ଆରମ୍ଭ ହେବ ଉତ୍କଳ ବିଶ୍ବବିଦ୍ଯାଳୟ ଦ୍ବିତୀୟ ଗ୍ରାମୀଣ କ୍ଯାମ୍ପସରେ ଚଳିତ ବର୍ଷର ପାଠ୍ଯକ୍ରମ

ଯାଜପୁର(କେନ୍ଯୁଜ୍) : ଉତ୍କଳ ବିଶ୍ବବିଦ୍ଯାଳୟ ଦ୍ବିତୀୟ ଗ୍ରାମୀଣ କ୍ଯାମ୍ପସରେ ଆରମ୍ଭ ହେବ ଚଳିତ ବର୍ଷର ପାଠ୍ଯକ୍ରମ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ଯାଳୟ ସ୍ବୟଂଶାସିତ ମହାବିଦ୍ଯାଳୟରେ ଏହା ଅସ୍ଥାୟୀ ଭାବେ କରାଯାଉଥିବାକୁ ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ମହାବିଦ୍ଯାଳୟର ତିନି ମହଲା ବିଶିଷ୍ଟ ବିଲଡିଙ୍ଗ ବିଶ୍ବବିଦ୍ଯାଳୟକୁ ହସ୍ତାନ୍ତର କରାଯାଇଛି ।

mahalaବିଶେଷ କରି ଚଳିତ ବର୍ଷ ୨ଟି କୋର୍ସ ମାଷ୍ଟର ଇନ୍ ପବ୍ଳିକ୍ ହେଲଥ୍ ଓ ଏମବିଏ ଇନ୍ ରୁରାଲ ମ୍ଯାନେଜମେଣ୍ଟ ଆରମ୍ଭ କରାଯିବ । ଏନେଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ଯରେ ଏହା କାର୍ଯ୍ଯକାରୀ ହେବ ଏବଂ ଆବଶ୍ଯକୀୟ ଭିତ୍ତିଭୂମୀର ଅନୁଧ୍ଯାନ କରିଛନ୍ତି ସରକାରୀ ଦଳର ମୁଖ୍ଯ ସଚେତକ ଅମର ପ୍ରସାଦ ଶତପଥୀ । ରାଜ୍ଯସରକାରଙ୍କ ନିଷ୍ପତ୍ତିକ୍ରମେ ବଡଚଣା ବ୍ଳକ୍ ସିହା ଠାରେ ଏକ ଦ୍ବିତୀୟ ଗ୍ରାମିଣ କ୍ଯାମ୍ପସର ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି ।

 

Leave A Reply

Your email address will not be published.