ନିମ୍ବ ପତ୍ରର ଉପକାରୀ ଗୁଣ , ମାରାତ୍ମକ ରୋଗରୁ ଦେଇଥାଏ ମୁକ୍ତି

ନିମ୍ବ ଗଛର ଫଳ, ଫୁଲ, ଛେଲି ଆଦି ଅତି ଉପକାରୀ । ଏହା ଏକ ଔଷଧିକ ଗଛ । ଯାହା ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ନିମ୍ବ ପତ୍ରର ଲାଭଦାୟକ ଗୁଣ :

– ନିମ୍ବ ପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋଏସିଡ୍ ରହିଛି, ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ତେଣୁ ନିମ୍ବ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

– ନିମ୍ବ ଫଳରେ ଭିଟାମିନ୍ ଇ’ ଓ ଫ୍ୟାଟି ଏସିଡ୍ ଭରପୁର ରହିଥାଏ। ଫଳରେ ଏହା ଶୁଷ୍କ ତ୍ୱଚାରେ ସୁଧାର ଆଣିଥାଏ। ଏହାସହ ନିମ ତେଲ ଶରୀରରେ ଏକ୍‌ଜିମାର ଲକ୍ଷଣ ଦୂର କରିଥାଏ।

– ନିମ୍ବ ପତ୍ରରେ ଡାଇବେଟିସ୍ ଭଲ କରିବାର କ୍ଷମତା ରହିଛି। ନିମ୍ବ ଗଛର କଅଁଳ ପତ୍ରର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ, ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିଥାଏ। କଅଁଳ ନିମ୍ବ ପତ୍ର କିମ୍ବା ଫୁଲକୁ ଚୋବାଇ ଖାଇଲେ, ପେଟର କୃମି ମଧ୍ୟ ଦୂର ହୁଏ।

– ଯଦି ଆପଣଙ୍କ ମୁଣ୍ଡରେ ଉକୁଣି ହୋଇଛି ଓ ଯେତେ ଉପାୟ କଲେ ବି ସଫା ହେଉନାହିଁ, ତେବେ ନିମ୍ବ ଛେଲିକୁ ବାଟି ଲଗାନ୍ତୁ ।

– ଯଦି କାଛୁ, କୁଣ୍ଡିଆ ଓ ବଥ ପରି କିଛି ଚର୍ମ ରୋଗ ହୋଇଥାଏ, ତେବେ ନିମ୍ବ ପତ୍ରକୁ ବାଟି ଦେହରେ ଲଗାନ୍ତୁ । ଏହାସହ କଞ୍ଚା ହଳଦୀ ମଧ୍ୟ ବାଟି ଲଗାଇ ପାରିବେ। ଦେଖିବେ, ଏହାଦ୍ୱାରା ସବୁପ୍ରକାରର ଚର୍ମ ରୋଗ ଦୂର ହୋଇଯିବ।

– ଏକ ମୁଠା ନିମ୍ବ ଫୁଲକୁ ପାଣିରେ ଫୁଟାଇ ସେଥିରେ ଅଳ୍ପ ଲେମ୍ବୁ ରସ ଓ ମହୁ ମିଶାଇ ଖାଇଲେ, ଏହା ଶରୀରରେ ଜମିଥିବା ଅତ୍ୟଧିକ ଚର୍ବିକୁ ନଷ୍ଟ କରିଥାଏ। ଫଳରେ ଶରୀରର ମୋଟାପଣ କମିଯାଏ।

– ନିମ୍ବ ତେଲରେ ଆଣ୍ଟିଫଙ୍ଗଲ ଏଜେଣ୍ଟ ଥାଏ। ତେଣୁ ଏହା ଫଙ୍ଗଲ୍ ଇନ୍‌ଫେକ୍ସନ୍‌ରୁ ଶରୀରକୁ ଶୀଘ୍ର ମୁକ୍ତି ଦେଇଥାଏ।

– ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ, ରୂପି କମିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ।

Sonalisa

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago