପୁର ଥିବା ଚଣା ଖାଇବା ଦ୍ବାରା ଶରୀରରେ ପର୍ଯ୍ଯାପ୍ତ ଶକ୍ତି ମିଳିଥାଏ। ଗର୍ଭବତୀ ସମୟରେ ଚଣା ଖାଇବା ଦ୍ବାରା ମହିଳାମାନଙ୍କୁ ଶକ୍ତିଶାଳୀ ଲାଗିବା ସହ ଶରୀର ରିଲାକ୍ସ ଲାଗିଥାଏ।

-ସାଧାରଣତଃ ଗର୍ଭବତୀ ସମୟରେ ମହିଳାମାନଙ୍କର ଡାଇବେଟିଜର ଭୟ ରହିଥାଏ। ଏହି କାରଣରୁ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଡାଏଟରେ ଚଣା ସାମିଲ କରନ୍ତୁ। କାରଣ ଏଥିରେ ଥିବା ଫାଇବର ଦ୍ବାରା ଡାଇବେଟିଜରୁ ରକ୍ଷା ମିଳିଥାଏ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

13 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

20 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

36 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

42 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

55 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago