୧୦ ଗ୍ରାମ ଚିନାବାଦାମରେ ଥାଏ ଏକ ଲିଟର କ୍ଷୀରର ଶକ୍ତି , ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଚିନାବାଦାମ । ଯାହା ଏକ ମଜାଳିଆ ପାଟି ଟକରା ଖାଦ୍ୟ । ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ପାର୍କ ହେଉକି ସିନେମା ହଲ୍ ସବୁଠି ବେଶ୍ ଚାହିଦା ରହିଥାଏ ଏହି ଚିନାବାଦାନର । ଘରେ ପ୍ରସ୍ତୁତ ହେଉଥିବା କିଛି ଖାଦ୍ୟରେ ଚିନାବାଦାମର ବ୍ୟବହାର ଖାଦ୍ୟକୁ କରିଥାଏ ସୁସ୍ବାଦ । ତେବେ ଆପଣ କଣ ଜାଣିଛନ୍ତି ଏହି ଚିନାବାଦମରେ ରହିଛି ଅନେନ ପୋଷକ ତତ୍ତ୍ବ ଯାହା ଶରୀରର ପାଇଁ ଲାଭଦାୟକ । ଆଜ୍ଞା ହଁ ଛୋଟ ଦେଖାଯାଇଥିବା ଏହି ଚିନାବାଦାମରେ ଭରପୂର ପରିମାଣରେ ରହିଛି ପ୍ରୋଟିନ୍ ।

ତେବେ ଆସନ୍ତୁ ଜାଣିବା ଚିନାବାଦାମ ଖାଇବାର ଫାଇଦା ସମ୍ପର୍କରେ :

– ଓଜନ ବୃଦ୍ଧି କରିବାକୁ ଚାଁହୁଥିବା ବ୍ୟକ୍ତି  ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍।

– ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ। କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ।

-ପ୍ରତିଦିନ ସକାଳୁ ଏକ ମୁଠା କଞ୍ଚା ବାଦାମ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍ ମିଳିଥାଏ।

-ଏକ ଲିଟର କ୍ଷୀର ପଇବା ଦ୍ବାରା ଶରୀରକୁ ଯେଉଁ ଶକ୍ତି ମିଳିଥାଏ, ୧୦ ଗ୍ରାମ ଚିନାବାଦାମରୁ ମଧ୍ୟ ଶରୀରକୁ ସେହି ଶକ୍ତି ମିଳିଥାଏ।

-ଚିନାବାଦାମ୍‌ ଶରୀରର କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ଖରାପ କୋଲେଷ୍ଟ୍ରଲ୍‌କୁ ଭଲ କୋଲେଷ୍ଟ୍ରଲ୍‌ରେ ପରିଣତ କରିଥାଏ।

-ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ। ଏହା ଶରୀରର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ସୁସ୍ଥ ରଖେ।

– ଚିନାବାଦାମରୁ ଶରୀରକୁ ଭିଟାମିନ୍-ଇ ମିଳିଥାଏ, ଯାହା ସ୍ମରଣ ଶକ୍ତି ବଢ଼ାଇଥାଏ ।

– ନିୟମିତ ଚିନାବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

18 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

26 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

32 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

40 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

43 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

50 mins ago