କେବଳ ଶୁଷ୍କ ତ୍ବଚା ନୁହେଁ କେଶ ପାଇଁ ମଧ୍ୟ ବେଷ୍ଟ ହେଉଛି ଭେସଲିନ୍, ଜାଣନ୍ତୁ ବ୍ୟବହାର

ଆରମ୍ଭ ହୋଇସାରିଲାଣି ଶୀତ ଦିନ । ଆଉ ଏହା ସହ ତ୍ବଚା ମଧ୍ୟ ଶୁଷ୍କ ହେବା ଆରମ୍ଭ ହେଲାଣି । ଏହି ଶୁଷ୍କ ତ୍ବଚାରୁ ମୁକ୍ତି ପାଇବା ପାଇଁ ଭେସଲିନର ବହୁଳ ବ୍ୟବହାର ହୋଇଥାଏ । ତେବେ କିଛି ମହିଳା ଏହାକୁ ମେକଅପ୍ ପ୍ରଡକ୍ଟ ଭଳି ବ୍ୟବହାର କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କେବଳ ଶୁଷ୍କ ତ୍ବଚା ପାଇଁ ନୁହେଁ ଭେସଲିନର ବ୍ୟବହାର ସୌନ୍ଦର‌୍ୟ୍ୟ ସହ ଜଡିତ ଅନେକ ପ୍ରକାର ସମସ୍ୟା ଦୂର କରିଥାଏ । କେବଳ ତ୍ବଚାର ଶୁଷ୍କତା ନୁହେଁ ବରଂ କେଶ ପାଇଁ ମଧ୍ୟ ବେଶ୍ ଲାଭଦାୟକ ଭେସଲିନ୍ । ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟା ପାଇଁ ବ୍ୟବହାର କରିପାରିବେ ଭେସଲିନ୍ ।

ସ୍କ୍ରବିଙ୍ଗ୍ :

ଭେସଲିନରେ ଅଳ୍ପ ଲୁଣ ମିଶାଇ ଚେହେରାକୁ ହାଲକା ଭାବରେ ସ୍କ୍ରବ୍ କରନ୍ତୁ । ଏହା ଦ୍ବାରା ଚେହେରାରୁ ଡେଡ୍ ସେଲ୍ ବାହାରି ଯାଇଥାଏ ଏବଂ ତ୍ବଚା କୋମଳ ହେବା ସହ ଉଜ୍ବ,ଳ ମଧ୍ୟ ହୋଇଥାଏ ।

ପମଫ୍ୟୁମର ବାସ୍ନା ଅଧିକ ସମୟ ରଖିବା ପାଇଁ :

ପରଫ୍ୟୁମର ବାସ୍ନାକୁ ଅଧିକ ସମୟ ରଖିବାକୁ ଚାହୁଁଥିଲେ ସେଥିରେ ଅଳ୍ପ ଭେସଲିନ୍ ଲଗାଇ ଶରୀରରେ କିଛି ସମୟ ଘଷନ୍ତୁ । ଏପରି କଲେ ଅଧିକ ସମୟ ଯାଏଁ ରହିଥାଏ ପରଫ୍ୟୁମର ବାସ୍ନା ।

ଲିପ୍ ସ୍କ୍ରବ୍ :

ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ତେବେ ଏଥିରୁ ମୁକ୍ତି ପାଇଁ ଭେସଲିନରେ ଅଳ୍ପ ଚିନି ମିଶାଇ ଓଠକୁ ସ୍କ୍ରବ୍ କରନ୍ତୁ । ଏହା ଦ୍ବାରା ଓଠରୁ ଡେଡ୍ ସେଲ୍ ବାହାରି ଯାଇଥାଏ ।

ଦୋ ମୁହାଁ କେଶ ପାଇଁ :

ଫାଟିଥିବା କିମ୍ବା ଦୋମୁହାଁ କେଶରୁ ମୁକ୍ତି ପାଇଁ ସବୁଠାରୁ ବେଷ୍ଟ୍ ଉପାୟ ହେଉଛି ଭେସଲିନ୍ । ସେଥିପାଇଁ ହାତରେ ଅଳ୍ପ ଭେସଲିନ୍ ନେଇ ଦୁଇ ହାତରେ ଘସି ଦିଅନ୍ତୁ । ଏହା ପରେ ଧୀରେ ଧୀରେ କେଶରେ ଲଗାନ୍ତୁ । ଏହାର କିଛି ସମୟ ପରେ ସମ୍ପୋ କରିଦିଅନ୍ତୁ ।

