Below header

ଶସ୍ତା ହେଲା Samsungର ଏହି ୪ ଦମଦାର ସ୍ମାର୍ଟଫୋନ୍, ତୁରନ୍ତ କିଣନ୍ତୁ ଅଫର ଆଉ ମାତ୍ର ଅଳ୍ପ ଦିନ

ଫେଷ୍ଟିଭ୍ ସିଜିନ୍ ଆରମ୍ଭ ହୋଇସାରିଛି । ଯାହା ଫଳରେ ବିଭିନ୍ନ ମୋବାଇଲ୍ କମ୍ପାନୀ ଆଣୁଛନ୍ତି ମନଲୋଭା ଅଫର୍ । ଗୋଟିଏ ପଟେ ଇ କମର୍ସ ସାଇଟ୍ ସେଲ୍ ଜରିଆରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚାହୁଁଥିବା ବେଳେ ଏଥିରୁ ବାଦ୍ ପଡିନାହାଁନ୍ତି ମୋବାଇଲ୍ ତିଆରି କରୁଥିବା କମ୍ପାନୀ । ଏହି ତାଲିକାରେ ସାମିଲ୍ ହୋଇଯାଇଛି ସାମସଙ୍ଗ୍ । ନିଜର ୪ଟି ସ୍ମାର୍ଟ ଫୋନର ଦାମ୍ କମାଇଦେଇଛି ସ୍ମାର୍ଟଫୋନ୍ ।

Galaxy J2 2018 , Galaxy J2 Core, Galaxy J4 ଏବଂ Galaxy J6ର ଦାମ୍ ହ୍ରାସ କରି ଦେଇଛି କମ୍ପାନୀ । ହେଲେ ମାତ୍ର ଅଳ୍ପ ସମୟ ପାଇଁ ରହିଛି ଏହି ଅଫର୍ । ଏହି ଅଫରର ବୈଧତା ୨୫ ଅକ୍ଟୋବରରୁ ୧୫ ନଭେମ୍ବର ଯାଏଁ ରହିଛି ।

Galaxy J2 Core ର ମୂଲ୍ୟ ୭୦୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଅଫରରେ ଫ୍ଲିପକାର୍ଟରେ ଏହାର ମୂଲ୍ୟ ରହିଛି ୬୧୯୦ । ତେବେ ଫେଷ୍ଟିଭ୍ ସିଜିନ୍ ପାଇଁ ସେଲରେ ଏହାର ମୂଲ୍ୟ ରହିଛି ୫୯୯୦ ଟଙ୍କା ।

Galaxy J2  2018 ର ମୂଲ୍ୟ ଭାରତରେ ୮୨୦୦ ରହିଥିବା ବେଳେ ଅଫରରେ ଏହାକୁ ରହିଛି ୬୯୯୦ଟଙ୍କାରେ କିଣି ପାରିବେ ।

ସେହିପରି Galaxy J4  (୧୬ ଜିବି )ର ମୂଲ୍ୟ ୧୦୯୯୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଅଫରରେ ଏହାର ମୂଲ୍ୟ ରହିଛି ୮୨୫୦ ଟଙ୍କା ।

Galaxy J6 ର ମୂଲ୍ୟ ୧୪୯୯୦ ଟଙ୍କା ଥିବା ବେଳେ ଫେଷ୍ଟିଭ ଅଫରରେ ଏହାକୁ ୧୧୪୯୦ ଟଙ୍କାରେ କିଣି ପାରିବେ ।

ସେହିପରି Galaxy J ର ୪ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜର ଅସଲ ଦାମ୍ ୧୬୭୦୦ ଟଙ୍କା ଥିବା ବେଳେ ଅଫରରେ ଆପଣ କିଣିପାରିବେ ମାତ୍ର ୧୨୯୯୦ ଟଙ୍କାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.