ଭାରତ ଆସିବେ ନାହିଁ ଟ୍ରମ୍ପ, କାରଣ ?

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆଗାମୀ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସ୍ବତନ୍ତ୍ର ଅତିଥି ହେବେ ନାହିଁ । ହ୍ବାଇଟ୍ ହାଉସ ପ୍ରେସ ସେକ୍ରେଟାରୀ ସାରା ସାଣ୍ଡର୍ସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ ଅଗଷ୍ଟ ମାସରେ ଭାରତ ସରକାରଙ୍କ ପକ୍ଷରୁ ଟ୍ରମ୍ପଙ୍କୁ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରଣ ପଠା ଯାଇଥିଲା । ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ଏବଂ ଆମେରିକା ବୈଦେଶିକ ମନ୍ତ୍ରାଳୟ ମଧ୍ୟ କୌଣସି ସୂଚନା ଦେଇ ନାହିଁ । ଏପଟେ ଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ କେବଳ ହ୍ବାଇଟ ହାଉସ ହିଁ କହି ପାରିବ । ତେବେ ବିଶବାସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି ଟ୍ରମ୍ପ ଜାନୁଆରୀ ମାସରେ ଭାରତ ଆସିବାକୁ ମନା କରିଛନ୍ତି । କାରଣ ସହି ସମୟରେ ଦେଶର ‘ଷ୍ଟେଟ୍ ଅଫ୍ ୟୁନିୟନ୍‘ ସମ୍ବୋଧନ କାର୍ଯ୍ୟକ୍ରମ ରହିଥାଏ ।

ଦେଖିବାକୁ ଗଲେ ୨୦୧୫ରେ ର୍ପୂବତନ ରାଷ୍ଟ୍ରପତି ବାରାକ୍ ଓବାମା ଠିକ ସେହି ସମୟରେ ଭାରତ ଆସିଥିଲେ । ତେଣୁ ଏବେ ଟ୍ରମ୍ପ ଭାରତର ଆମନ୍ତ୍ରଣକୁ ଜାଣିଶୁଣି ଏଡ଼ାଇ ଯାଇଛନ୍ତି ବୋଲି କୁହାଯାଉଛି । ପୂର୍ବରୁ ଭାରତ-ଆମେରିକା ମଧ୍ୟରେ ରହିଥିବା ଭଲ ସମ୍ପର୍କରେ ଟିକେ ଭଟ୍ଟା ପଡ଼ିଛି । ରୁଷିଆ, ଜାପାନ ଓ ଫ୍ରାନ୍ସ ସହ ସମ୍ପର୍କ ବଢ଼ିବା ପରେ ଏଭଳି ସ୍ଥିତି ଉପୁଜିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.