୧୦ ଗ୍ରାମ ଚିନାବାଦାମରେ ଥାଏ ଏକ ଲିଟର କ୍ଷୀରର ଶକ୍ତି , ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଚିନାବାଦାମ । ଯାହା ଏକ ମଜାଳିଆ ପାଟି ଟକରା ଖାଦ୍ୟ । ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ପାର୍କ ହେଉକି ସିନେମା ହଲ୍ ସବୁଠି ବେଶ୍ ଚାହିଦା ରହିଥାଏ ଏହି ଚିନାବାଦାନର । ଘରେ ପ୍ରସ୍ତୁତ ହେଉଥିବା କିଛି ଖାଦ୍ୟରେ ଚିନାବାଦାମର ବ୍ୟବହାର ଖାଦ୍ୟକୁ କରିଥାଏ ସୁସ୍ବାଦ । ତେବେ ଆପଣ କଣ ଜାଣିଛନ୍ତି ଏହି ଚିନାବାଦମରେ ରହିଛି ଅନେନ ପୋଷକ ତତ୍ତ୍ବ ଯାହା ଶରୀରର ପାଇଁ ଲାଭଦାୟକ । ଆଜ୍ଞା ହଁ ଛୋଟ ଦେଖାଯାଇଥିବା ଏହି ଚିନାବାଦାମରେ ଭରପୂର ପରିମାଣରେ ରହିଛି ପ୍ରୋଟିନ୍ ।

1111ତେବେ ଆସନ୍ତୁ ଜାଣିବା ଚିନାବାଦାମ ଖାଇବାର ଫାଇଦା ସମ୍ପର୍କରେ :

– ଓଜନ ବୃଦ୍ଧି କରିବାକୁ ଚାଁହୁଥିବା ବ୍ୟକ୍ତି  ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍।

– ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ। କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ।

1-ପ୍ରତିଦିନ ସକାଳୁ ଏକ ମୁଠା କଞ୍ଚା ବାଦାମ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍ ମିଳିଥାଏ।

-ଏକ ଲିଟର କ୍ଷୀର ପଇବା ଦ୍ବାରା ଶରୀରକୁ ଯେଉଁ ଶକ୍ତି ମିଳିଥାଏ, ୧୦ ଗ୍ରାମ ଚିନାବାଦାମରୁ ମଧ୍ୟ ଶରୀରକୁ ସେହି ଶକ୍ତି ମିଳିଥାଏ।

xc-ଚିନାବାଦାମ୍‌ ଶରୀରର କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ଖରାପ କୋଲେଷ୍ଟ୍ରଲ୍‌କୁ ଭଲ କୋଲେଷ୍ଟ୍ରଲ୍‌ରେ ପରିଣତ କରିଥାଏ।

-ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ। ଏହା ଶରୀରର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ସୁସ୍ଥ ରଖେ।

1051_1846_large– ଚିନାବାଦାମରୁ ଶରୀରକୁ ଭିଟାମିନ୍-ଇ ମିଳିଥାଏ, ଯାହା ସ୍ମରଣ ଶକ୍ତି ବଢ଼ାଇଥାଏ ।

– ନିୟମିତ ଚିନାବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.