କେବଳ ଶୁଷ୍କ ତ୍ବଚା ନୁହେଁ କେଶ ପାଇଁ ମଧ୍ୟ ବେଷ୍ଟ ହେଉଛି ଭେସଲିନ୍, ଜାଣନ୍ତୁ ବ୍ୟବହାର

ଆରମ୍ଭ ହୋଇସାରିଲାଣି ଶୀତ ଦିନ । ଆଉ ଏହା ସହ ତ୍ବଚା ମଧ୍ୟ ଶୁଷ୍କ ହେବା ଆରମ୍ଭ ହେଲାଣି । ଏହି ଶୁଷ୍କ ତ୍ବଚାରୁ ମୁକ୍ତି ପାଇବା ପାଇଁ ଭେସଲିନର ବହୁଳ ବ୍ୟବହାର ହୋଇଥାଏ । ତେବେ କିଛି ମହିଳା ଏହାକୁ ମେକଅପ୍ ପ୍ରଡକ୍ଟ ଭଳି ବ୍ୟବହାର କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କେବଳ ଶୁଷ୍କ ତ୍ବଚା ପାଇଁ ନୁହେଁ ଭେସଲିନର ବ୍ୟବହାର ସୌନ୍ଦର୍ୟ୍ୟ ସହ ଜଡିତ ଅନେକ ପ୍ରକାର ସମସ୍ୟା ଦୂର କରିଥାଏ । କେବଳ ତ୍ବଚାର ଶୁଷ୍କତା ନୁହେଁ ବରଂ କେଶ ପାଇଁ ମଧ୍ୟ ବେଶ୍ ଲାଭଦାୟକ ଭେସଲିନ୍ । ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟା ପାଇଁ ବ୍ୟବହାର କରିପାରିବେ ଭେସଲିନ୍ ।
ସ୍କ୍ରବିଙ୍ଗ୍ :
ଭେସଲିନରେ ଅଳ୍ପ ଲୁଣ ମିଶାଇ ଚେହେରାକୁ ହାଲକା ଭାବରେ ସ୍କ୍ରବ୍ କରନ୍ତୁ । ଏହା ଦ୍ବାରା ଚେହେରାରୁ ଡେଡ୍ ସେଲ୍ ବାହାରି ଯାଇଥାଏ ଏବଂ ତ୍ବଚା କୋମଳ ହେବା ସହ ଉଜ୍ବ,ଳ ମଧ୍ୟ ହୋଇଥାଏ ।
ପମଫ୍ୟୁମର ବାସ୍ନା ଅଧିକ ସମୟ ରଖିବା ପାଇଁ :
ପରଫ୍ୟୁମର ବାସ୍ନାକୁ ଅଧିକ ସମୟ ରଖିବାକୁ ଚାହୁଁଥିଲେ ସେଥିରେ ଅଳ୍ପ ଭେସଲିନ୍ ଲଗାଇ ଶରୀରରେ କିଛି ସମୟ ଘଷନ୍ତୁ । ଏପରି କଲେ ଅଧିକ ସମୟ ଯାଏଁ ରହିଥାଏ ପରଫ୍ୟୁମର ବାସ୍ନା ।
ଲିପ୍ ସ୍କ୍ରବ୍ :
ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ତେବେ ଏଥିରୁ ମୁକ୍ତି ପାଇଁ ଭେସଲିନରେ ଅଳ୍ପ ଚିନି ମିଶାଇ ଓଠକୁ ସ୍କ୍ରବ୍ କରନ୍ତୁ । ଏହା ଦ୍ବାରା ଓଠରୁ ଡେଡ୍ ସେଲ୍ ବାହାରି ଯାଇଥାଏ ।
ଦୋ ମୁହାଁ କେଶ ପାଇଁ :