ମେକଅପ୍ ରିମୁଭର୍ :

ଭେସଲିନକୁ ମେକଅପ୍ ରିମୁଭର୍ ଭାବେ ବ୍ୟବହାର କରିପାରିବେ । ଏଥିପାଇଁ ଚେହେରାରେ ଅଳ୍ପ ଭେସଲିନ୍ ଲଗାଇ ତୁଳାରେ ଧୀରେ ଧୀରେ ସଫା କରନ୍ତୁ । ଏହା ଦ୍ବାରା ମେକଅପ୍ ବି ଛାଡିଯିବ ଆଉ ଚେହେରାର କୋମଳତା ମଧ୍ୟ ବଜାୟ ରହିବ ।

ଉଙ୍କୁଣୀ ଶେଷ କରିଥାଏ :

କେଶରୁ ଉଙ୍କୁଣୀକୁ ସବୁଦିନ ପାଇଁ ଶେଷ କରିବାରେ ସାହାଯ୍ୟ କରିଥାଏ ଭେସଲିନ୍ । କିଛି ସମୟ ପାଇଁ କେଶ ମୂଳରେ ଭେସଲିନ୍ ଲଗାଇ ସାମ୍ପୋ କରି ଦିଅନ୍ତୁ । ସପ୍ତାହରେ ଦୁଇ – ତିନି ଥର କଲେ ସବୁଦିନ ପାଇଁ ଉଙ୍କୁଣୀର ମିଳିବ ମୁକ୍ତି ।

ଗୋଇଠି ଫାଟିଥିଲେ :

ଗୋଇଠି ଫାଟିଥିଲେ ଶୋଇବା ପୂର୍ବରୁ ପ୍ରତିଦିନ ଭେସଲିନ୍ ଲଗାନ୍ତୁ । ନିୟମିତ ଏପରି କଲେ ଶୀଘ୍ର ଗୋଇଠି ଭଲ ହୋଇଯାଏ ।

ସୁସ୍ଥ ନଖ ପାଇଁ :

ପ୍ରାୟ ସବୁ ଝିଅଙ୍କୁ ଲମ୍ବା ନଖ ପସନ୍ଦ । କିନ୍ତୁ ଅନେକ ସମୟରେ ନଖ ଲମ୍ବା କରିବାରେ ସମସ୍ୟା ହୋଇଥାଏ । ଏମିତିରେ ପ୍ରତିଦିନ ନଖରେ ଭେସଲିନ୍ ଲଗାନ୍ତୁ । ଏପରି ନିୟମିତ କଲେ ନଖ ସୁସ୍ଥ ହେବା ସହ ଶୀଘ୍ର ବଢିଥାଏ ମଧ୍ୟ ।

ଟାଟୁ କରିଥିବା ସ୍ଥାନ କୁଣ୍ଡାଇ ହେଉଥିଲେ :

ଯଦି ଟାଟୁ ବନାଇଛନ୍ତି ତେବେ ଏହା ଉପରେ ଭେସଲିନ୍ ଲଗାଇବା ଭୁଲନ୍ତୁ ନାହିଁ । ଏହା ଦ୍ବାରା ଟାଟୁ ଯୋଗୁଁ ସେହି ସ୍ଥାନ କୁଣ୍ଡାଇ ହେଉଥିଲେ ମୁକ୍ତି ମିଳିଥାଏ ଏବଂ ଶୀଘ୍ର ଶୁଖିଥାଏ ମଧ୍ୟ ।

ତ୍ବଚାରେ କେଶ ରଙ୍ଗ ଲାଗିଯାଉଥିଲେ :

କେଶ ରଙ୍ଗ କରୁଥିଲେ ସାମ୍ନାରେ ଥିବା କେଶ ମୂଳରେ ବା ଚେହେରାରେ ଭେସଲିନ୍ ଲଗାନ୍ତୁ । ଏହା ଦ୍ବାରା ରଙ୍ଗ ଆପଣଙ୍କ ତ୍ବଚାରେ ଲାଗିବ ନାହିଁ । ଏବଂ ତ୍ବଚା ସୁରକ୍ଷିତ ରହିବ ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

7 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

16 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

19 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

52 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

54 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago