ଆସନ୍ତା ୩୧ ରେ ଲୌହ ମାନବଙ୍କ ଜୟନ୍ତୀ, ଦେଶ ପାଇଁ ସମର୍ପିତ ହେବ ଷ୍ଟାଚ୍ୟୁ ଅଫ୍ ୟୁନିଟ୍

ଦିଲ୍ଲୀ(କେନ୍ଯୁଜ୍) : ଆସନ୍ତା ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ହେବ ‘ରନ୍ ଫର୍ ୟୁନିଟ୍’ । ଏହି ଦିନ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ । ‘ମନ୍ କି ବାତ୍’ କାର୍ଯ୍ଯକ୍ରମରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ରନ୍ ଫର୍ ୟୁନିଟ୍’ରେ ସାମିଲ୍ ହେବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି ମୋଦି ।
ସେ କହିଛନ୍ତି, ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଥିଲେ ସର୍ଦ୍ଦାର ପଟେଲ । ଅନ୍ୟପଟେ କ୍ରୀଡା କ୍ଷେତ୍ରରେ ଭାରତ ଭଲ ପ୍ରଦର୍ଶନ କରୁଥିବା କଥା ସେ କହିଛନ୍ତି । କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି । ପୁରୀ ଶ୍ରୀମନ୍ଦିର, କୋଣାର୍କ, ଧଉଳି ଓ ଚିଲିକା କଥା ଉଠାଇବା ସହ ବିର୍ସାମୁଣ୍ଡାଙ୍କୁ ମଧ୍ୟ ମନେପକାଇଛନ୍ତି ମୋଦି ।