ଫାଟିଥିବା କିମ୍ବା ଦୋମୁହାଁ କେଶରୁ ମୁକ୍ତି ପାଇଁ ସବୁଠାରୁ ବେଷ୍ଟ୍ ଉପାୟ ହେଉଛି ଭେସଲିନ୍ । ସେଥିପାଇଁ ହାତରେ ଅଳ୍ପ ଭେସଲିନ୍ ନେଇ ଦୁଇ ହାତରେ ଘସି ଦିଅନ୍ତୁ । ଏହା ପରେ ଧୀରେ ଧୀରେ କେଶରେ ଲଗାନ୍ତୁ । ଏହାର କିଛି ସମୟ ପରେ ସମ୍ପୋ କରିଦିଅନ୍ତୁ ।
ମେକଅପ୍ ରିମୁଭର୍ :
ଭେସଲିନକୁ ମେକଅପ୍ ରିମୁଭର୍ ଭାବେ ବ୍ୟବହାର କରିପାରିବେ । ଏଥିପାଇଁ ଚେହେରାରେ ଅଳ୍ପ ଭେସଲିନ୍ ଲଗାଇ ତୁଳାରେ ଧୀରେ ଧୀରେ ସଫା କରନ୍ତୁ । ଏହା ଦ୍ବାରା ମେକଅପ୍ ବି ଛାଡିଯିବ ଆଉ ଚେହେରାର କୋମଳତା ମଧ୍ୟ ବଜାୟ ରହିବ ।
ଉଙ୍କୁଣୀ ଶେଷ କରିଥାଏ :
କେଶରୁ ଉଙ୍କୁଣୀକୁ ସବୁଦିନ ପାଇଁ ଶେଷ କରିବାରେ ସାହାଯ୍ୟ କରିଥାଏ ଭେସଲିନ୍ । କିଛି ସମୟ ପାଇଁ କେଶ ମୂଳରେ ଭେସଲିନ୍ ଲଗାଇ ସାମ୍ପୋ କରି ଦିଅନ୍ତୁ । ସପ୍ତାହରେ ଦୁଇ – ତିନି ଥର କଲେ ସବୁଦିନ ପାଇଁ ଉଙ୍କୁଣୀର ମିଳିବ ମୁକ୍ତି ।
ଗୋଇଠି ଫାଟିଥିଲେ :
ଗୋଇଠି ଫାଟିଥିଲେ ଶୋଇବା ପୂର୍ବରୁ ପ୍ରତିଦିନ ଭେସଲିନ୍ ଲଗାନ୍ତୁ । ନିୟମିତ ଏପରି କଲେ ଶୀଘ୍ର ଗୋଇଠି ଭଲ ହୋଇଯାଏ ।
ସୁସ୍ଥ ନଖ ପାଇଁ :
ପ୍ରାୟ ସବୁ ଝିଅଙ୍କୁ ଲମ୍ବା ନଖ ପସନ୍ଦ । କିନ୍ତୁ ଅନେକ ସମୟରେ ନଖ ଲମ୍ବା କରିବାରେ ସମସ୍ୟା ହୋଇଥାଏ । ଏମିତିରେ ପ୍ରତିଦିନ ନଖରେ ଭେସଲିନ୍ ଲଗାନ୍ତୁ । ଏପରି ନିୟମିତ କଲେ ନଖ ସୁସ୍ଥ ହେବା ସହ ଶୀଘ୍ର ବଢିଥାଏ ମଧ୍ୟ ।
ଟାଟୁ କରିଥିବା ସ୍ଥାନ କୁଣ୍ଡାଇ ହେଉଥିଲେ :
ଯଦି ଟାଟୁ ବନାଇଛନ୍ତି ତେବେ ଏହା ଉପରେ ଭେସଲିନ୍ ଲଗାଇବା ଭୁଲନ୍ତୁ ନାହିଁ । ଏହା ଦ୍ବାରା ଟାଟୁ ଯୋଗୁଁ ସେହି ସ୍ଥାନ କୁଣ୍ଡାଇ ହେଉଥିଲେ ମୁକ୍ତି ମିଳିଥାଏ ଏବଂ ଶୀଘ୍ର ଶୁଖିଥାଏ ମଧ୍ୟ ।
ତ୍ବଚାରେ କେଶ ରଙ୍ଗ ଲାଗିଯାଉଥିଲେ :
କେଶ ରଙ୍ଗ କରୁଥିଲେ ସାମ୍ନାରେ ଥିବା କେଶ ମୂଳରେ ବା ଚେହେରାରେ ଭେସଲିନ୍ ଲଗାନ୍ତୁ । ଏହା ଦ୍ବାରା ରଙ୍ଗ ଆପଣଙ୍କ ତ୍ବଚାରେ ଲାଗିବ ନାହିଁ । ଏବଂ ତ୍ବଚା ସୁରକ୍ଷିତ ରହିବ ।